ଧାନବିକ୍ରି ପାଇଁ ଚାଷୀଙ୍କୁ ମିଳୁନି ଟୋକନ

ବରଗଡ଼ ଅଫିସ୍‌,୧୮।୫: ଧାନ କିଣାବିକାରେ ସରକାର ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି । ଅନ୍ୟପଟେ ଚାଷୀଙ୍କୁ ଠିକ୍‌ ଭାବେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନବିକ୍ରିରୁ ବଞ୍ଚିତ ହେଉଛନ୍ତି । ଏହାର ପ୍ରତିବାଦରେ ସୋମବାର ଜୟ କିସାନ ଆନ୍ଦୋଳନ ନେତୃତ୍ୱରେ ବରଗଡ଼ ଜିଲା ସୋହେଲା ବ୍ଲକ ସରକଣ୍ଡା ଅଞ୍ଚଳର ଚାଷୀମାନେ ବରଗଡ଼ ଜିଲା ଯୋଗାଣ ଅଧିକାରୀ ଦୁର୍ଗାଚରଣ ଭେସ୍ରାଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନେ ସିଏସ୍‌ଓ ଭେସ୍ରାଙ୍କୁ ଟୋକନକୁ ନେଇ ଚାଷୀଙ୍କ ଏକ ତାଲିକା ମଧ୍ୟ ପ୍ରଦାନ କରିଥିଲେ । ଯେଉଁ ଚାଷୀଙ୍କ ଟୋକନ ଆସିନାହିଁ, ସେମାନଙ୍କୁ ତାହା ତୁରନ୍ତ ଯୋଗାଇ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି । ବହୁ କମ୍‌ ସଂଖ୍ୟକ ଚାଷୀଙ୍କ ଟୋକନ ଆସିଥିବାବେଳେ ଅନେକ ଚାଷୀଙ୍କ ଅମଳ ଧାନ କ୍ଷେତ ଓ ଖଳାରେ ପଡ଼ି ରହିଛି । ମାତ୍ର ଟୋକନ ମିଳି ନ ଥିବାରୁ ସେମାନେ ଧାନ ବିକ୍ରି କରି ପାରୁ ନାହାନ୍ତି । ଫଳରେ ତୁରନ୍ତ ଚାଷୀଙ୍କୁ ଟୋକନ ଯୋଗାଇ ନ ଦେଲେ ଜୟ କିସାନ ଆନ୍ଦୋଳନ ନେତୃତ୍ୱରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଜୟ କିସାନ ଆନ୍ଦୋଳନର ସୁଶୀଲ କୁମାର ସାହୁ, ହର ବଣିଆଙ୍କ ନେତୃତ୍ୱରେ ଚାଷୀମାନେ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।


All Right Reserved By Dharitri.Com

କ୍ୱାରାଣ୍ଟାଇନରେ ୨୧ ଜଣ

ଅନୁଗୋଳ ଅଫିସ୍‌, ୧୯।୩: ବାହାର ରାଜ୍ୟ ତଥା ଦେଶରୁ ଅନୁଗୋଳକୁ ଫେରିଥିବା ମୋଟ ୨୧ ଜଣଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଏ ନେଇ ଅନୁଗୋଳ ଜିଲାପାଳ ମନୋଜ କୁମାର...

ଭିତରକନିକା ୩୧ ଯାଏ ବନ୍ଦ

ରାଜନଗର, ୧୭।୩(ଡି.ଏନ.ଏ.): କରୋନା ସତର୍କତାକୁ ଦୃଷ୍ଟିରେ ରଖି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲାର ଭିତରକନିକା ଜାତୀୟ ଉଦ୍ୟାନକୁ ମଙ୍ଗଳବାର ଠାରୁ ବନ୍ଦ...

ଭଣ୍ଡାରିପୋଖରୀ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରକୁ ଫେରିଛନ୍ତି ୨୭୨ ପ୍ରବାସୀ

ଭଣ୍ଡାରିପୋଖରୀ, ୮।୫ (ଡି.ଏନ୍‌.ଏ.): ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ସୁଦ୍ଧା ଭଣ୍ଡାରିପୋଖରୀ ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ୨୭୨ ଜଣ ପ୍ରବାସୀ ପହଞ୍ଚିଛନ୍ତି।...

ଛତୁ ତୋଳିବାକୁ ଯାଇ ହେଟାବାଘ ଆକ୍ରମଣରେ ଜଣେ ଗୁରୁତର

ବନ୍ତଳା/ଅନୁଗୋଳ ଅଫିସ,୨୮।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅନ୍ତୁଳିଆ ଫରେଷ୍ଟ ବିଟ୍‌ ଅଧୀନ ଅନ୍ତୁଳିଆ ରିଜର୍ଭ ଜଙ୍ଗଲର କୁରୁତାପେ ନିକଟକୁ ଛତୁ ତୋଳିବାକୁ ଯାଇ ଶନିବାର...

ଟ୍ରକ ଧକ୍କାରେ ଜଣେ ମୃତ

ବଅଁରପାଳ,୨୨।୧୦(ଡି.ଏନ.ଏ.)-ବଅଁରପାଳ ଥାନା ହାଇସ୍କୁଲ ନିକଟରେ ସୋମବାର ସାରେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ବଅଁରପାଳ ଥାନା ସାଲଗାଡ଼ିଆ ଗ୍ରାମର ଲକ୍ଷ୍ମଣ ଖଟୁଆ(୩୫)ଙ୍କ ମୃତ୍ୟୁ ହୋଇଛି।...

କ୍ୟାଣ୍ଟିନ ପରିଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି: ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଫାଟକରେ ତାଲା ପକାଇଲେ ବିଦ୍ୟାର୍ଥୀ

ବ୍ରହ୍ମପୁର ଅଫିସ, ୭।୮- ବ୍ରହ୍ମପୁର ଉପକଣ୍ଠ ଚଣ୍ଡିପଦରସ୍ଥିତ ପାରଳା ମହାରାଜା ଇଂଜିନିୟରିଂ କଲେଜ ଛାତ୍ରାବାସ-୧ରେ ମଙ୍ଗଳବାର ଗ୍ୟାସ୍‌ ପାଇପ୍‌୍‌ ଫାଟି ୩ ଛାତ୍ର ଆହତ ହେବା...

ବାରିପଦା ବସଷ୍ଟାଣ୍ଡରୁ ଗଞ୍ଜେଇ ଜବତ, ୨ ଅଣଓଡ଼ିଆ ଗିରଫ

ବାରିପଦା ଅଫିସ,୧୪।୯: ବାରିପଦା ବସ୍‌ଷ୍ଟାଣ୍ଡରୁ ବାରିପଦା ଟାଉନ ଥାନା ପୋଲିସ ଶନିବାର ୧୫ କେଜି ଗଞ୍ଜେଇ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୨ ଅଣ...

ବୁଦ୍ଧଖୋଲ ମହୋତ୍ସବ ଉଦ୍‌ଯାପିତ: ଦର୍ଶକଙ୍କୁ ଝୁମାଇଲେ ଶଶାଙ୍କ, ଦୀପ୍ତିରେଖା

ବୁଗୁଡ଼ା,୧୫ା୧(ଡି.ଏନ.ଏ.)-ବୁଗୁଡ଼ା ନିକଟସ୍ଥ ମହୋତ୍ସବ ପଡ଼ିଆରେ ଶୁକ୍ରବାରରୁ ଆରମ୍ଭ ହୋଇଥିବା ବୁଦ୍ଧଖୋଲ ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ ଯୋଜନା ଓ ସଂଯୋଜକ...

Leave a comment

Your email address will not be published. Required fields are marked *