ଖାଦ୍ୟ ନ ଖାଇ ଧାରଣାରେ ବସିଲେ ଅନ୍ତେବାସୀ

ଚଣ୍ଡିଖୋଲ, ୧୮।୫ (ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ପତରାଜପୁର ପଞ୍ଚାୟତ ପତରାଜପୁର ହାଇସ୍କୁଲ ସଙ୍ଗରୋଧ ଗୃହରେ ରହୁଥିବା ପ୍ରବାସୀ ଶ୍ରମିକଙ୍କୁ ନିମ୍ନମାନର ଖାଦ୍ୟ ମିଳିବା ଓ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ସୋମବାର ଉକ୍ତ କେନ୍ଦ୍ରର ୩୯ ଜଣ ଅନ୍ତେବାସୀ ଅଭିଯୋଗ କରିବା ସହ ସକାଳ ଜଳଖିଆ ନ ଖାଇ ସଙ୍ଗରୋଧ କେନ୍ଦ୍ର ପରିସରରେ ଧାରଣାରେ ବସି ରହିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ, ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ବାରମ୍ବାର ସରପଞ୍ଚଙ୍କୁ କହିବା ପରେ ବି ସେ ଏ ନେଇ ପଦକ୍ଷେପ ନେଉ ନାହାନ୍ତି। ଉକ୍ତ କେନ୍ଦ୍ରରେ ଅଧିକାଂଶ ମୁସଲ୍‌ମାନ ସମ୍ପ୍ରଦାୟର ରହିଥିବା ହେତୁ ସେମାନେ ରମଜାନ ମାସରେ ରୋଜା ରଖିଛନ୍ତି। ସେମାନେ ଦିନରେ ନ ଖାଇ କେବଳ ରାତ୍ରି ଭୋଜନ କରିବେ ବୋଲି ଜଣାଇଥିଲେ। ଏ ନେଇ ସେମାନଙ୍କ କେବଳ ରାତିରେ ଖାଦ୍ୟ ଦିଆଯାଉଛି। ମାତ୍ର ତାହା ମଧ୍ୟ ଅତ୍ୟନ୍ତ ନିମ୍ନମାନର। ସରପଞ୍ଚଙ୍କ ସ୍ବାମୀ ସବୁ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବାରୁ ଖାଦ୍ୟ ନିମ୍ନମାନର ନେଇ ଅଭିଯୋଗ କଲେ, ସେ ଧମକ ଦେଉଛନ୍ତି। ଉକ୍ତ ପଞ୍ଚାୟତର ୯ ନଂ. ୱାର୍ଡ ସଭ୍ୟା ଶିବିରାର୍ଥୀଙ୍କ ଅଭିଯୋଗକୁ ମୋବାଇଲରେ ରେକର୍ଡିଂ କରୁଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାଙ୍କୁ ବାରଣ କରିବା ସହ ମୋବାଇଲ ଛଡ଼ାଇ ନେଇଥିଲେ। ଏଥିସହ ସରପଞ୍ଚଙ୍କ ସ୍ବାମୀ ଓ କାର୍ଯ୍ୟନିର୍ବାହୀ ତାଙ୍କୁ ଦୁର୍ବ୍ୟବହାର କରି ବାହାରକୁ ବାହାର କରିଦେଇଥିଲେ ବୋଲି ଓ୍ବାର୍ଡ ସଭ୍ୟା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଓ୍ବାର୍ଡ ସଭ୍ୟା ଶିବିରାର୍ଥୀଙ୍କୁ ପାନ, ଗୁଟ୍‌ଖା ଯୋଗାଉଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବାଲିଚନ୍ଦ୍ରପୁର ଥାନାଧିକାରୀ ସୁକାନ୍ତ କୁମାର ପାତ୍ରଙ୍କୁ ପଚାରିାବରେ ଅଭିଯୋଗ ପାଇଛୁ। ତଦନ୍ତ ପରେ ମାମଲା ରୁଜୁ ହେବ। ତେବେ ଘଟଣା ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରସାନନ୍ଦ ଜେନାଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।
ସୂଚନାଥାଉ କି, ଉକ୍ତ ସଙ୍ଗରୋଧ ଗୃହ ନିର୍ମାଣରେ ବ୍ୟାପକ ଅବ୍ୟବସ୍ଥା ଯୋଗୁ ସରପଞ୍ଚଙ୍କୁ ଯାଜପୁର ଜିଲାପାଳ ଓ ବଡ଼ଚଣା ବିଡିଓ ୨ଥର କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ।


All Right Reserved By Dharitri.Com

ବଙ୍ଗୀୟ ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ନିଖୋଜ: ୨୦ଘଣ୍ଟା ପରେ ଅଭୟାରଣ୍ୟ ନିକଟରୁ ଉଦ୍ଧାର

ସଜନାଗଡ଼,୧୩।୨(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟିଥାଏ। ମଙ୍ଗଳବାର ଜଣେ ବଙ୍ଗୀୟ ପର୍ଯ୍ୟଟକ...

