ଏହି ରୋଗ ସହ ୪ ବର୍ଷ ସଂଘର୍ଷ କରିଥିଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ନାୟିକା ସୁସ୍ମିତା ସେନ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି। ଏବେ ଲକ୍‌ଡାଉନ ସମୟରେ ସେ ତାଙ୍କ ପରିବାର ସହ ସମୟ କାଟୁଥିବା ବେଳେ ଅଧିକାଂଶ ଖବରକୁ ସେ ତାଙ୍କ ଫ୍ୟାନଙ୍କ ସହ ଶେୟାର ମଧ୍ୟ କରୁଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି କି ୬ ବର୍ଷ ପୂର୍ବେ ସେ ଏଡିଶନ ନାମକ ଏକ ରୋଗରେ ପୀଡ଼ିତ ହୋଇଥିଲେ। ହେଲେ ତାଙ୍କର ଦୃଢ ଇଚ୍ଛା ଶକ୍ତି ଓ ନନ ଚାକ ଓ୍ବାର୍କ ଆଉଟ ତାଙ୍କୁ ଏହି ରୋଗ କବଳରୁ ରକ୍ଷା କରିଛି ବୋଲି ସେ କହିଛନ୍ତି। ହେଲେ ଏଥିପାଇଁ ତାଙ୍କୁ ଦୀର୍ଘ ୪ ବର୍ଷ ସଂଘର୍ଷ କରିବାକୁ ପଡିଛି। ସୁସ୍ମିତା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ନନ ଚାକ ସହ ଓ୍ବାର୍କ ଆଉଟ କରୁଥିବା ଦେଖାଯାଉଛି। ଏହି ଭିଡିଓ ସହ ସୁସ୍ମିତା ଏକ ଲମ୍ବା ଚଉଡା ପୋଷ୍ଟ ମଧ୍ୟ ଲେଖିଛନ୍ତି। ଏଥିରେ ସେ ତାଙ୍କୁ ହୋଇଥିବା ଏଡିଶନ ରୋଗ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଏହି ରୋଗ ହେବା ପରେ ତାଙ୍କ ରୋଗପ୍ରତିରୋଧକ ଶକ୍ତି ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଥିଲା। ୨୦୧୪ରେ ତାଙ୍କୁ ଏକ ଅଟୋ ଇମ୍ୟୁନୋ ସମ୍ପର୍କିତ ରୋଗ ହୋଇଥିଲା ଯାହାର ନାଁ ଥିଲା ଏଡିଶନ ବୋଲି ସେ ଲେଖିଛନ୍ତି। ଏହାପରେ ସେ ଅନୁଭବ କରିଥିଲେ ଯେମିତି ତାଙ୍କ ଶରୀରରେ ଆଦୌ ପ୍ରତିରୋଧକ ଶକ୍ତି ନାହିଁ। ସବୁବେଳେ ଥକ୍କା ଲାଗିବା ସହ ଆଖି ତଳ କଳାପଡିବା ଆରମ୍ଭ ହୋଇଯାଇଥିଲା। ଏହାକୁ ନେଇ ବହୁତ ଚିନ୍ତିତ ହୋଇପଡିବା ପରେ ସେ ନିଜ ମନକୁ ଦୃଢ କରିଥିଲେ ବୋଲି କହିଛନ୍ତି। ଏହି ରୋଗ ସହ ସଂଘର୍ଷ କରି ୨୦୧୯ରେ ତାଙ୍କର ଏଡ୍ରିନାଲ ଗ୍ଲାଣ୍ଡ ଆକ୍ଟିଭ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି। ଏହାପରେ ସେ ଲେଖିଛନ୍ତି ଆମ ସମସ୍ତଙ୍କ ଭିତରେ ଜଣେ ଯୋଦ୍ଧା ରହିଛି। ତେଣୁ ଦୃଢ ମନୋବଳ ହିଁ ଆମକୁ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ସାହସ ଦେବା ସହ ବଡ ବଡ ରୋଗକୁ ମଧ୍ୟ ଦୂରେଇ ଦେବ ବୋଲି ସେ କହିଛନ୍ତି। ଏବେ ସାରା ବିଶ୍ୱ କରୋନା ଭଳି ମହାମାରୀ ସହ ଲଢୁଥିବା ବେଳେ ସୁସ୍ମିତାଙ୍କ ଏହି କଥା କରୋନା ସଂକ୍ରମିତଙ୍କୁ ସାହସ ଯୋଗାଇବ ନିଶ୍ଚୟ।


All Right Reserved By Dharitri.Com

ଲାଲୁଙ୍କ ଜୀବନୀ ଉପରେ ହେବ ବାୟୋପିକ୍‌

ପାଟନା,୩୦।୧୦: ବଲିଉଡ୍‌ରେ ଏବେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଛି। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ କରି ଖେଳାଳିଙ୍କ ଉପରେ ପ୍ରାଯୋଜକମାନେ ଫିଲ୍ମ ତିଆରି କରୁଛନ୍ତି। ତେବେ ରାଜନୀତି ହେଉ କି...

