ପ୍ରବାସୀଙ୍କୁ ଅଧାବାଟରେ ଛାଡି ଚାଲିଗଲା ବସ୍‌

ଜୁନାଗଡ଼,୧୮।୫(ଡି.ଏନ୍‌.ଏ.): ଚେନ୍ନାଇରେ ଫସି ରହିଥିବା କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩୧ ଜଣ ଓ ଜୁନାଗଡ଼ ବ୍ଲକର ଜଣେ ପ୍ରବାସୀ ସୋମବାର ଏକ ବସ୍‌ ଭଡା କରି ଫେରୁଥିଲେ। ବସ୍‌ ଚାଳକ ରୁଟ୍‌ ପରମିଟ ସମୟ ସୀମା କମ୍‌ ଥିବା ଦର୍ଶାଇ କଳାହାଣ୍ଡି ଓ ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣିଠାରେ ସେମାନଙ୍କୁ ଓହ୍ଲାଇ ଚାଲିଯାଇଥିଲା। ସେମାନେ ଚାଲିଚାଲି ନିଜ ଗନ୍ତବ୍ୟ ସ୍ଥଳକୁ ଫେରୁଥିଲେ। ପ୍ରାୟ ୫୦କିମି ଚାଲିବା ପରେ ସେମାନେ ସୋମବାର ମଧ୍ୟାହ୍ନରେ ଜୁନାଗଡ ହାତୀ ବ୍ରିଜ ନିକଟରେ ପହଞ୍ଚିଥିଲେ। ଖବର ପାଇ ଜୁନାଗଡ ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା। ପରେ କେସିଙ୍ଗା ବ୍ଲକର ୩୧ ପ୍ରବାସୀଙ୍କୁ ଜୁନାଗଡ ସଂସ୍କୃତ ଭବନଠାରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜୁନାଗଡ ବ୍ଲକର ଜଣେ ପ୍ରବାସୀଙ୍କୁ ଚାରଭାଟି ପଞ୍ଚାୟତ ବ୍ରାହ୍ମଣୀଗୁଡା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା। ଜୁନାଗଡ ବିଡିଓ ଦୁଲାରାମ ମାରାଣ୍ଡିଙ୍କ ତତ୍ତ୍ୱାବଧାନରେ ଯନ୍ତ୍ରୀ ସଞ୍ଜୟ କୁମାର ମଲ୍ଲିକ,ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ମହେଶ କୁମାର ସାହୁ, ଜିଆରଏସ୍‌ ସଞ୍ଜୀବ ପଟ୍ଟନାୟକ, କଲିଙ୍ଗା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

କରୋନାକୁ ନେଇ ସରକାରୀ କଟକଣାକୁ ଫୁ’: ଓଡ଼ଗାଁରେ ପ୍ରହସନ ପାଲଟିଛି ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର; ସାଧାରଣର ପ୍ରଶ୍ନବାଚୀ

ଓଡଗାଁ, ୧୫।୪(ସ୍ବ.ପ୍ର.)- କରୋନା ମହାମାରୀର ଭୟାବହତା କାରଣରୁ ସାମାଜିକ ଦୂରତା ଓ ମାକ୍ସ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ନୟାଗଡ ଜିଲା ଓଡଗାଁ ଆଦର୍ଶ ଥାନା...

ଜମି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୭ ଗିରଫ, ଜଣେ ଗୁରୁତର

କୁଜଙ୍ଗ,୧୨ା୩(ଡି.ଏନ.ଏ.): କୁଜଙ୍ଗ ଥାନା ଅଧୀନ ଫତେପୁର ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୭୩୪

ନୂଆଦିଲ୍ଲୀ,୯।୪: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲଙ୍କ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫୪୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ...

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ, ପୋଚ ଜବତ

ଦେବଗଡ,୭ା୫(ଡି.ଏନ.ଏ)-ଦେବଗଡ ଜିଲା ଅବକାରୀ ବିଭାଗ ପକ୍ଷରୁ ଦେବଗଡ ଥାନା ଅଧିନ କାଲକାଠ ଗ୍ରାମର ଅଲେଖ କିସାନଙ୍କ ଘରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ...

ଲଗାଣ ବର୍ଷାରେ ପ୍ରଭାବିତ ସିଂହପୁର

ସିଂହପୁର,୨୪।୧୦(ଡିଏନଏ)- ଲଘୁଚାପଜନିତ ବର୍ଷାରେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ସମେତ ସମଗ୍ର ବ୍ଲକରେ ବ୍ୟାପକ ପ୍ରଭାବିତ ହୋଇଛି। ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ...

ନିର୍ଦ୍ଦୋଷ ବାପ,ପୁଅ ଜେଲ ଭୋଗିବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ରାଇରଙ୍ଗପୁର,୨୧ା୮(ଡି.ଏନ.ଏ.): ନିଖୋଜ ଥିବା ମହିଳାଙ୍କୁ ମୃତ ଦର୍ଶାଇ ତାଙ୍କ ନିର୍ଦ୍ଦୋଷ ସ୍ବାମୀ ଏବଂ ଶ୍ୱଶୁରଙ୍କୁ ପୋଲିସ ଗିରଫ କରି ଜେଲ୍‌ ପଠାଇବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ...

୩୦% କଟିବ ଏମ୍‌ପିଙ୍କ ବେତନ

ନୂଆଦିଲ୍ଲୀ,୭ା୪(ପି.ଟି.): ମହାମାରୀ କରୋନାର ତାଣ୍ଡବରୁ ବର୍ତ୍ତିପାରି ନାହିଁ ବିଶ୍ୱ। ଆମେରିକା, ଇଟାଲୀ ଓ ଫ୍ରାନ୍ସ ସମେତ ଅନେକ ବିକଶିତ ଓ ବିକାଶୀଳ ରାଷ୍ଟ୍ରରେ ଏହି ଭାଇରସ୍‌...

ଛଟେଇ ଆଣିବ ଅର୍ଥନୀତିରେ ସୁନାମି

ନୂଆଦିଲ୍ଲୀ,୯ା୫: କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ପାଇଁ ଦେଶବ୍ୟାପୀ ଜାରି କରାଯାଇଥିବା ଲକ୍‌ଡାଉନ୍‌ ଅନ୍‌ ଅଫ୍‌ ସୁଇଚ୍‌ ଭଳି ନୁହେଁ। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧି...

Leave a comment

Your email address will not be published. Required fields are marked *