ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବୃଦ୍ଧାଙ୍କ ମୃତ୍ୟୁ, ସ୍ବାବ୍‌ ନମୁନା ପରୀକ୍ଷା ହୋଇ ନ ଥିବାରୁ ମୃତଦେହ ନିକଟକୁ ଗଲେନି ଗ୍ରାମବାସୀ

ଦେବଗଡ଼,୧୮।୫:  ଦେବଗଡ଼ ଥାନା ତଥା ବାରକୋଟ ବ୍ଲକ ଅନ୍ତର୍ଗତ ଘୁରୁଡୁଖମଣ ଗ୍ରାମରେ ହୋମ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ ବୃଦ୍ଧାଙ୍କର ରବିବାର ମୃତ୍ୟୁ ଘଟିଛି। ବୃଦ୍ଧାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ କିଛିଦିନ ତଳେ ଗୋଡ ଭାଙ୍ଗିଥିବାରୁ ସଂକ୍ରମଣଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ଖବର ମୁତାବକ ଘୁରୁଡୁଖମଣ ଗ୍ରାମର ସ୍ବର୍ଗତ ସୁଦାମ ଚରଣ ପ୍ରଧାନଙ୍କ ସ୍ତ୍ରୀ ସୂର୍ଯ୍ୟମଣି(୬୫)ଗତ ୧୨ତାରିଖ ରାତିରେ ଝାଡ଼ଖଣ୍ଡ ଚାଇଁବସା ଅଞ୍ଚଳରୁ ନିଜ ଗ୍ରାମ ଘୁରୁଡୁଖମଣ ଫେରିଥିଲେ। ଏହାର ପରଦିନ ସକାଳେ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ତାଙ୍କ ଘରକୁ ଯାଇ ସମ୍ପୃକ୍ତ ବୃଦ୍ଧା ଓ ତାଙ୍କ ପରିବାର ଲୋକଙ୍କୁ ଡାକ୍ତରଖାନା ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦେବାସହ ବିଜୟନଗର ସରପଞ୍ଚ ଦେବକାନ୍ତ ନାୟକଙ୍କୁ ଜଣାଇଥିଲେ। ସରପଞ୍ଚ ନାୟକ ଏ ସମ୍ପର୍କରେ ଜିଲା ପ୍ରଶାସନକୁ ସୂଚନା ଦେବାସହ ସୂର୍ଯ୍ୟମଣିଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଥିଲେ ହେଁ ତାଙ୍କ ଘରେ ବିଧିବଦ୍ଧଭାବେ ନୋଟିସ ଲଗାଇ ନ ଥିଲେ। ତେବେ ପରୀକ୍ଷା ନିମନ୍ତେ ସୂର୍ଯ୍ୟମଣିଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯିବା ପୂର୍ବରୁ ରବିବାର ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଅସୁସ୍ଥ ହୋଇପଡିଥିଲେ। ସୂଚନା ପାଇ ଅଙ୍ଗନୱାଡି କର୍ମୀ ତାଙ୍କ ଘରକୁ ଆସିବାର କିଛି ସମୟ ପୂର୍ବରୁ ସୂର୍ଯ୍ୟମଣିଙ୍କର ମୃତ୍ୟୁ ଘଟିଥିଲା। ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ। ଏପରି କି ସାହି ପଡ଼ିଶା ଓ ଜାତି ସମାଜ ଲୋକେ ତାଙ୍କ ପାଖକୁ ଆସିବାକୁ ମନା କରିଥିଲେ। ଅନ୍ୟପକ୍ଷରେ ବୃଦ୍ଧା ଜଣକ ରାଜ୍ୟ ବାହାରୁ ଫେରିଥିଲେ ହେଁ ତାଙ୍କୁ ବିଧିବଦ୍ଧ ଭାବେ ସରକାରୀ କ୍ୱାରାଣ୍ଟାଇନରେ ରଖା ନ ଯିବା ଏବଂ ଫେରିବାର ୪/୫ ଦିନ ବିତିଯାଇଥିଲେ ହେଁ ତାଙ୍କର ସ୍ବାବ୍‌ ନମୁନା ପରୀକ୍ଷା କରାଯାଇ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବାରକୋଟ ବିଡିଓ ଟୁନୁ ମେହେରଙ୍କଠାରୁ ଖବର ପାଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଦଳ ସେଠାକୁ ଯାଇ ଫେରି ଆସିଥିବା ଜଣାପଡିଛି। ଗ୍ରାମବାସୀ ଓ ସମ୍ପର୍କୀୟମାନେ ମୃତଦେହ ଛୁଇଁବାକୁ ମନା କରୁଥିବା ଏବଂ ବ୍ୟବଚ୍ଛେଦ କରିବାକୁ ଅଡି ବସିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ସେଠାରେ ପଡିରହିଛି। ସୂଚନା ପାଇ ଦେବଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ ଗୋଡ଼ ଭାଙ୍ଗି ଯାଇଥିବା କାରଣରୁ ବୃଦ୍ଧାଙ୍କ ଶରୀର ସଂକ୍ରମିତ ହୋଇଯିବା ଫଳରେ ମୃତ୍ୟୁ ଘଟିଛି। ତେଣୁ ମୃତଦେହ ବ୍ୟବଚ୍ଛେଦର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି।


