କେରଳ, ମଧ୍ୟପ୍ରଦେଶରେ ଫସିଛନ୍ତି ୧୫୦ ଶ୍ରମିକ

ରଣପୁର, ୧୮ା୫ (ସ୍ବ.ପ୍ର.): ଲକ୍‌ଡାଉନ ଯୋଗୁ ରଣପୁର ବ୍ଲକ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ କେରଳ ଓ ମଧ୍ୟପ୍ରଦେଶରେ ଫସିରହିଛନ୍ତି। କେରଳ ରାଜ୍ୟର ତ୍ରିବେନ୍ଦ୍ର ହାଉସିଂ ବୋର୍ଡ ଠେଙ୍ଗାଚୁଲା ଅଞ୍ଚଳରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଲକ୍‌ଡାଉନ ସମୟରେ କେରଳ ପ୍ରଶାସନ ତରଫରୁ ମାତ୍ର ୧୦ରୁ ୧୨ ଥର ଖାଦ୍ୟ ସାମଗ୍ରୀ ରିଲିଫ୍‌ ଆକାରରେ ଦିଆଯାଇଥିଲା। ଏବେ ପ୍ରାୟ ୧ ମାସ ହେବ ରିଲିଫ ସାମଗ୍ରୀ ଦିଆଯାଉ ନ ଥିବା ସେମାନେ କହିଛନ୍ତି। ପ୍ରବାସୀ ଓଡ଼ିଆମାନେ ଏ ସମ୍ପର୍କରେ ଫୋନ ମାଧ୍ୟମରେ ଜଣାଇ ଫେରାଇ ଆଣିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିବେଦନ କରିଛନ୍ତି। ରଣପୁର ପୁରୁଣାବସନ୍ତର ଟୁକୁନା ମାହାପାତ୍ର, ମାନସ ରଣା, କୈଳାସ ସାହୁ କହିଛନ୍ତି, ଲକ୍‌ଡାଉନ କାଳରେ ମାନସିକ ଯନ୍ତ୍ରଣାଠାରୁ ଭୋକ ବଳିଯାଇଛ। ସେହିପରି ମଧ୍ୟପ୍ରଦେଶର ଇନ୍ଦୋରରେ ଏସ୍‌ଟିଆଇ ଇଣ୍ଡିଆ ଲିମିଟେଡ ନାମକ ଏକ କମ୍ପାନୀରେ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ଫସି ରହିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଦରମା ଦେଉନାହିଁ କି ଖାଇବା ପିଇବା ବ୍ୟବସ୍ଥା କରୁ ନ ଥିବା ଶ୍ରମିକମାନେ କହିଛନ୍ତି। ଯାହାକିଛି ସଞ୍ଚତ୍ତ ଅର୍ଥ ସରିଯାଇଥିବାରୁ ଭୋକ ଉପାସରେ ରହିବାକୁ ପଡୁଛି ବୋଲି ଚିତରଞ୍ଜନ ରଣା, ଅକ୍ଷୟ ପ୍ରଧାନ, ରିତ ରାଉତ କହିଛନ୍ତି।


All Right Reserved By Dharitri.Com

ମାନସିକ ରୁଗୀକଁର ସେବାରେ ସମରପିତ ଅକ୍ଷୟ

ଘଣ୍ଟାପଡ଼ା, ୪।୧୨(ଡି.ଏନ୍‌.ଏ.)- ନର ସେବା ହିଁ ନାରାୟଣ ସେବା, ଇ କଥାଟାକେ କାମ୍‌ରେ କରି ଦେଖେଇ ପାରିଛନ୍‌ କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଁଚେତ୍‌ ଗୋଛାଗୋରା ଗଁାର...

ପାନୀୟଜଳ ଦାବିରେ ରାସ୍ତାରୋକୋ

ଯୋଡ଼ା, ୧୩।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଜୁରୁଡିସ୍ଥିତ କ୍ରେଚ ହଟିଂ ଅଞ୍ଚଳବାସୀ ବିଦ୍ୟୁତକାଟ୍‌ ଯୋଗୁ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବାରୁ ରାସ୍ତା ଅବରୋଧ କରିଥିଲେ।...

ଗୀତ ଗାଇ ଆଦିବାସୀଙ୍କୁ ସଚେତନ କରୁଛନ୍ତି ଫରେଷ୍ଟର

ଜୟପୁର,୨୦ା୫(ଡି.ଏନ୍‌.ଏ.): କାରୋନା ଆଣିଛି ଦୁଃଖ । ସଚେତନତା ହେଉଛି ଏଥିରୁ ବର୍ତ୍ତିବାର ଏକମାତ୍ର ଉପାୟ। କୋରାପୁଟ ଜିଲାର ଉପାନ୍ତ ଅଞ୍ଚଳର ଆଦିବାସୀଙ୍କୁ ସଚେତନ କରୁଛନ୍ତି ଜୟପୁର...

ବଲାଙ୍ଗିର ଫେରୁଥିବା ଶ୍ରମିକଙ୍କ ସମସ୍ୟା ବୁଝିଲେ ତହସିଲଦାର

ଶେରଗଡ଼,୩ା୪(ଡି.ଏନ୍‌.ଏ.)- ଶେରଗଡ଼ ପଥରପୁଞ୍ଜି ଗ୍ରାମ ରାସ୍ତାରେ ରବିବାର ମଧ୍ୟାହ୍ନରେ ୩୦ଜଣ ଶ୍ରମିକ ଛୋଟ ଛୁଆଙ୍କୁ ଧରି ଚାଲିଚାଲି ଯାଉଥିବା ସ୍ଥାନୀୟ ଯୁବକମାନେ ଦେଖିଥିଲେ। ଏନେଇ ଶେରଗଡ଼...

ଶ୍ରୀଲିଙ୍ଗରାଜ ମାର୍କେଟରେ ସାମାଜିକ ଦୂରତ୍ୱ ଅମାନ୍ୟ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଲୋକଙ୍କୁ ସଚେତନ କରିବାରେ ଲାଗିପଡିଛି। ହେଲେ ହାଟଗୁଡିକରେ ସାମାଜିକ ଦୂରତ୍ୱକୁ ବ୍ୟବସାୟୀ ଓ ଲୋକେ...

କ୍ଷତିପୂରଣ ଦାବିରେ ଚାଷୀଙ୍କ ବିକ୍ଷୋଭ

ଖଇରା, ୧୬।୧୧(ଡି.ଏନ.ଏ.)-ବୁଲବୁଲ ବାତ୍ୟାରେ ନଷ୍ଟ ହୋଇଥିବା ଚାଷ ପାଇଁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଖଇରା ବ୍ଲକ ଅଧୀନ ମହତୀପୁର ପଞ୍ଚାୟତର ଶତାଧିକ ଚାଷୀ ବୁଧବାର...

ବଳାତ୍କାର ଘଟଣା : ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୨୧ା୧୦ : ନିଆଳି ଥାନା ଅଞ୍ଚଳରେ ଗତ ଅଗଷ୍ଟ ୮ରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଦିପୁନା ଭୋଇଙ୍କୁ ଗିରଫ...

ଆତଙ୍କ ଖେଳାଇଛନ୍ତି କୁଲଡ଼ିହା ହାତୀ: ଜଣଙ୍କୁ କଚାଡ଼ି ମାରିଲେ

ନୀଳଗିରି/ସଜନାଗଡ଼, ୨୯।୪(ଡି.ଏନ.ଏ.)-କିଛିମାସ ହେଲା ନୀଳଗିରି ବ୍ଲକ ଅଧୀନ କୁଲଡ଼ିହା ଅଭୟାରଣ୍ୟର ହାତୀପଲ ବନାଞ୍ଚଳ ନିକଟସ୍ଥ ଗ୍ରାମରେ ପଶି ବହୁ ଘର, ବିଭିନ୍ନ ପ୍ରକାର ଫସଲ ନଷ୍ଟ...

Leave a comment

Your email address will not be published. Required fields are marked *