ସାମୁଦ୍ରିକ ଝଡ଼ ସତର୍କତା: ଜିଲାର ୬୪ ଗ୍ରାମର ଅଧିବାସୀ ସ୍ଥାନାନ୍ତର ହେବେ

କେନ୍ଦ୍ରାପଡ଼ା ଅଫିସ, ୧୮ା୫: ସାମୁଦ୍ରିକ ଝଡ ଅମ୍ଫନ୍‌କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲାର ୬୪ଟି ସୁନାମି ପ୍ରବଣ ଗ୍ରାମର ଅଧିବାସୀଙ୍କୁ ସ୍ଥାନାନ୍ତର ପାଇଁ ସୋମବାର ସନ୍ଧ୍ୟା ସୁଦ୍ଧା ସମସ୍ତ ପ୍ରସ୍ତୁତି ସରିଛି। ଝଡର ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌ର ୨ ଟିମ୍‌ ମହାକାଳପଡା ବ୍ଲକ ଅଞ୍ଚଳକୁ ପଠାଯାଇଥିବା ବେଳେ ଓଡ୍ରାଫର ଗୋଟିଏ ଟିମ୍‌ ରାଜନଗର ବ୍ଲକରେ ଅଛନ୍ତି। ଅଗ୍ନିଶମ ବାହିନୀ ଓ ପ୍ରଶାସନିକ ଅଧିକାରୀମାନେ ଏହି ଦୁଇ ବ୍ଲକ ଅଞ୍ଚଳରେ ଡେରା ପକାଇଛନ୍ତି। ପାନୀୟ ଜଳ ଓ ପରିମଳ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ଖାଦ୍ୟ ଯୋଗାଣ, ଜଳ ସମ୍ପଦ, ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ଅଧିକାରୀମାନେ ବିଭିନ୍ନ ବ୍ଲକରେ ରହି କାର୍ଯ୍ୟ ତଦାରଖ କରୁଛନ୍ତି। ଏ ସମ୍ପର୍କରେ ଜିଲା ଜରୁରିକାଳୀନ ଅଧିକାରୀ ସମ୍ବିତ କୁମାର ଶତପଥୀ କହିଛନ୍ତି, ବାତ୍ୟାର ଗତିବିଧି ଓ ପ୍ରକୋପ ଆକଳନ କରିବା ପରେ ସମୁଦ୍ର ତଟବର୍ତ୍ତୀ ଗ୍ରାମଗୁଡିକରୁ ଅଧିବାସୀଙ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳର ନିରୀକ୍ଷଣ ସରିଛି। ଏଥିସହିତ ସମ୍ଭାବ୍ୟ କ୍ଷୟକ୍ଷତିକୁ ଆକଳନ କରାଯାଇ ପ୍ରାରମ୍ଭିକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। ସମସ୍ତଙ୍କ ଜୀବନ ବଞ୍ଚାଇବା ଜିଲା ପ୍ରଶାସନର ପ୍ରାଥମିକତାରେ ଅଛି। ଏଥିପାଇଁ ବିଭାଗୀୟ ଅଧିକାରୀ ଓ ନୋଡାଲ ଅଧିକାରୀ ଉପାନ୍ତ ଅଞ୍ଚଳରେ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ସାମୁଦ୍ରିକ ଝଡ ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ତଟବର୍ତ୍ତୀ ଗ୍ରାମକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି।


All Right Reserved By Dharitri.Com

୭.୫ ଡିଗ୍ରୀରେ ଦାରିଙ୍ଗବାଡ଼ି

ଭୁବନେଶ୍ୱର, ୮।୧(ବ୍ୟୁରୋ): ବର୍ଷା କମିଯିବା ପରେ ଶୀତ ପୁଣି ଫେରିଛି। ମଙ୍ଗଳବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୭.୫ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଟିଟିଲାଗଡ଼ରେ ୭.୬, ଅନୁଗୋଳ ୮,...