କର୍କଟ ପଞ୍ଝାରେ ଭାରତ: ୧୦ ଜଣରେ ମୃତ୍ୟୁହାର ୭

ନୂଆଦିଲ୍ଲୀ: ଭର୍ସାଟାଇଲ୍‌ ଆକ୍ଟର ଇର୍ଫାନ ଖାନ୍‌ ଏବଂ ହଜାରେ ହୃଦୟରେ ରାଜୁତି କରୁଥିବା ଋଷି କପୁରଙ୍କ ପରଲୋକ ବଲିଉଡ୍‌କୁ ଶୋକରେ ବୁଡ଼ାଇ ଦେଇଛି। ଦୁଇଦିନରେ ଦୁଇ...

ବିବାହ ପାଇଁ ସମୟ ନାହିଁ: ମଲାଇକା

ମୁମ୍ବାଇ: ବଲିଉଡ୍‌ ନାୟିକା ମଲାଇକା ଆରୋରା ଓ ନାୟକ ଅର୍ଜୁନ କପୁରଙ୍କ ରିଲେସନଶିପକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ମଲାଇକା ତାଙ୍କ ପ୍ରଥମ ସ୍ବାମୀ...

ଟୁଇଟର୍‌ରେ ଟ୍ରେଣ୍ଡ୍‌ କରୁଛି ‘ବୟକଟ୍‌ ଛପାକ୍‌’

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଜେଏନୟୁ କ୍ୟାମ୍ପସ ଗସ୍ତକୁ ନେଇ ରାଜନୀତି ଜୋର ଧରିଛି। ଦୀପିକାଙ୍କ ଏହି ଗସ୍ତ କିଛି ଲୋକଙ୍କୁ ପସନ୍ଦ ଆସିନାହିଁ। ସୋସିଆଲ୍‌...

ଶ୍ରଦ୍ଧା କପୁରଙ୍କୁ ପୂରିଲା ୩୩: ରୋମାନ୍ସ୍‌ ପାଇଁ ବେଳ ନାହିଁ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ମଙ୍ଗଳବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା...

‘ଲଭ୍‌ ଆଜକଲ୍‌ ୨’ ରିଲିଜ ପାଇଁ ବ୍ୟସ୍ତ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ୍‌ ବର୍ତ୍ତମାନ ଇମ୍‌ତିଆଜ୍‌ ଅଲିଙ୍କ ‘ଲଭ୍‌ ଆଜ୍‌କଲ୍‌ ୨’ ରିଲିଜ ପାଇଁ ବ୍ୟସ୍ତ ରହୁଛନ୍ତି। ସେ ଏଥିରେ କାର୍ତ୍ତିକ...

ଓଡ଼ିଆ ଯାତ୍ରା ଜଗତର ଦୁଇ ଅରୁଣ: ନାଟକ ଲେଖିବା ଯାହାଙ୍କ ନିଶା

ଓଡ଼ିଆ ଯାତ୍ରା ଜଗତର ଦୁଇ ସ୍ବନାମଧନ୍ୟ ନାଟ୍ୟକାର ଅରୁଣ ବାରିକ ଓ ଅରୁଣ ନାୟକ। ନାଟକ ଲେଖିବା ଏମାନଙ୍କର ପ୍ରାୟତଃ ଏକ ନିଶା। ପ୍ରତିବର୍ଷ ଏମାନେ...

ଆଲିଆଙ୍କ ଷ୍ଟାଇଲ୍‌ କପି କରି ଟ୍ରୋଲ ହେଲେ ମାହିରା

ମୁମ୍ବାଇ: ‘ବିଗ୍‌ବସ୍‌-୧୩’ ସରିଯାଇଛି ସତ ମାତ୍ର ଏଥିରେ ଭାଗ ନେଇଥିବା ସେଲିବ୍ରିଟିଙ୍କ ଚର୍ଚ୍ଚା ଥମୁନି। ଏହି ଚର୍ଚ୍ଚାରୁ ବାଦ୍‌ ପଡ଼ିନାହାନ୍ତି ପାରସ୍‌ ଛାବ୍ରାଙ୍କ ବାନ୍ଧବୀ ମାହିରା...

Leave a comment

Your email address will not be published. Required fields are marked *