ଆହୁରି ଜଟିଳ ହେବ ମାନ୍ଦାବସ୍ଥା

 

ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆକଳନରେ କହିଥିଲା। ବଜାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବା ବେଳେ କରୋନା ଏହାକୁ ସମ୍ପୂର୍ଣ୍ଣ ବିଗାଡ଼ିଦେଇଛି। କରୋନାଜନିତ ଲକ୍‌ଡାଉନର ପ୍ରଭାବ ଯୋଗୁ ସରକାର ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଥିଲେ। ଏହା ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ରହିବା ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ଅଣ୍ଟା ଭାଙ୍ଗିଯାଇଛି। ବଜାରରେ ଏବେ ଚାହିଦା ନ ଥିବା ବେଳେ ଦୀର୍ଘଦିନ ବନ୍ଦ ହୋଇ ରହିଥିବା ବଜାର ସ୍ଥିତାବସ୍ଥାକୁ ଫେରିବା ନେଇ କଷ୍ଟକର ହୋଇପଡୁଛି। ଲକ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥା ଲାଗି ଉପୁଜିଥିବା ସମସ୍ୟା କାରଣରୁ ଭାରତରେ ମାନ୍ଦାବସ୍ଥା ଆହୁରି ଜଟିଳ ହେବ ବୋଲି ଆଶଙ୍କା କରାଯାଇଛି। ମାନ୍ଦାବସ୍ଥାର ସବୁଠାରୁ ଭୟଙ୍କର ସ୍ଥିତି ଭାରତ ଦେଖିବ ବୋଲି ଗୋଲ୍ଡମ୍ୟାନ ସ୍ୟାଚ୍‌ ପକ୍ଷରୁ କୁହାଯାଇଛି।
ମାନ୍ଦାବସ୍ଥା ଯୋଗୁ ଜିଡିପି ବାର୍ଷିକ ଭିତ୍ତିରେ ପ୍ରାୟ ୨୦% ଖସିବ ବୋଲି ଗୋଲ୍ଡମ୍ୟାନ ପକ୍ଷରୁ ପୂର୍ବରୁ ଆକଳନ କରାଯାଇଥିଲା। ମାତ୍ର ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ପ୍ରାୟ ୪୫% ଖସିବ ବୋଲି ଏହା ଆଶଙ୍କା ପ୍ରକଟ କରିଛି। ସେହିଭଳି ତୃତୀୟ ତ୍ରୈମାସ ଲାଗି ଏହା ୨୦% ରହିଥିବା ବେଳେ ଚତୁର୍ଥ ତ୍ରୈମାସ ଏବଂ ଆସନ୍ତା ଆର୍ଥତ୍କ ବର୍ଷ ପ୍ରଥମ ଲାଗି ଯଥାକ୍ରମେ ୧୪% ଏବଂ ୬.୫% ପ୍ରଭାବିତ ରହିବା ନେଇ ପୂର୍ବାନୁମାନ କରାଯାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ରିୟଲ ଜିଡିପି ପ୍ରାୟ ୫% ଖସିବା ନେଇ ଆକଳନ କରାଯାଇଛି। ଭାରତ ପୂର୍ବରୁ ଯେତେ ବି ମାନ୍ଦାବସ୍ଥା ସାମ୍ନା କରିଛି ଏହା ସବୁଠାରୁ ଭୟଙ୍କର ବୋଲି ଗୋଲ୍ଡ ମ୍ୟାନର ଅର୍ଥନୀତିଜ୍ଞ ପ୍ରାଚୀ ମିଶ୍ର ଏବଂ ଆଣ୍ଡ୍ର୍ୟୁ ଟିଲ୍‌ଟନ କହିଛନ୍ତି।
ସରକାର ସାରା ଦେଶରେ ଲକ୍‌ଡାଉନକୁ ମେ ୩୧ ଯାଏ ବଢ଼ାଇଛନ୍ତି। କେତେକ କ୍ଷେତ୍ରରେ ଆର୍ଥତ୍କ କାର୍ଯ୍ୟକଳାପକୁ ବର୍ତ୍ତମାନ ଅନୁମତି ପ୍ରଦାନ କରାଯାଇଛି। ସାରା ଦେଶରେ କରୋନା ମାମଲା ଥମିବାର ନାଁ ନେଉ ନ ଥିବା ବେଳେ ଶିଳ୍ପଗୁଡିକର କାରବାର ଠପ୍‌ ହୋଇ ପଡିଛି। କୋଭିଡ୍‌-୧୯ ଲାଗି ହୋଇଥିବା ସମସ୍ୟା ସମାଧାନ ଏବଂ ବଜାରକୁ ପୁନର୍ଜୀବିତ କରିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି, ଯାହା ମୋଟ ଜିଡିପିର ୧୦%। ବିଭିନ୍ନ କ୍ଷେତ୍ରକୁ ସମ୍ଭାଳିବା ତଥା ଆର୍ଥତ୍କ କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଲାଗି ଢାଞ୍ଚାଗତ ସଂସ୍କାର ପଦକ୍ଷେପ ହାତକୁ ନିଆଯାଇଛି। ଏହି ସଂସ୍କାରଗୁଡିକ ମଧ୍ୟମ ମିଆଦୀ ଭିତ୍ତିକ ହୋଇ ଥିବାରୁ ଅଭିବୃଦ୍ଧିକୁ ଫେରାଇ ଆଣିବାରେ ସହାୟକ ହେବନି ବୋଲି ଅର୍ଥନୀତିଜ୍ଞ କହିଛନ୍ତି। ଏହି ଯୋଜନାର ରୂପାୟନ କିଭଳି ହେଉଛି ଏବଂ ଏହାର ଲାଭ ଅର୍ଥ ବ୍ୟବସ୍ଥାକୁ କିଭଳି ମିଳୁଛି ତାହା ମଧ୍ୟ ତର୍ଜମା କରାଯିବ ବୋଲି ଗୋଲ୍ଡମ୍ୟାନ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ଉଚ୍ଚ ଟିକସ ପ୍ରସଙ୍ଗ ପୁଣି ଉଠାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୨-୨: ଭାରତ ଆମେରିକା ସାମଗ୍ରୀ ଉପରେ ବୃହତ୍‌ ପରିମାଣର ଟିସକ ଲାଗୁ କରୁଥିବାରୁ ଏହା ଦ୍ୱାରା ବାଣିଜ୍ୟ ପ୍ରଭାବିତ ହେଉଛି ବୋଲି ଭାରତ ଗସ୍ତ ପୂର୍ବରୁ...