All Right Reserved By Dharitri.Com

ଖଣ୍ଡପଡ଼ା ଅଞ୍ଚଳରେ ଅବାଧ ବାର୍‌ହା ଶିକାର

ଖଣ୍ଡପଡା,୨୦।୧୦(ସ୍ବ.ପ୍ର.)-ଖଣ୍ଡପଡ଼ା ବନାଞ୍ଚଳ ଅଧୀନ ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ବାର୍‌ହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଫଳରେ ବାର୍‌ହା ଗ୍ରାମଗୁଡିକରେ ପଶି ଫସଲ ଖାଇବା ସହ ନଷ୍ଟ...

ଶାସଙ୍ଗ ଶ୍ରୀଜଗନ୍ନାଥ ମନ୍ଦିରରେ ପଟିଦିଅଁ ସେବା

ବାଲେଶ୍ୱର ଅଫିସ, ୨୪।୬-ବାଲେଶ୍ୱର ସଦର ବ୍ଲକ ଶାସଙ୍ଗ ଗ୍ରାମରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ସନ୍ଧ୍ୟାରେ ପଟିଦିଅଁମାନଙ୍କୁ ଏକ ଶୋଭାଯାତ୍ରାରେ ଆଣି ମନ୍ଦିରରେ ପହଞ୍ଚାଇବା ପରେ ଠାକୁରମାନଙ୍କଠାରେ...

କରୋନା ସହାୟତା: ଅଙ୍ଗନଓ୍ବାଡି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ସୋନପୁର,୧୬।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ଅଲ୍‌ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍‌ ଓ୍ବାର୍କରସ ଆସୋସିଏଶନ ସୁବର୍ଣ୍ଣପୁର ଜିଲା ଶାଖା ୨ଲକ୍ଷ ୮୦ହଜାର ଟଙ୍କା ଦାନ...

ସାବିତ୍ରୀ ବ୍ରତ ପାଇଁ ବଜାରରେ ଭିଡ଼: ମାନିଲେନି ସାମାଜିକ ଦୂରତା

ବୌଦ୍ଧ,୨୧ା୫ (ସ୍ବ.ପ୍ର.)-ବୌଦ୍ଧ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି ା ତେବେ ଆସନ୍ତାକାଲି ସାବିତ୍ରୀ ବ୍ରତ ପଡୁଥିବାରୁ ଲୋକେ ସାମାଜିକ ଦୂରତାକୁ ଭୁଲିଯାଇ ଗୁରୁବାର...

କୁମ୍ପି ଭାଙ୍ଗି କୋଭିଡ୍‌ ଫଣ୍ଡକୁ ଅର୍ଥଦାନ କଲେ ଛାତ୍ର

କବିସୂର୍ଯ୍ୟନର,୧୦ା୫(ଡି.ଏନ୍‌.ଏ.)- ବର୍ଷକର ପକେଟ ମନିକୁ ସପ୍ତମ ଶ୍ରେଣୀ ଛାତ୍ର ସାର୍ଥକ କୁମାର କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (କୋଭିଡ୍‌)କୁ...

ଆବାସ ଯୋଜନାରେ ବ୍ୟାପକ ଅନିୟମିତତା : ଘର ନ ଥାଇ ହୋଇଛି ୧୫ରୁ ଊର୍ଦ୍ଧ୍ୱ ମିଥ୍ୟା ବିଲ୍‌

ଗୋପ,୧୧।୧୦(ଡି.ଏନ୍‌.ଏ.) : ଆବାସ ଯୋଜନାରେ ଗୋପ ବ୍ଲକ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ବ୍ଲକ୍‌ରେ କାର୍ଯ୍ୟରତ ଜଣେ ଯନ୍ତ୍ରୀ ଚାକିରିରୁ ବହିଷ୍କୃତ ହୋଇଥିବାବେଳେ ଆଉ ଜଣେ...

ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ନିଲମ୍ବିତ

ନୟାଗଡ଼ ଅଫିସ,୧୫।୧୧:  ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ବିକ୍ରମ କୁମାର ମାଝିଙ୍କୁ ରାଜ୍ୟ ଖାଦ୍ୟ କମିଶନର ନିଲମ୍ବିତ କରିଛନ୍ତି। ଏଥିସହ ସହକାରୀ ଜିଲା ଯୋଗାଣ ଅଧିକାରୀ...

ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ : ସାମାଜିକ ଦୂରତା ଉପରେ ଦିଆଯାଉଛି ଗୁରୁତ୍ୱ

ବନ୍ତ,୧୨ା୪(ଡି.ଏନ୍‌.ଏ.): କରୋନା ଲକ୍‌ଡାଉନ୍‌ ପାଇଁ ରାଜ୍ୟ ସରକାର ବେରୋଜଗାରୀ ନିର୍ମାଣ ଶ୍ରମିକମାନଙ୍କୁ ୧୫ ଶହ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ସହ ଏହାକୁ ଘର...

Leave a comment

Your email address will not be published. Required fields are marked *