କୃଷି ବିଭାଗ ଅଗୋଚରରେ କୃଷକ ପଞ୍ଜୀକରଣ: ଫେକ୍‌ ଓ୍ବେବ୍‌ସାଇଟ୍‌ରେ ପଞ୍ଜୀକରଣ କରି ଟଙ୍କା ହଡପ ସନ୍ଦେହ

ସୋରଡା, ୧୩ା୬ (ଡି.ଏନ.ଏ.)- ସୋରଡା ଅଞ୍ଚଳରେ କୃଷକ ପରିଚୟପତ୍ର ପାଇବା ପାଇଁ ମହିଳା ପୁରୁଷ ଚାଷୀମାନଙ୍କ ଭିଡ କୃଷି କାର୍ଯ୍ୟାଳୟରେ ଲାଗିରହିଛି। ରାଜ୍ୟ କୃଷିବିଭାଗ ତରଫରୁ ଆବଶ୍ୟକ କାଗଜପତ୍ର ଗ୍ରହଣ କରାଯାଇ ଅନଲାଇନ୍‌ ପଞ୍ଜୀକୃତ କରାଯାଇ କୃଷକ ପରିଚୟପତ୍ର ପ୍ରଦାନ କରାଯାଇଛି ସମ୍ପୂର୍ଣ୍ଣ ମାଗଣାରେ। ଯେଉଁଥିରେ କି ଚାଷୀମାନଙ୍କୁ ସବ୍‌ସିଡି ବ୍ୟବସ୍ଥା ରହିଛି ଏବଂ ଏହା ନିୟମାନୁଯାୟୀ ଚାଲିଛି ବିଭାଗ ତରଫରୁ। କିନ୍ତୁ ଅନ୍ୟପଟେ ଆଉ ଏକପ୍ରକାର କୃଷକ ପରିଚୟପତ୍ର ପଞ୍ଜୀକରଣ କରି ଦିଆଯାଇଛି। ଏଥିପାଇଁ ଶହେରୁ ୩ଶହ ଟଙ୍କା ଦାବି କରାଯାଉଛି। ଉକ୍ତ ହଳଦିଆ ରଙ୍ଗ ପରିଚୟପତ୍ରରେ ଚାଷୀଙ୍କ ନାମ, ଠିକଣା, ପଞ୍ଜୀକରଣ ନମ୍ବର, ଫଟୋ ଏବଂ କେବଳ କୃଷିବିଭାଗ ବୋଲି ଇଂଲିଶରେ ଉଲ୍ଲେଖ ରହିଛି। ଏଠାରେ ୨୬ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଚାଷୀମାନଙ୍କୁ ପଞ୍ଜୀକରଣ କରାଯାଇଥିବା ଜଣାପଡିଛି। ଅଞ୍ଚଳର କେତେକ ବ୍ୟକ୍ତି ଚାଷୀଙ୍କ ଠାରୁ ତଥ୍ୟ ଓ ଟଙ୍କା ଆଣି ଏପରି ପଞ୍ଜୀକରଣ କରୁଛନ୍ତି। ବୁଧବାର ସୁଦ୍ଧା ରାଇବନ୍ଧ ପଞ୍ଚାୟତର ୪୨୮, ସିଦ୍ଧପୁର ୨୧୯, ଏକଲପୁରରେ ୧୫୧ ଏବଂ ଅନ୍ୟ ସବୁ ପଞ୍ଚାୟତରେ ଅଳ୍ପ କେତେଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଏହି ପରିଚୟପତ୍ର କେବଳ ସୋରଡା ନୁହେଁ ବରଂ ଗଞ୍ଜାମ ଜିଲାର ସବୁ ବ୍ଲକରେ ଚାଲିଛି। ପୁରୁଷୋତ୍ତମପୁର ୧୨୬୬୪, ଗଞ୍ଜାମ ୧୧୭୮୬, କବିସୂର୍ଯ୍ୟନଗର ୨୨୦୩୭, ଖଲ୍ଲିକୋଟରେ ୪୪୭୭୨ଜଣ ଚାଷୀ ପଞ୍ଜୀକରଣ କରିଥିବା ଓ୍ବେବ୍‌ସାଇଟ୍‌ରୁ ତଥ୍ୟ ମିଳୁଛି। କିଷାନ ଡଟ୍‌ ଜିଓଭିି ଡଟ୍‌ ଇନ୍‌ ନାମକ ଓ୍ବେବ୍‌ସାଇଟ୍‌ରେ ଏହା ପଞ୍ଜୀକୃତ ହୋଇଛି। ଓଡିଶାର ବିଭିନ୍ନ ଜିଲାରୁ ୪୨ଲକ୍ଷ ୩୪୨ ଜଣ ପଞ୍ଜୀକୃତ କରିସାରିଲେଣି।
ମାତ୍ର ଏଭଳି କୌଣସି ପରିଚୟପତ୍ର ପ୍ରଦାନ ବା ପଞ୍ଜୀକୃତ ପାଇଁ ନିର୍ଦ୍ଦେଶ ଆସିନି, ଉକ୍ତ ପରିଚୟପତ୍ରକୁ ନେଇ ଆମେ ମଧ୍ୟ ସନ୍ଦେହରେ ଅଛୁ। ଏହା ଏକ ଫେକ୍‌ ଓ୍ବେବସାଇଟ୍‌ ବୋଲି ଅନୁମାନ କରୁଛୁ। ଏନେଇ ଆମେ ଉପରିସ୍ଥ ଅଧିକାରୀମାନଙ୍କୁ ମଧ୍ୟ ଜଣାଇଛୁ। ଏହା ଉପରେ ଅନୁଧ୍ୟାନ ଚାଲିଛି ବୋଲି କହିଥିଲେ ବ୍ଲକ କୃଷି ଅଧିକାରୀ ରାଜକିଶୋର ସ୍ବାଇଁ ଓ ସବିତା ସୋରେନ୍‌। ଏପଟେ କାଳିଆ ଟଙ୍କା ମିଳିଥିବା ଯୋଗୁ ଚାଷୀମାନେ ମଧ୍ୟ କୌଣସି ସତ୍ୟତା ନ ଜାଣି ଯିଏ ଯାହା କହିଲା ବିଶ୍ୱାସ କରିବାରେ ଲାଗିଛନ୍ତି।