ଭାରତ-କାନାଡା ନିବେଶ ସୁଯୋଗ ନେଇ ଆଲୋଚନା

ନୂଆଦିଲ୍ଲୀ,୧୭।୫ – କୋଭିଡ୍‌-୧୯ ବର୍ତ୍ତମାନ ସାରା ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ ଭାରତ ଏବଂ କାନାଡା ମଧ୍ୟରେ ନିବେଶ ସୁଯୋଗ ନେଇ ଏକ ଓ୍ବେବିନାର...

ରତନ ଟାଟା ମୁମ୍ବାଇ ବିଶ୍ୱବିଦ୍ୟାଳୟ ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ନିଯୁକ୍ତ

ମୁମ୍ବାଇ,୨୬।୨: ଶିଳ୍ପପତି ରତନ ଟାଟାଙ୍କୁ ମୁମ୍ବାଇ ବିଶ୍ୱବିଦ୍ୟାଳୟର ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ରତନଙ୍କୁ ଏହି ପଦରେ...

ଜିଏସ୍‌ଟି ସେଲ୍‌ସ ରିଟର୍ନ ଦାଖଲ ଅବଧି ବଢିଲା

ନୂଆଦିଲ୍ଲୀ,୨୧ା୪: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସେଲ୍‌ସ ରିଟର୍ନ ଦାଖଲ କରିବାରେ ଶେଷ ତାରିଖର ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ମାର୍ଚ୍ଚ ମାସ ଲାଗି ଜିଏସ୍‌ଟିଆର୍‌-୩ବି...

ବଜେଟ-୨୦୨୦: ମହିଳା,ଶିଶୁ ବିକାଶକୁ ପ୍ରାଧାନ୍ୟ; ଝିଅଙ୍କ ବିବାହ ବୟସ ଧାର୍ଯ୍ୟ ଲାଗି ଟାସ୍କଫୋର୍ସ

ମହିଳାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସରକାର ବଜେଟରେ ୨୮,୬୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଥିଲେ, ସରକାରଙ୍କ ‘ବେଟି...

ମହଙ୍ଗା ପଡିବ ଜାତିସଂଘରେ ପାକିସ୍ତାନକୁ ସମର୍ଥନ ;ସେପ୍ଟେମ୍ବରରୁ ଚାଇନା ସାମଗ୍ରୀ ବର୍ଜନର ରାଷ୍ଟ୍ରୀୟ ଅଭିଯାନ

ନୂଆଦିଲ୍ଲୀ,୧୯-୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପାର୍ଲାମେଣ୍ଟ ଉଚ୍ଛେଦ କରିଛି। ଏହି ପ୍ରସଙ୍ଗକୁ ନେଇ କ୍ଷୁବ୍ଧ ପାକିସ୍ତାନ ଚାଇନାର ଶରଣ ପଶିଥିଲା।...

ନକଲି ସାମଗ୍ରୀ ବିକ୍ରିରୁ ବାର୍ଷିକ କ୍ଷତି ହେଉଛି ୧ ଲକ୍ଷ କୋଟି

ନୂଆଦିଲ୍ଲୀ,୧୨-୮: ବିଭିନ୍ନ କ୍ଷେତ୍ରରେ ନକଲି ସାମଗ୍ରୀ ବିକ୍ରି ଯୋଗୁ ଦେଶକୁ ପ୍ରତିବର୍ଷ ପ୍ରାୟ ୧.୦୫ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି। ଏହାକୁ ରୋକିବା...

୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ନୂଆଦିଲ୍ଲୀ,୮-୨: ୨୦୨୩ ସେପ୍ଟେମ୍ବର ସୁଦ୍ଧା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ(ଟିଏଫ୍‌ଏଲ୍‌) କାର୍ଯ୍ୟକ୍ଷମ ହେବ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି.ସଦାନନ୍ଦ ଗୌଡା ଶୁକ୍ରବାର ରାଜ୍ୟ ସଭାରେ...

Leave a comment

Your email address will not be published. Required fields are marked *