ଗ୍ରୀନଜୋନ୍‌ କନ୍ଧମାଳରେ ୨ ପଜିଟିଭ: ସାନିଟାଇଜ ହେଲା ରତଙ୍ଗ କ୍ୱାରାଣ୍ଟାଇନ୍‌ ସେଣ୍ଟର

ଫୁଲବାଣୀ ଅଫିସ, ୧୮ା୫- ଗ୍ରୀନ ଜୋନ୍‌ କନ୍ଧମାଳ ଜିଲାରେ କରୋନା ପହଞ୍ଚିଛି। ତାମିଲନାଡୁରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିବା ୨ ପ୍ରବାସୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଛି। ଉଭୟଙ୍କୁ ଜିଲା ପ୍ରଶାସନ ପକ୍ଷରୁ ରବିବାର ରାତିରେ ଭୁବନେଶ୍ୱର କିମ୍‌ସ୍‌ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ା
ତାମିଲନାଡୁର ଚେନ୍ନାଇରୁ ଟ୍ରେନ୍‌ ଯୋଗେ ଆସିଥିବା ଏହି ଦୁଇ ଜଣଙ୍କୁ ଜିଲା ପ୍ରଶାସନ ଚିହ୍ନଟ କରି ଆଣି କ୍ୱାରେନଟାଇନରେ ରଖିଥିଲା ା ଏହି ୨ ଜଣଙ୍କଠାରେ କରୋନାର କିଛି ଲକ୍ଷଣ ନ ଥିଲା ା ତେବେ ରିପୋର୍ଟ ପଜିଟିଭ ଆସିବା ପରେ ଜିଲାବାସୀ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି ା ପଜିଟିଭ୍‌ ଦୁଇ ଜଣ ଫିରିଙ୍ଗିଆ ବ୍ଲକ ରତଙ୍ଗ କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିଲେ ା ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ସୋମବାର ଉକ୍ତ କେନ୍ଦ୍ରକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଇଛି ା


All Right Reserved By Dharitri.Com

ପଞ୍ଚାୟତିରାଜ ମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ : ବିଭିନ୍ନ ପ୍ରକଳ୍ପ କଲେ ଉଦ୍‌ଘାଟନ

ଦାରିଙ୍ଗବାଡ଼ି,୧୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ସନ୍ଧ୍ୟାରେ ଗସ୍ତ କରି ବୁଧବାର ବିଭିନ୍ନ ବ୍ଲକରେ ଏକାଧିକ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ସେ...

ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

ଜି.ଉଦୟଗିରି, ୨୩ା୧୨ (ଡି.ଏନ୍‌.ଏ: ଜି. ଉଦୟଗିରି ସହରରେ ରବିବାର ସନ୍ଧ୍ୟାରେ ନିକଟସ୍ଥ ମାଲିକପଡି ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା। ଚର୍ଚ୍ଚଠାରୁ ଖ୍ରୀଷ୍ଟୀୟମାନେ...

ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ବାନ

ଫୁଲବାଣୀ ଅଫିସ, ୭ା୧୨-ଲୋକଙ୍କ ସମସ୍ୟା ସମାଧାନ କରିବାକୁ ହେଲେ ସରକାରଙ୍କୁ ଲୋକଙ୍କ ଆଖିରେ ହିଁ ସମସ୍ୟା ଦେଖିବାକୁ ପଡିବ। ଚାରି କାନ୍ଥ ଭିତରେ ବସି ଯୋଜନା...

ଘରଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବାଣ୍ଟୁଛନ୍ତି ଅଧିକାରୀ, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଦେଉଛନ୍ତି ପରାମର୍ଶ

ରାଇକିଆ,୨୭।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭତ୍ତା ଟଙ୍କା ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା ସଂକ୍ରମଣ ଆଶଙ୍କାରେ ରାଇକିଆ ସହର ତିନିଦିନ ହେଲା...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ପ୍ରତି ବଢୁଛି ଶ୍ରମିକଙ୍କ ଆଗ୍ରହ

ରାଇକିଆ,୨୪ା୪(ଡି.ଏନ୍‌.ଏ.)- ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ପାଇଁ କଟକଣା କୋହଳ ପରେ କନ୍ଧମାଳ ଜିଲା ରାଇକିଆ ବ୍ଲକରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ସାମାଜିକ ଦୂରତ୍ୱକୁ ଧ୍ୟାନ...

ନିଖୋଜ ଶୁଭେନ୍ଦୁଙ୍କ ମୃତଦେହ ମିଳିଲା: ବ୍ୟବଚ୍ଛେଦ ପାଇଁ ଛାଡୁନାହାନ୍ତି ପରିବାରବର୍ଗ

ରାଇକିଆ,୬।୨(ଡି.ଏନ୍‌.ଏ.) : ଜାନୁୟାରୀ ୧୫ରୁ ନିଖୋଜ ଥିବା କନ୍ଧମାଳ ଜିଲା ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକଙ୍କ ମୃତଦେହ ଗୁରୁବାର ଡଲାମାହା ପାହାଡ଼ରୁ ଉଦ୍ଧାର କରାଯାଇଛି।...

ମାଓବାଦୀଙ୍କ ବର୍ବରକାଣ୍ଡ:  ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ଗୁଳିକରି ହତ୍ୟା

ଦାରିଙ୍ଗବାଡ଼ି/କ.ନୂଆଗଁ।,୪।୧(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ. ନୂଆଗଁ। ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହାରେ ଗୁରୁବାର ରାତିରେ ମାଓବାଦୀମାନେ ଜଣକୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗୁଳିକରି ହତ୍ୟା କରିଛନ୍ତି।...

କରୋନା ମୁକାବିଲା ଚିନ୍ତା: ଦାରିଙ୍ଗବାଡ଼ି ପୋଲିସକୁ ସହଯୋଗ କରିବେ ସ୍ବେଚ୍ଛାସେବୀ

ଦାରିଙ୍ଗବାଡ଼ି,୧୧।୪(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ...

Leave a comment

Your email address will not be published. Required fields are marked *