ମା’ଙ୍କଠାରୁ କଥକ ଶିଖୁଛନ୍ତି ଭୂମୀ

ମୁମ୍ବାଇ: ଲକ୍‌ଡାଉନ ପାଇଁ ଏବେ ସବୁ ବଲିଉଡ୍‌ ଷ୍ଟାର ଘରେ ଏକ ପ୍ରକାର ବନ୍ଦ ହୋଇ ରହିଛନ୍ତି କହିଲେ ଚଳେ। ଆଉ ଏହି ସମୟରେ କିଏ ଭଲ ଭଲ ରୋଷେଇ କରି ଶିଖୁଛି ତ ପୁଣି କିଏ ଘର କାମ କରୁଥିବା ନଜର ଆସିଛି। ଅଭିନେତ୍ରୀ ଭୂମୀ ପେଡନେକର ଏବେ ତାଙ୍କ ମା’ ସୁମିତ୍ରାଙ୍କଠାରୁ କଥକ ନୃତ୍ୟ ଶିଖୁଥିବା କହିଛନ୍ତି। ଏକ ଓ୍ବେବସାଇଟକୁ ଦେଇଥିବା ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି। ତେବେ ବେଶ୍‌ କିଛିଦିନ ହେବ ଭୂମୀ କଥକ ଶିଖିବାକୁ ଇଚ୍ଛା ପ୍ରକାଶ କରିଥିଲେ ବି ବିଜି ସୁଡ୍ୟୁଲ ଭିତରୁ ସେ ସମୟ କାଢି ପାରୁ ନ ଥିଲେ। ଆଉ ଏବେ ଲକ୍‌ଡାଉନ ତାଙ୍କୁ ଏହି ସୁଯୋଗ ଦେଇଛି ବୋଲି ସେ କହିଛନ୍ତି। ତାଙ୍କ ମା’ ସୁମିତ୍ରା ପେଡନେକର ଜଣେ କଥକ ନୃତ୍ୟର ପ୍ରଶିକ୍ଷିକା ହୋଇଥିବା ବେଳେ ସେ ସବୁଦିନ ସନ୍ଧ୍ୟାରେ କଥକ ଅଭ୍ୟାସ କରୁଥିବା କୁହନ୍ତି ଭୂମୀ। ଆଉ ଏହାକୁ ଦେଖିବା ପରେ ଏବେ ସେ ମା’ଙ୍କଠାରୁ କଥକ ନୃତ୍ୟ ଶିଖୁଛନ୍ତି ବୋଲି କହିଛନ୍ତି।


All Right Reserved By Dharitri.Com

ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଟେଲି ଧାରାବାହିକର ପ୍ରସାରଣ

ମୁମ୍ବାଇ: ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଲୋକପ୍ରିୟ ଟେଲି ଧାରାବାହିକ। କିଛି ଧାରାବାହିକ ଟିଆର୍‌ପି ଭଲ ରହୁ ନ ଥିବାରୁ ବନ୍ଦ ହେବାକୁ ଯାଉଥିବା ବେଳେ...

‘ଭିକି ଡୋନର୍‌’ ମୋ ଜୀବନର ଟର୍ନିଂ ପଏଣ୍ଟ

୨୦୧୨ରେ ବହୁଚର୍ଚ୍ଚିତ ଫିଲ୍ମ ‘ଭିକି ଡୋନର୍‌’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍‌ର ବବ୍‌ଲି ଅଭିନେତ୍ରୀ ୟାମି ଗୌତମ। ପ୍ରଥମ ଫିଲ୍ମରୁ ହିଁ କ୍ରିଟିକାଲ ଓ...

କେବିସିରେ ଭାଗ ନେଇ ପାରିବେ ନାହିଁ ଅମିତାଭଙ୍କ ପରିବାର

ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ଲୋକପ୍ରିୟ ରିଅଲିଟି ଶୋ’ ‘କୌନ୍‌ ବନେଗା କରୋଡ଼ପତି’(କେବିସି) ସିଜିନ୍‌ ୧୧ରେ ପୁଣି ଟିଭି ପରଦାକୁ ଫେରିବେ। ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ...

ନୀଲ୍‌ ନୀତିନ୍‌ ମୁକେଶ ୩୮ ବର୍ଷରେ: ସୋନମ୍‌ଙ୍କ ସହିତ ୩୦ ଥର କିସିଂ ସିନ୍‌ ଦେଇଥିଲା ପରିଚିତି

ମୁମ୍ବାଇ: ବଲିଉଡ୍‌ ଷ୍ଟାର ନୀଲ୍‌ ନୀତିନ୍‌ ମୁକେଶ ବୁଧବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୨ ଜାନୁୟାରୀ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନୀଲଙ୍କ...

ରୋହିତ ସେଟ୍ଟୀଙ୍କ ବଦାନ୍ୟତା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ କରୋନା ମହାମାରୀର ମୁକାବିଲା ଲାଗି ସମସ୍ତେ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ରୋହିତ ସେଟ୍ଟୀ ଅନ୍ୟତମ। କିଛିଦିନ...

ରାନୁ ଟ୍ରୋଲ୍‌ ହେବା ପରେ ହିମେଶ କହିଲେ ଯାହାର ସ୍ଥାନ ଯେଉଁଠି

ପଶ୍ଚିମବଙ୍ଗର ରାଣାଘାଟ ରେଲଓ୍ବେ ଷ୍ଟେଶନରେ ବସି ଲତା ମଙ୍ଗେସକରଙ୍କ କଣ୍ଠରେ ଗୀତ ଗାଇ ରାନୁ ମଣ୍ଡଳ ରାତାରାତି ସୁପରଷ୍ଟାର ପାଲଟି ଯାଇଥିଲେ। ସେତେବେଳେ ରାନୁଙ୍କ ଏକ...

ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାଁ

ବମ୍ବେ: ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାଁ। କଥାଟି ଆମେ ମନକୁ କହୁନାହୁଁ। ବରଂ ସେ ନିଜେ ଏହା କହିଛନ୍ତି। ଶୁକ୍ରବାର ନିଜର ଜନ୍ମଦିନ...

କଥକ ଅଭ୍ୟାସ କଲେ ସୋନାଲି

ମୁମ୍ବାଇ: ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସମସ୍ତେ ଘରେ ବନ୍ଦହୋଇ ରହିଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ ତାରକା। ଅଭିନେତା, ଅଭିନେତ୍ରୀମାନେ ଘରେ...

Leave a comment

Your email address will not be published. Required fields are marked *