ପିସିସି ବଦଳାଅ, କଂଗ୍ରେସ ବଞ୍ଚାଅ:କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟିବାକୁ ଦିଲ୍ଲୀ ଯାତ୍ରା

କଟକ ଅଫିସ,୧୩ା୧୨:ପିସିସି ବଦଳାଅ, ଓଡ଼ିଶାରେ କଂଗ୍ରେସକୁ ବଞ୍ଚାଅ। ପିସିସି ସଭାପତିଙ୍କୁ ବଦଳାଇବା ଦାବି କଂଗ୍ରେସରେ ଜୋର ଧରିବାରେ ଲାଗଛି। ଏହି ଦାବି ନେଇ ଦଳର କର୍ମକର୍ତ୍ତାମାନେ...

୩୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ, ୩।୧୦: ଖୋର୍ଦ୍ଧା ଅବକାରୀ ବିଭାଗର କର୍ମଚାରୀମାନେ ବଡ଼ବେରଣା ଗଁାରୁ ଗୁରୁବାର ପୂର୍ବାହ୍ନରେ ଚଢ଼ାଉକରି ୩୨ ଗା୍ରମ ବ୍ରାଉନସୁଗାର ଜବତ କରିଛନ୍ତି। ଏହି ଘଟଣାରେ...

ଅପରେଶନ ପରେ ହରାଇଲେ ଦୃଷ୍ଟିଶକ୍ତି

କାମାକ୍ଷାନଗର, ୨୫।୨(ଡି.ଏନ.ଏ.) ବେସରକାରୀ ଚିକିତ୍ସାଳୟର ଖାମଖିଆଲ ମନୋଭାବ ଯୋଗୁ ଜଣେ ବୃଦ୍ଧା ଆଖି ହରାଇଥିବା ଅଭିଯୋଗ ହୋଇଛି। କାମାକ୍ଷାନଗର ଏନ୍‌ଏସି ଅଧୀନ ବଡ଼ବିଲା ଗଁାର ଧଳା...

କରୋନା ମୁକାବିଲା ନେଇ ଫୋନ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କ ଆଲୋଚନା: ରଥଯାତ୍ରା ନେଇ ବି ହେଲା ଆଲୋଚନା

ଭୁବନେଶ୍ୱର, ୨୪।୪(ବ୍ୟୁରୋ): କରୋନା ସ୍ଥିତିକୁ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଉଭୟ ଫୋନ୍‌ ମାଧ୍ୟମରେ...

ବଳାତ୍କାର ପ୍ରସଙ୍ଗରେ ଗୃହରେ ଝଡ଼

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଜଗତ୍‌ସିଂହପୁର ଜିଲା ନାଉଗାଁ ଥାନା ଅଧୀନ ତିରୁନା ଗ୍ରାମପଞ୍ଚାୟତର ତେନ୍ତୋଇ ଗ୍ରାମର ଜଣେ ଅନୁସୂଚିତ ଜାତି(ଏସ୍‌ସି) ଝିଅର ଆତ୍ମହତ୍ୟା ଘଟଣାକୁ ନେଇ ସୋମବାର ବିଧାନସଭାର...

ଅସ୍ତ୍ରୋପଚାର ସମୟରେ ପ୍ରସୂତି ମୃତ, ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର

ବରଗଡ଼ ଅଫିସ, ୧୮।୧- ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଶନିବାର କନ୍ୟା ସନ୍ତାନ ଜନ୍ମ ଦେବା ପରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି। ମୃତା ମହିଳା...

ଋଣଭାର ଶୁଝି ନ ପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

ଧାମନଗର,୧୮।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବମକୁରା ପଞ୍ଚାୟତ ଦେଉଳଡ଼ିହ ନୂଆପାଟଣା ଗ୍ରାମର ଜଣେ ଚାଷୀଙ୍କର ବୁଧବାର ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ଉମାକାନ୍ତ...

Leave a comment

Your email address will not be published. Required fields are marked *