ଗୋଟିଏ ଦିନରେ ପହଞ୍ଚିଲା ୩ ସ୍ପେଶାଲ ଟ୍ରେନ

ବଲାଙ୍ଗୀର ଅଫିସ, ୧୮ା୫: ବଲାଙ୍ଗୀର ରେଳଷ୍ଟେଶନରେ ସୋମବାର ଗୋଟିଏ ଦିନରେ ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ଆସି ପହଞ୍ଚତ୍ଥିଲା। ଏହି ତିନି ଟ୍ରେନ୍‌ରେ ବଲାଙ୍ଗୀର ସମେତ ଓଡିଶାର ୩୦ଜିଲାର ପ୍ରାୟ ୪ ହଜାର ପ୍ରବାସୀ ଆସିଥିଲେ। ଭୋର ୪ଟାରେ ବିଶାଖାପାଟଣାରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଥିଲା। ଏହି ଟ୍ରେନ୍‌ରେ ୧୪୧୭ ଜଣ ପ୍ରବାସୀ ଆସିଥିଲେ। ଥର୍ମାଲ ସ୍କ୍ରିନିଂ ପରେ ସେମାନଙ୍କ ପଞ୍ଜୀକରଣ କରାଯାଇଥିଲା। ପରେ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା। ଏହାପରେ ବିଭିନ୍ନ ଯାନବାହନରେ ଭିନ୍ନ ଭିନ୍ନ ଜିଲାକୁ ପଠାଯାଇଥିଲା। ବଲାଙ୍ଗୀର ଜିଲାର ୭୮୨, ସୁନ୍ଦରଗଡର ୧୮, ବରଗଡର ୪୯, ଢ଼େଙ୍କାନାଳର ୭୦, ଗଞ୍ଜାମର ୫୬, ଜଗତସିଂପୁରର ୨୨, ଭଦ୍ରକର ୪, ରାୟଗଡାର ୨୦, ବାଲେଶ୍ୱରର ୬୦, କଟକର ୪୦, ଯାଜପୁର ୧୯, କେନ୍ଦ୍ରପଡାର ୨୮, ମୟୁରଭଞ୍ଜର ୨୦, ସମ୍ବଲପୁର ୨, ଦେବଗଡର ୫ଜଣଙ୍କୁ ମିଶାଇ ସମୁଦାୟ ୧୪୧୭ ଜଣ ପ୍ରବାସୀ ଆସିଥିଲେ। ଦ୍ୱିତୀୟ ଟ୍ରେନ୍‌ ତାମିଲନାଡୁର ତିରୁଭଲ୍ଲୁର ଷ୍ଟେଶନ୍‌ରୁ ବଲାଙ୍ଗୀର ଆସିଥିଲା। ଅପରାହ୍ଣରେ ପହଞ୍ଚିଥିବା ଏହି ଟ୍ରେନ୍‌ରେ ୧୩୩୧ ଜଣ ପ୍ରବାସୀ ଆସି ପହଞ୍ଚିଥିଲେ। ସେଥିରେ ବଲାଙ୍ଗୀର ଜିଲାର ସର୍ବାଧିକ ୭୨୫ ଜଣ ରହିଛନ୍ତି। ସେହିପରି ନୂଆପଡାର ୧୮୧, କଳାହାଣ୍ଡିର ୧୬୫, ଗଞ୍ଜାମର ୬୨, ନବରଙ୍ଗପୁର ୨୯, ସୁବର୍ଣ୍ଣପୁର ୧୨, ଖୋର୍ଦ୍ଧାର ୨୪, ଯାଜପୁରର ୧୫, ଭଦ୍ରକର ୧୧, କୋରାପୁଟର ୧୪, କଟକର ୫, ବାଲେଶ୍ୱର ୫, ଦେବଗଡର ୭ ସମେତ ଅନ୍ୟ ଜିଲାର ମିଶି ୧୩୩୧ ଜଣ ପ୍ରବାସୀ ଆସିଥିଲେ। ସେ ସମସ୍ତଙ୍କୁ ମଧ୍ୟ ନିଜ ଜିଲାର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି। ସନ୍ଧ୍ୟା ପ୍ରାୟ ୭ଟାରେ ଗୁଜୁରାଟର ରାଜକୋଟରୁ ଆସିଥିବା ତୃତୀୟ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ବଲାଙ୍ଗୀରରେ ପହଞ୍ଚିଛି। ଏହି ଟ୍ରେନ୍‌ରେ ଆସିଥିବା ପ୍ରବାସୀଙ୍କ ପଞ୍ଜୀକରଣ କରାଯାଉଛି। ଏହି ଟ୍ରେନ୍‌ରେ ମଧ୍ୟ ୩୦ ଜିଲାର ଶ୍ରମିକ ଆସିଥିବା କୁହାଯାଉଛି। ଜିଲାପାଳ ଅରିନ୍ଦମ ଡାକୁଆ, ଏସପି ସନ୍ଦୀପ ମାଡକର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ।


