ନୟାଗଡ଼ରେ ଆଉ ୩ କରୋନା ଆକ୍ରାନ୍ତ

ନୟାଗଡ଼ ଅଫିସ/ଗଣିଆ,୧୮ା୫(ଡି.ଏନ୍‌.ଏ.): ଗଣିଆ ବ୍ଲକର ୩ଜଣ ଚିହ୍ନଟ ପରେ ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚତ୍ଛି। ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୧, ୪୭ ଓ ୪୮ ବର୍ଷର ପ୍ରବାସୀ ଶ୍ରମିକ ଚିହ୍ନଟ ହୋଇଛନ୍ତି। ଏମାନେ ଗୁଜରାଟର ଅହମ୍ମଦାବାଦରୁ ଆସି କ୍ୱାରାଣ୍ଟାଇନ୍‌ରେ ଥିଲେ। ରିପୋର୍ଟ ଆସିବା ପରେ ୩ଜଣଙ୍କୁ ରବିବାର ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ବୋଲି ସିଡିଏମଓ ଶ୍ୱେତ ମହାପାତ୍ର ସୂଚନା ଦେଇଛନ୍ତି। ଅହମ୍ମଦାବାଦରୁ ଆସିଥିବା ୬୦ଜଣଙ୍କ ମଧ୍ୟରୁ ୫୫ ଜଣ ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ ଓ ୫ଜଣ କିଶୋରପ୍ରସାଦ ହାଇସ୍କୁଲ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ରଘୁନାଥ ଜୀଉ ମହାବିଦ୍ୟାଳୟରେ ଥିବା ଗଞ୍ଜାମ, କଟକ ନରସିଂହପୁର ଓ ଗଣିଆ ବ୍ଲକର ୫୯ଜଣଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଯାଇଥିଲା। ଏଥିରୁ ୪୪ ନେଗେଟିଭ୍‌ ଓ ୩ ପଜିଟିଭ୍‌ ଆସିଥିଲା। ଏମାନେ ବସନ୍ତପୁର, ହଟିଆପଲ୍ଲୀ ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟମାନଙ୍କ ରିପୋର୍ଟ ଆସି ନାହିଁ । ପ୍ରଥମେ ଜିଲାର କରଡା ହରିହରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୫ଜଣ ଓ କୋମଣ୍ଡ ହାଇସ୍କୁଲ ସେଣ୍ଟରରୁ ଜଣେ ଏପରି ୬ଜଣ ପ୍ରବାସୀଙ୍କ କରୋନା ପଜିଟିଭ ଆସିଥିଲା।


All Right Reserved By Dharitri.Com

ରାଜନଗରରେ ବୁଲ୍‌ବୁଲ୍‌ ପ୍ରଭାବ: ୨୩ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ଦିଆଗଲା ରନ୍ଧାଖାଦ୍ୟ

ରାଜନଗର,୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ରାତିରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ବର୍ଷା ସହ ୧୦୦ କିଲୋମିଟର...

ଲକ୍‌ଡାଉନ୍‌ରେ ବି ଗୁରୁଦାୟିତ୍ୱ ଭୁଲିନାହାନ୍ତି ପିକକ୍‌ମ୍ୟାନ୍‌

ତ୍ରିନାଥ ମହାନ୍ତି ଭୁବନେଶ୍ୱର,୨୯ା୪(ବ୍ୟୁରୋ): କରୋନା ମହାମାରୀ ପାଇଁ ସାରା ଦେଶରେ ମାସେରୁ ଊର୍ଦ୍ଧ୍ୱ ହେଲାଣି ଲକ୍‌ଡାଉନ୍‌ ଜାରି ରହିଛି। ରୋଜଗାର ହରାଇ ଲୋକେ ଘରେ ରହିଛନ୍ତି।...

ଗାଁ ଦାଣ୍ଡ ଧୋଇଲେ, ଘର କାନ୍ଥ ବିଶୋଧନ କଲେ ଗ୍ରାମବାସୀ

କଣ୍ଟାପଡା, ୫|୪(ଡି.ଏନ.ଏ.) – ମହାମାରୀ କରୋନା ପ୍ରକୋପରୁ ଗାଁକୁ ସୁରକ୍ଷା ଦେବାପାଇଁ ଗତ ୩ ଦିନହେଲା କଟକ ଜିଲା ଅନ୍ତର୍ଗତ କଣ୍ଟାପଡା ଗାଁର ବିଭିନ୍ନ ରାସ୍ତାକୁ...

କିଶୋରନଗର ପଞ୍ଚାୟତ ସମିତି ବୈଠକ: ପ୍ରଶାସନିକ ଅଧିକାରୀ ଅଧିକ ଯତ୍ନବାନ ହୁଅନ୍ତୁ

ବଇଣ୍ଡା,୧ା୧୧(ଡି.ଏନ.ଏ.)- କିଶୋରନଗର ପଞ୍ଚାୟତ ସମିତିର ୯ମ ବୈଠକ ବ୍ଲକ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ...

ନିରାଶ୍ରୟଙ୍କୁ ୫ ଟଙ୍କାରେ ଖାଦ୍ୟ ପୁଡ଼ିଆ

ଛତ୍ରପୁର,୨୫ା୩(ଡି.ଏନ୍‌.ଏ.)-କରୋନା ପ୍ରତିହତ ନିମନ୍ତେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସମସ୍ତ ଆହାର କେନ୍ଦ୍ରକୁ ରାଜ୍ୟ ସରକାର ବନ୍ଦ କରିଛନ୍ତି। କେବଳ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର...

ଫାଇନାନ୍ସ କମ୍ପାନୀରୁ ୧୫ ଲକ୍ଷ ହଡ଼ପ

ଅନୁଗୋଳ ଅଫିସ, ୬।୧୦ – ଅନୁଗୋଳର ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ଟଙ୍କା ହଡ଼ପ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କୁ...

ଅତ୍ୟାବଶ୍ୟକ ସେବା ପାଇଁ ୮ ଅଟୋ

କଟକ ଅଫିସ୍‌,୨୭ା୩: ଲକ୍‌ଡାଉନ୍‌ ଯୋଗୁ କଟକ ସହରରେ ଅଟୋରିକ୍ସା ଚଳାଚଳ ପ୍ରଭାବିତ ହୋଇଛି। ଜରୁରୀ ପରିସ୍ଥିତିରେ ମଧ୍ୟ ଲୋକେ ଅଟୋରିକ୍ସା ପାଇପାରୁନାହାନ୍ତି। ଏଭଳି ସମୟରେ ସହାୟତା...

ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣା : ତଦନ୍ତ ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ

ବଡ଼ସାହି,୧୭ା୯(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ଉଠାଣୀ ନୂଆଗାଁ ନୋଡାଲ ଉପ୍ରା ବିଦ୍ୟାଳୟର ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି...

Leave a comment

Your email address will not be published. Required fields are marked *