ମହେଶ୍ୱର ହତ୍ୟା ମାମଲା : ୧୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଅଫିସ,୧୯ା୬: ଗଞ୍ଜାମ ଜିଲାରେ ଘଟିଥିବା ବହୁଚର୍ଚ୍ଚିତ ମହେଶ୍ୱର ସାସମଲ ହତ୍ୟା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲା ଦୌରାଜଜ୍‌ ସଞ୍ଜୟ କୁମାର ସାହୁ...

ଗିରଫ ବିସ୍ଥାପିତଙ୍କୁ ବିନା ସର୍ତ୍ତରେ ଖଲାସ କରାଯାଉ

ବ୍ରହ୍ମପୁର ଅଫିସ,୧ା୮-ଟାଟା କମ୍ପାନୀ ଅଭିଯୋଗରେ ପୋଲିସ ଗିରଫ କରି ବିଚାର ବିଭାଗ ହାଜତକୁ ପଠାଇଥିବା ବିସ୍ଥାପିତ ପରିବାରର ୭୮ ଜଣଙ୍କୁ ଅବିଳମ୍ବେ ବିନା ସର୍ତ୍ତରେ ଖଲାସ...

କାଳବୈଶାଖୀ: ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡିଲା

ଦାରିଙ୍ଗବାଡ଼ି,୨୧।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାଳବୈଶାଖୀ ଜାରି ରହିଛି। ମଙ୍ଗଳବାର ଅପରାହ୍ନ ୩ଟାରୁ ପ୍ରବଳ ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ପବନ ଯୋଗୁ ବହୁ ଘରର...

ଗୋପାଳପୁର ଅନୁକୂଳଚନ୍ଦ୍ର ସଂଘ ପକ୍ଷରୁ ସହାୟତା

ବାହାନଗା, ୨୩ା୪(ଡି.ଏନ.ଏ.)-କରୋନା ମୁକାବିଲା ନିମନ୍ତେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଅନୁକୂଳଚନ୍ଦ୍ର ସତ୍‌ସଙ୍ଗ କେନ୍ଦ୍ର ତରଫରୁ ରାଜ୍ୟ ସରକାରଙ୍କ ରିଲିଫ୍‌ ଫଣ୍ଡକୁ ୨୦ ହଜାର...

ଆଣିପାରିଲେନି ଦାଦନଙ୍କ ମୃତଦେହ

ଗୋରଖପୁର,୨୨ା୪(ପି.ଟି.): ଦାଦନ ଶ୍ରମିକଙ୍କ ମୃତଦେହ ଶତାଧିକ କିଲୋମିଟର ଦୂରରେ ଥିବାବେଳେ ତାଙ୍କ ପୁତ୍ତଳିକାରେ ବର୍ଷକର ଶିଶୁପୁତ୍ର ମୁଖାଗ୍ନି ଦେଇ ନକଲି ଶେଷକୃତ୍ୟ ସମ୍ପନ୍ନ କରିବାର ହୃଦୟବିଦାରକ...

ବିଦ୍ୟାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜଗତ୍‌ସିଂହପୁର ଅଫିସ,୬।୧୦: ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଅନ୍ତର୍ଗତ ଦାଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗାଁରେ ଥିବା...

ବାଙ୍ଗାଲୋରରେ ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତ ଯୁବକ ଇରମରୁ ଗିରଫ

ବାସୁଦେବପୁର, ୬।୭ (ଡି.ଏନ.ଏ.) – ବାଙ୍ଗାଲୋରରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଯୁବକ ଆକାଶ ଗୌଡ଼(୨୨)ଙ୍କୁ ବାସୁଦେବପୁର ଥାନା ଅଧୀନ ଇରମ ଆଡ଼ିଆ ଗ୍ରାମରୁ...

Leave a comment

Your email address will not be published. Required fields are marked *