All Right Reserved By Dharitri.Com

ଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶିତ: ସାହିତ୍ୟ ସମ୍ମାନରେ ଅନୁପମା ଟପ୍ପର

ଖଇରା, ୩୦।୫(ଡି.ଏନ.ଏ.)-ପୁରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଶାସ୍ତ୍ରୀ (+୩)ରେ ଖଇରା ବ୍ଲକ ଅଧୀନ ଅଲିପୁର...

ପିଇଲା ପାଏନ୍‌ ଲାଗି ହଟହଟା ବିନିକା ସହରବାସୀ

ବିନିକା,୨୭ା୪(ଡି.ଏନ୍‌.ଏ): ଏହେଦ୍‌କା ସାରା ରାଏଜେ ଖରାର ତେଜ୍‌ ବଢ଼ତେଲ ଯାଉଛେ। ବଡ଼ଭାଗି ସହରମାନକର ତାପମାନ ୪୦ ଡିଗ୍ରୀ ଉପରେ ରହୁଛେ। ଏନ୍‌ତାଥି ବିନିକା ସହରର ତାପ୍‌ମାନ...

ଜେଏସ୍‌ପିଏଲ୍‌ର ବ୍ୟାପକ ପ୍ରସ୍ତୁତି

ଅନୁଗୋଳ ଅଫିସ, ୨୫।୩- କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ପକ୍ଷରୁ ଅନୁଗୋଳସ୍ଥିତ ଇସ୍ପାତ କାରଖାନା ସମେତ...

ହଜି ଯାଉଛି ଅସନପାଟର ପରିଚୟ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲାର କଳା ସଂସ୍କୃତି ନିଆରା। ଏକଦା ଏଠାରେ ସାମରିକ କଳାର ପ୍ରତୀକ ସ୍ବରୂପ ଛଉ ନୃତ୍ୟର ପ୍ରସିଦ୍ଧି ରହିଥିଲା। ଝୁମ୍ପୁରା...

ନାହାନ୍ତି ଡାକ୍ତର: ଚିକିତ୍ସା ଅଭାବରୁ ଦିବ୍ୟାଙ୍ଗଙ୍କ ଜୀବନ ଗଲା

ଜଗନ୍ନାଥ ପ୍ରସାଦ, ୨୪।୧୦(ଡି.ଏନ.ଏ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦୁଇଦିନ ଧରି ଡାକ୍ତର ଅନୁପସ୍ଥିତ ଥିବା ଯୋଗୁ ଜଣେ ଆୟୁଷ ଆୟୁର୍ବେଦ ଡାକ୍ତରଙ୍କ...

ଚିନ୍ତା ବଢାଇଛି ରାଜ୍ୟ ବାହାରୁ ଆସୁଥିବା ଟ୍ରକ

ବୁଗୁଡ଼ା,୨୬ା୪(ଡି.ଏନ.ଏ.)-ମହାମାରୀ କରୋନା ସଂକ୍ରମଣର ଭୟ ଅଞ୍ଚଳବାସୀଙ୍କୁ ବ୍ୟସ୍ତ କରୁଥିବାବେଳେ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ବୁଗୁଡ଼ା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଏଠାକାର ପରିବା ବଜାର...

ଫାଷ୍ଟଫୁଡ ଷ୍ଟଲ୍‌ରେ ଚଢ଼ାଉ: ୨ କୁଇଣ୍ଟାଲ ଖାଦ୍ୟ ନଷ୍ଟ

କଟକ ଅଫିସ,୧୬।୧୧: କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଶୁକ୍ରବାର ବାଲିଯାତ୍ରାର ତଳ ଓ ଉପର ପଡ଼ିଆରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲରେ ଚଢ଼ାଉ କରାଯାଇଥିଲା। ସମସ୍ତ...

କେଉଁଠି ରଖିବେ କରୋନା ସଂକ୍ରମିତ ବ୍ୟକ୍ତି ବ୍ୟବହାର କରିଥିବା ବାସନ, ଲୁଗାପଟା

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୂରେଇବା ପାଇଁ ହେଲେ ମୁଖ୍ୟତଃ ସଫା ସୁତୁରା ରହିବା ସହ ସୋସିଆଲ...

Leave a comment

Your email address will not be published. Required fields are marked *