ହିତାଧିକାରୀଙ୍କ ଚାଉଳ କାଟିବା ଘଟଣା: ବାଲିବିଲି ପଞ୍ଚାୟତ ରିଟେଲର ନିଲମ୍ବିତ

ବରୀ/ରତ୍ନଗିରି,୧୮ା୫(ସ୍ବ.ପ୍ର./ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ବାଲିବିଲି ପଞ୍ଚାୟତର ସରକାରୀ ରିଟେଲର ଅନିରୁଦ୍ଧ ସାମଲ ନିଲମ୍ବତ ହୋଇଥିବା ନିଲମ୍ବିତ ରାଜ୍ୟ ଯୋଗାଣ ମନ୍ତ୍ରୀ ଟୁଇଟ୍‌ ମାଧ୍ୟମରେ ଜଣାଇଛନ୍ତି। ଏହି ଗ୍ରାମର ହିତାଧିକାରୀମାନଙ୍କ ଚାଉଳ କାଟିବା ଯୋଗୁ ହିତାଧିକାରୀମାନେ ବରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାଶ୍ୱତ ଜେନାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅପରପକ୍ଷରେ ସମ୍ପୃକ୍ତ ଡିଲର ଜଣକ ଭାରତୀ ଜେନା ନାମକ ଜଣେ ମହିଳାଙ୍କ ଚାଉଳ କାଟିବାକୁ ବିରୋଧ କରିବାରୁ ମାଡ଼ ମାରିଥିବା ଘଟଣାକୁ ନେଇ ବରୀ ରାମଚନ୍ଦ୍ରପୁର ଥାନାରେ ସମ୍ପୃକ୍ତ ମହିଳାଙ୍କ ତରଫରୁ ଲିଖିତ ଅଭିଯୋଗ ହୋଇଥିଲା। ଏହାକୁ ଗୁରୁତ୍ୱ ଦେଇ ବରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାଶ୍ୱତ ଜେନା, ଯୋଗାଣ ନିରୀକ୍ଷକ ପ୍ରଫୁଲ୍ଲ କୁମାର ବେହେରା ଓ ବରୀ ବ୍ଲକ ଅଧ୍ୟକ୍ଷା ଶୁଭାସିନୀ ଶର୍ମା ଘଟଣାସ୍ଥଳକୁ ଯାଇ ସତ୍ୟତା ଅନୁଭବ କରିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା କାର୍ଯ୍ୟାଳୟକୁ ସୁପାରିଶ କରିଥିଲେ। ସୋମବାର ସମ୍ପୃକ୍ତ ଡିଲରଙ୍କ ଅନିୟମିତତା ଯୋଗୁ ତାଙ୍କୁ ପଦବୀରୁ ନିଲମ୍ବନ କରାଯିବା ସହିତ ଖାଦ୍ୟସୁରକ୍ଷା ଯୋଜନାର ସାମଗ୍ରୀ ବଣ୍ଟନ ନିମନ୍ତେ ନିକଟସ୍ଥ ସରକାରୀ ଡିଲରଙ୍କୁ ଦାୟିତ୍ୱ ଦିଆଯିବ ବୋଲି ସୂଚନା ମିଳିଛି।


All Right Reserved By Dharitri.Com

‘ନଦୀ ସୁରକ୍ଷିତ ରହିଲେ ଜୀବଜଗତ ବଞ୍ଚିରହିବ’

ଭୁବନ,୧୨।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ଭୁବନ ବନାଞ୍ଚଳ ପକ୍ଷରୁ ଗୁରୁବାର ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆୟୋଜିତ ସବୁଜ ମହାନଦୀ ମିଶନର ବ୍ରାହ୍ମଣୀ...