All Right Reserved By Dharitri.Com

ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ: ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ସାକ୍ଷୀଗୋପାଳ,୧୧।୧୧(ଡି.ଏନ୍‌.ଏ): ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସୋମବାର ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି। ମହିଳା...

୧୯ ଲକ୍ଷ ଟଙ୍କାର ହିସାବ ନ ଦେବାରୁ ପ୍ରଧାନଶିକ୍ଷକ ନିଲମ୍ବିତ

କବିସୂର୍ଯ୍ୟନଗର,୨୬ା୬-ବିଦ୍ୟାଳୟର ଉନ୍ନତିମୂଳକ ଖର୍ଚ୍ଚ ପାଇଁ ଆସିଥିବା ୧୯ ଲକ୍ଷ ଟଙ୍କାର ହିସାବ ଦେଇ ନ ଥିବାରୁ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଗୌଡ଼ସାହି ପ୍ରାଥମିକ ବିଦ୍ୟାଳୟର...

ମୋ’ବସ୍‌ରେ ମାଗଣା ଖବରକାଗଜ : ଆଗାମୀ ଦିନରେ ମିଳିବ ଦୂରଭାଷ ପାଠାଗାର ସୁବିଧା

ଭୁବନେଶ୍ୱର,୨ା୯(ବ୍ୟୁରୋ) : କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ୱାରା ପରିଚାଳିତ ‘ମୋ ବସ୍‌’ ସେବାରେ ନୂଆ ବ୍ୟବସ୍ଥା ଯୋଡିହୋଇଛି। ବ୍ୟସ୍ତ ଜୀବନଶୈଳୀ ଭିତରେ ଲୋକେ...

ଓଡ଼ିଶାକୁ ‘ନ୍ୟୁଟ୍ରିଶନ ଚାମ୍ପିୟନ’ ଟ୍ୟାଗ୍‌ ଦେଲା ଆଇଏଫ୍‌ପିଆର୍‌ଆଇ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଅନ୍ୟ ରାଜ୍ୟମାନଙ୍କୁ ପଛରେ ପକାଇ ଦେଶର ‘ନ୍ୟୁଟ୍ରିଶନ ଚାମ୍ପିୟନ’ ହେବାର ଗୌରବ ଅର୍ଜନ କରିଛି ଓଡ଼ିଶା। ଶିଶୁଙ୍କଠାରେ କୁପୋଷଣ ଦୂର କରିବା କ୍ଷେତ୍ରରେ ଆଖିଦୃଶିଆ...

ରଥର ରକ୍ଷକ ସାଜନ୍ତି ଦେବଦେବୀ

ପୁରୀ ଅଫିସ,୨।୭: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିିଛି ଶ୍ରୀକ୍ଷେତ୍ର। ମଙ୍ଗଳବାର ନବଯୌବନ ଦର୍ଶନ ଦେଇ ଗୁରୁବାର ରଥରେ ବସି ଜନ୍ମବେଦୀକୁ ଯିବେ...

କୁଆଖାଇ ନଦୀବନ୍ଧ ସଂଲଗ୍ନ ରାସ୍ତା ଜବରଦଖଲକୁ ବିରୋଧ: ହାଇକୋର୍ଟରେ ଜନସ୍ବାର୍ଥ ମାମଲ

କଟକ ଅଫିସ, ୨୧ା୯: କୁଆଖାଇ ନଦୀବନ୍ଧ ସଂଲଗ୍ନ ମଞ୍ଚେଶ୍ୱରଠାରୁ କାନପୁର ରାସ୍ତାର ଦକ୍ଷିଣ ପାର୍ଶ୍ୱକୁ ବେଆଇନ ଭାବେ ଜବରଦଖଲ କରାଯାଇଛି। ଏହାକୁ ବିରୋଧ କରି ଶୁକ୍ରବାର...

ଭଞ୍ଜନଗର କୋର୍ଟରେ ହାଜର ହେଲେ ସବ୍ୟସାଚ୍ଚୀ

ଭଞ୍ଜନଗର,୨୦।୬(ଡି.ଏନ.ଏ.)- ମାଓବାଦୀ ନେତା ସବ୍ୟସାଚ୍ଚୀ ପଣ୍ଡାଙ୍କୁ ଗୁରୁବାର ପୋଲିସ ବିଭିନ୍ନ ମାମଲାର ବିଚାରଣ ପାଇଁ ଭଞ୍ଜନଗର କୋର୍ଟରେ ହାଜର କରିଥିଲା। ଏଥିସହ ମାଓବାଦୀ ହିଂସା ମାମଲାରେ...

ଅଗ୍ନିକାଣ୍ଡରେ ଜଣଙ୍କ ଘର ଧୂଳିସାତ

ବେଗୁନିଆପଡା,୩।୬(ଡି.ଏନ.ଏ.)-ରବିବାର ବିଳମ୍ବିତ ରାତିରେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ଓଡ଼ନଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ଜଣଙ୍କ ଘର ନିଆଁରେ ପୋଡି ସମ୍ପୂର୍ଣ ଧ୍ୱଂସ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *