ସିଡ଼ିଏମଓଙ୍କୁ ସ୍ବାସ୍ଥ୍ୟକର୍ମୀ ଦେଲେ ଦାବିପତ୍ର

ବରଗଡ଼ ଅଫିସ୍‌,୧୮।୫: ସରକାର ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ଅଭିହିତ କରିଛନ୍ତି । ଏହା ସହିତ ଅଗ୍ରୀମ ଦରମା ପ୍ରଦାନ ପାଇଁ ମଧ୍ୟ ଘୋଷଣା ହୋଇଛି । ମାତ୍ର କରୋନା ମୁକାବିଲା ସମୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଛି ଏବଂ ସରକାରଙ୍କ ଘୋଷଣା ଧୂଆଁବାଣ ପାଲଟିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣି ୨୦୧୩ରେ ନିଯୁକ୍ତି ପାଇଥିବା ବରଗଡ଼ ଜିଲାର ସ୍ବାସ୍ଥ୍ୟକର୍ମୀମାନେ ସୋମବାର ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ)ଙ୍କୁ ଫେରାଦ ହୋଇଥିଲେ । ଏ ନେଇ ସିଡ଼ିଏମଓ ଡା. ବିଭୂତି ଭୂଷଣ ମେହେରଙ୍କୁ ସେମାନେ ୪ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୨୦୧୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରେଡ୍‌-ପେ ପ୍ରଦାନ, ଚାକିରିକୁ ୬ବର୍ଷ ପୂରଣ ହେବା ଦିନଠାରୁ ନିୟମିତ ଘୋଷଣା କରାଯାଇ ତଦନୁଯାୟୀ ଦରମା ପ୍ରଦାନ, କୋଭିଡ୍‌-୧୯ର ପ୍ରୋତ୍ସାହନ ରାଶି ପ୍ରଦାନ ଏବଂ ୪ମାସର ଅଗ୍ରୀମ ଦରମା ପ୍ରଦାନ କରିବାକୁ ସ୍ମାରକପତ୍ରରେ ଦାବି କରାଯାଇଛି । ନମିତା ପୁଟେଲ, ବିନ୍ଦୁ ଦୀପ, ଅନୁପମା ଦାଶ, ମାମୀ ରଣା ପ୍ରମୁଖ ସିଡିଏମଓଙ୍କୁ ସ୍ମାରକପତ୍ର ପ୍ରଦାନ କରିିଥିଲେ ।


All Right Reserved By Dharitri.Com

ନନ୍ଦପୁରରେ ସ୍ବାଧୀନତା ଦିବସ

ନନ୍ଦପୁର, ୧୫।୮(ଡି.ଏନ୍‌.ଏ.)-କୋରାପୁଟ ଜିଲା ନନ୍ଦପୁର ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ନନ୍ଦପୁର ସଦର ମହକୁମାସ୍ଥିତ...

ପୂର୍ବତନ ମନ୍ତ୍ରୀ ହରପ୍ରସାଦ ମହାପାତ୍ରଙ୍କ ପରଲୋକ

ବାଲେଶ୍ୱର ଅଫିସ/ସୋର.୬ା୫(ଡି.ଏନ୍‌.ଏ): ବାଲେଶ୍ୱରର ଅନ୍ୟତମ ବିଶିଷ୍ଟ ବ୍ୟକ୍ତି ତଥା ପୂର୍ବତନ ମନ୍ତ୍ରୀ ହରପ୍ରସାଦ ମହାପାତ୍ର(୯୭)ଙ୍କର ବୁଧବାର ସହଦେବଖୁଣ୍ଟାସ୍ଥିତ ବାସଭବନରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟ ଜନିତ ରୋଗରେ...

ଅନ୍‌ଦେଖା କରୁଛେ ପର୍ଯ୍ୟଟନ ବିଭାଗ: ଅବହେଲିତ ଅବସ୍‌ତାରେ କରକ ଜଲପ୍ରପାତ

କୋକସରା, ୪।୧ (ଡି.ଏନ୍‌.ଏ.)- ପାହାଡ଼ ଜଂଗଲ ଘେରା ପ୍ରାକୃତିକ ସୁଁଦରତାରେ ଭରପୁର କଳାହାଣ୍ଡି ଜିଲାରେ ରହିଛେ ଅନେକ ମନ୍‌ଲୁଭା ପର୍ଯ୍ୟଟନ ଥଲ। ଇଥ୍‌ରୁ କେତେ ରାଏଜ୍‌...

ବଳାତ୍କାର ପୀଡିତା ଅଧ୍ୟାପିକାଙ୍କ ମୃତ୍ୟୁଦେହ ଉଦ୍ଧାର ମାମଲା: ଘଟଣାସ୍ଥଳରେ ଏସ୍‌ପିଙ୍କ ତଦନ୍ତ

ରାଇରଙ୍ଗପୁର,୩ା୧୨(ଡି.ଏନ୍‌.ଏ.): ରାଇରଙ୍ଗପୁର ଅଞ୍ଚଳସ୍ଥିତ ଏକ କଲେଜର ଜଣେ ଅଧ୍ୟାପିକା ବଳାତ୍କାରର ଶିକାର ହୋଇ ପୋଲିସଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି...

ତେଲେଙ୍ଗାନାରେ ବଁଧା ପଡ଼ିଛନ୍‌ ୧୮ ଦାଦନ ଶ୍ରମିକ

ପର୍ଲା, ୬।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଦଣ୍ଡପାଟ ଅଂଚଲରେ ଦିନୁଦିନ୍‌କେ ଦାଦନ ସମସିଆ ବଢ଼ତେଲ ଯାଉଛେ। ଦାଦନ ସମସିଆର ସଂଗେ ଯୁଝବାର ଲାଗି ସରକାର ଅନେକ...

ସ୍ବାସ୍ଥ୍ୟକେନ୍ଦ୍ରରେ ସରପଞ୍ଚଙ୍କ ପୁଅ ତାଲା ପକାଇବା ଘଟଣା : ଏହାକୁ ବିରୋଧ କରି ଗ୍ରାମବାସୀଙ୍କ ଧାରଣା

ବାହାନଗା, ୨୮।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ଶୁକ୍ରବାର ଅପରାହ୍ନରେ ସରପଞ୍ଚଙ୍କ ପୁଅ ଓ ତାଙ୍କର ଜଣେ ସାଙ୍ଗ...

୫ ପ୍ରତିଶତ ଲୋକ ଲକ୍‌ଡାଉନ୍‌ ନିୟମ ମାନୁନାହାନ୍ତି

ଭୁବନେଶ୍ୱର,୩।୪(ବ୍ୟୁରୋ): ଶୃଙ୍ଖଳିତ ଓ ବ୍ୟବସ୍ଥିତ ରହି ଲକ୍‌ଡାଉନ୍‌ର ଅବଶିଷ୍ଟ ସମୟକୁ ସଫଳ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଲକ୍‌ଡାଉନ୍‌ର ପ୍ରଥମ ସପ୍ତାହରେ...

୩ ବର୍ଷ ହେଲା ଶେଯରେ ଶମ୍ଭୁ

ପାଲଲହଡ଼ା, ୧ା୨(ଡି.ଏନ.ଏ.) – ବଢ଼ୁଛି ରୋଗ ଯନ୍ତ୍ରଣା। ଯୁବାବସ୍ଥାରେ ବି ଉଠିବାକୁ ଦେହରେ ବଳ ନାହିଁ। ଶରୀରସାରା ଚର୍ମ ଫାଟିବା ସହ ଘା ହୋଇଗଲାଣି। ଗୋଡ...

Leave a comment

Your email address will not be published. Required fields are marked *