ରାଜ୍ୟଗୁଡ଼ିକ ଲାଗି ଋଣ ସୀମା ୫%କୁ ବଢ଼ିଲା

ନୂଆଦିଲ୍ଲୀ,୧୮।୫: କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଲାଗି ଋଣ ସୀମାକୁ ରବିବାର ୩%ରୁ ୫% ବଢ଼ାଇଛନ୍ତି। ଏହାଦ୍ୱାରା ରାଜ୍ୟଗୁଡିକ ୨୦୨୦-୨୧ରେ ସେମାନଙ୍କ ମୋଟ ରାଜ୍ୟ ଜିଡିପିର ୫% ପର୍ଯ୍ୟନ୍ତ ଋଣ କରିବାକୁ ସକ୍ଷମ ହୋଇପାରିବେ। ଏହାଦ୍ୱାରା ରାଜ୍ୟଗୁଡିକୁ ୪.୨୮ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ଉଠାଇବାକୁ ସୁବିଧା ମିଳିବ। ବର୍ତ୍ତମାନ ରାଜ୍ୟଗୁଡିକ ୬.୪୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଉଠାଣ ନେଇ ସୀମା ଧାର୍ଯ୍ୟ କରାଯାଇଛି। ଏହି ପ୍ରସଙ୍ଗରେ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସହ ଉଠାଣ ସୀମାକୁ ବଢାଇବା ଲାଗି ନିବେଦନ କରିଥିଲେ। ବର୍ତ୍ତମାନ ସମୟରେ ଅର୍ଥର ଆବଶ୍ୟକତା ପଡୁଥିବାରୁ ସୀମାକୁ ୫% ଯାଏ ବଢାଇବା ଲାଗି ଦାବି ଉଠିଥିଲା। ନୂଆ ପଦକ୍ଷେପ ଦ୍ୱାରା ରାଜ୍ୟଗୁଡିକ ୪.୨୮ ଲକ୍ଷ କୋଟି ଅତିରିକ୍ତ ଉଠାଣ କରିବାର ସୁବିଧା ପାଇବେ ବୋଲି ଜଣାପଡିଛି।


All Right Reserved By Dharitri.Com

ଜିଡ଼ିପିି ପୂର୍ବାନୁମାନ କମାଇଲେ ମୁଡିସ୍‌,ଡିବିଏସ୍‌

ନୂଆଦିଲ୍ଲୀ,୧୪-୧୨: ମୁଡିସ ଇନଭେଷ୍ଟର୍ସ ସର୍ଭିସ ଶୁକ୍ରବାର ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଜିଡ଼ିପି ଅଭିବୃଦ୍ଧି ପୂର୍ବାନୁମାନକୁ ୫.୬%କୁ ଖସାଇଛି। ନିବେଶ ଏବଂ ନିଯୁକ୍ତି ହାର...

ଅଧ୍ୟକ୍ଷ ପଦ ପାଇଁ ମନା କଲେ ଦିଗ୍‌ବିଜୟ

ଭୋପାଳ,୩୧।୮: କଂଗ୍ରେସରେ ଏବେ ଅଧ୍ୟକ୍ଷ ପଦକୁ ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ମଧ୍ୟପ୍ରଦେଶ କଂଗ୍ରେସରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଏବେ ମଧ୍ୟପ୍ରଦେଶ...

ଆତଙ୍କବାଦୀ ଆକ୍ରମଣ ଆଶଙ୍କା: କର୍ନାଟକରେ କଡ଼ା ସୁରକ୍ଷା

ବେଙ୍ଗାଲୁରୁ,୧୮ା୮(ପି.ଟି.): ଦକ୍ଷିଣ ଭାରତୀୟ ରାଜ୍ୟ କର୍ନାଟକରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ଗୋଇନ୍ଦା ସୂଚନା ମିଳିବା ପରେ ସେଠାର ବୃହତ୍‌ ସହରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା...

ଆକାଶମାର୍ଗରେ ବି କଟକଣା ଜାରି କଲା ପାକ୍‌

ନୂଆଦିଲ୍ଲୀ,୮ା୮: ଜମ୍ମୁ-କଶ୍ମୀର ସମ୍ପର୍କିତ ନୂଆଦିଲ୍ଲୀର ପଦକ୍ଷେପକୁ ନେଇ କ୍ଷୁବ୍ଧ ପାକିସ୍ତାନ ନିଜ ଆକାଶମାର୍ଗରେ ଭାରତ ପାଇଁ ଆଂଶିକ କଟକଣା ଜାରି କରିଛି। ଭାରତ-ପାକିସ୍ତାନ ମଧ୍ୟରେ ଥିବା...

ନୀତୀଶ କୁମାରଙ୍କ ଗାଡି ଉପରକୁ କାଳିମାଡ

ପାଟନା,୨୪।୯: ବିହାର ମୁଜଫରନଗରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡି ଉପରକୁ ମଙ୍ଗଳବାର ଗରିବ ଜନକ୍ରାନ୍ତି ଦଳର କର୍ମକର୍ତ୍ତମାନେ କାଳି ମାଡ କରିବା ସହ କଳା ପତାକା...

ମୋଦିଙ୍କ ଡ୍ରେସିଂ ଷ୍ଟାଇଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ବର୍ଷରେ ପାଦ ଥାପିଛନ୍ତି। ତାଙ୍କର ଏହି ଜନ୍ମଦିନ ଅବସରରେ ଦେଶ ବିଦେଶର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ୍‌, ଖେଳ...

‘ଜନସମ୍ପର୍କ ଅଭିଯାନ’ରେ ସାମିଲ ହେଲେ ଶାହା

ନୂଆଦିଲ୍ଲୀ,୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହାକୁ ନେଇ ପ୍ରଚାର ଯୋରସୋରରେ ଚାଲିଛି। ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ...

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୧୧ ନୂଆ ମୁହଁ:ବାଦ୍‌ ପଡ଼ିଲେ ୧୧ ମନ୍ତ୍ରୀ

ନୂଆଦିଲ୍ଲୀ,୩୧।୫:ନରେନ୍ଦ୍ର ମୋଦିଙ୍କ ପୂର୍ବ ସରକାରରେ ମନ୍ତ୍ରୀ ଥିବା କେତେଜଣ ନେତା ଏଥର ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡିଛନ୍ତି। ଏଥିସହିତ କେତେଜଣ ନୂଆ ମୁହଁକୁ ଦ୍ୱିତୀୟ ପାଳି ସରକାରରେ...

Leave a comment

Your email address will not be published. Required fields are marked *