ଶ୍ରମିକମାନଙ୍କୁ କରୋନା ସଚେତନତା

ବଅଁରପାଳ,୨୧।୫(ଡି.ଏନ୍‌.ଏ): ହିନ୍ଦ୍‌ ମଜଦୁରୁ ସଭା ସହ ଜଡ଼ିତ ନାଲକୋ ନନ୍‌ ଏକ୍ସ୍ୟୁଟିଭ୍‌(ଏନ୍‌ଏନ୍‌ଇୟୁ) ପକ୍ଷରୁ ଗୁରୁବାର ସକାଳେ ନାଲକୋ ସିପିପି ଫାଟକ ସମ୍ମୁଖରେ ଶ୍ରମିକମାନଙ୍କୁ କରୋନା ସଚେତନତା...

ଶ୍ରମ ଆଇନରେ ସଂଶୋଧନକୁ ସିଆଇଟିୟୁ ପକ୍ଷରୁ ବିରୋଧ

ବ୍ରହ୍ମପୁର ଅଫିସ,୨।୮: ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଶ୍ରମିକ ସଂଗଠନ ସିଆଇଟିୟୁ। ଶୁକ୍ରବାର ବ୍ରହ୍ମପୁରସ୍ଥିତ...

ଲକ୍‌ଡାଉନରେ ଧରାକୋଟ ଅଞ୍ଚଳ ଗୁରୁତର ପ୍ରଭାବିତ

ଧରାକୋଟ,୨୯ା୩(ଡି.ଏନ.ଏ.)- ସମଗ୍ର ଦେଶରେ କେନ୍ଦ୍ର ସରକାର ୨୧ଦିନ ପାଇଁ ଲକ୍‌ ଡାଉନ ଘୋଷଣା କରିଛନ୍ତି। ଯାହାର ପ୍ରଭାବରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଛାଡ଼ିଦେଲେ ଦେଶର ଗମନାଗମନ...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାପଡ଼ାହାଣ୍ଡି,୫।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ଝାଳିଆଗୁଡ଼ା ଗ୍ରାମର ଜଣେ ଯୁବକ ସୋମବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କର ନାମ ଆଶାରାମ...

କରୋନା ମୁକାବିଲାରେ ଏମ୍‌ଜିଏନ୍‌ଆରଇଜିଏ ଭରସା

ବଲାଙ୍ଗୀର ଅଫିସ, ୧୧ା୫: କରୋନା ମହାମାରୀ ସବୁଠୁ ବେଶୀ ପ୍ରଭାବିତ କରିଛି ଅର୍ଥନୈତିକ କ୍ଷେତ୍ରକୁ। କ୍ରମାଗତ ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ରୋଜଗାର, ବ୍ୟବସାୟ ବନ୍ଦ ହୋଇପଡିଛି।...

କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବି: ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା

ଭବାନୀପାଟଣା,୨୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିମାସର ଶେଷ ସୋମବାର ସମସ୍ତ କୋର୍ଟ ବର୍ଜନ କରାଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ...

ରଣପୁର ବଡଦାଣ୍ଡ ପାଲଟିଛି ନର୍ଦ୍ଦମା:ଡ୍ରେନ ସ୍ଥାନରେ କଂକ୍ରିଟ ରାସ୍ତା ,ପୂର୍ତ୍ତ ବିଭାଗର ତ୍ରୁଟିପୂର୍ଣ୍ଣ ପ୍ଲାନ ଡାକିଆଣିଛି ଦୁର୍ଦ୍ଦଶା

ରଣପୁର,୧୧ା୯(ସ୍ବ.ପ୍ର.): ଡ୍ରେନ ପାଇଁ ସ୍ଥାନ ନ ଛାଡି ସମୁଦାୟ ଅଞ୍ଚଳରେ କଂକ୍ରିଟ ରାସ୍ତା କରିଦେବାରୁ ନୂଆ ଜଗନ୍ନାଥ ସଡକର ରଣପୁର ବଡଦାଣ୍ଡ ନର୍ଦ୍ଦମା ପାଲଟିଛି। ଡ୍ରେନ...

Leave a comment

Your email address will not be published. Required fields are marked *