ବନ ବିଭାଗ ହାତରେ ପୁଟିପାଳ ଭବିଷ୍ୟତ

ଢେଙ୍କାନାଳ ଅଫିସ, ୧୮।୫ (ରତନ ନାୟାର) :  ଜଙ୍ଗଲ ଭିତରେ ଜୀବନ। ପାହାଡ଼ିଆ ରାସ୍ତା, ବିପଦସଙ୍କୁଳ ନାଳ, ହିଂସ୍ର ବନ୍ୟଜନ୍ତୁଙ୍କ ସହ ନିତି ସଂଘର୍ଷ। ବଣଜଙ୍ଗଲର ପ୍ରତିକୂଳ ପରିବେଶରୁ ସେମାନେ ଶିଖିଛନ୍ତି ଜିଇବାର ରାହା। ତଥାପି ସେମାନେ ଛାଡ଼ିନାହାନ୍ତି ଆଶା। ଆଜି ନ ହେଲେ କାଲି ସେମାନଙ୍କ ଯନ୍ତ୍ରଣାର ସ୍ବର ସରକାରଙ୍କ କାନରେ ବାଜିବ। ପାହାଡ଼ ଉପରେ ଥିବା ଗଁାକୁ ତିଆରି ହେବ ସବୁଦିନିଆ ରାସ୍ତା। ବିଜୁଳି ଆଲୁଅ ଜଳିବ। ପିଲାମାନେ ଦେଖିବେ ବିକାଶର ଚିତ୍ର। ପ୍ରତିଶ୍ରୁତିର ପାହାଡ଼ ତଳେ ଛିଡ଼ା ହୋଇ ବର୍ଷବର୍ଷ ଧରି ଏମିତି ସ୍ବପ୍ନ ଦେଖି ଚାଲିଛନ୍ତି ଢେଙ୍କାନାଳ ଜିଲାର ଉପାନ୍ତ ପୁଟିପାଳବାସୀ। ଜଟିଳ ଜଙ୍ଗଲ ଆଇନ ଆଗରେ ଉନ୍ନୟନ କାର୍ଯ୍ୟ ଶିଥିଳ ପଡ଼ିଥିବାବେଳେ ପୁଟିପାଳର ଭବିଷ୍ୟତ ଝୁଲିଛି ବନ ବିଭାଗ ହାତରେ।
କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତର ଆଦିବାସୀ ବହୁଳ ପୁଟିପାଳ, ଏକୁଲ, ସେକୁଲ, କୋଟ ଗ୍ରାମବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ବାରିନାହାନ୍ତି ବିକାଶର ସ୍ବାଦ। ସବୁଠାରୁ ଅଧିକ ଦୟନୀୟ ଅବସ୍ଥାରେ ଅଛନ୍ତି ପୁଟିପାଳବାସୀ। କେନ୍ଦୁଝର ସୀମାନ୍ତ ଏହି ଗ୍ରାମକୁ ସବୁଦିନିଆ ରାସ୍ତାନାହିଁ। ଦୁର୍ଗମ ପାହାଡ଼ ରାସ୍ତା, ବିପଦପୂର୍ଣ୍ଣ ନାଳ ସାଜିଛି ଯାତାୟାତରେ ପ୍ରମୁଖ ପ୍ରତିବନ୍ଧକ। ବର୍ଷାଦିନେ ଏହି ଅଞ୍ଚଳ ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇପଡ଼େ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୩୦ରୁ ଊର୍ଦ୍ଧ୍ୱ ପରିବାର ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚତ୍ ପାରେନାହିଁ। ଜଙ୍ଗଲ ଭିତରେ ଏହି ଗ୍ରାମର ବିକାଶର ପଥରୋଧ କରୁଛି ଜଙ୍ଗଲ ଆଇନ। ଅନ୍ୟ ବିଭାଗର ଟଙ୍କାଟିଏ ଅନୁଦାନ ଖର୍ଚ୍ଚ ହେବା ବି ଅସମ୍ଭବ। ନାଲିଫିତା ତଳୁ ଯୋଜନା ଉଠିପାରୁ ନ ଥିବାବେଳେ ଶିଳ୍ପସମୃଦ୍ଧ ଜିଲା ପାଇଁ ଅଭିଶାପ ପାଲଟିଛି ଏହି ଗ୍ରାମ। ୨୦୨୦ ଏପ୍ରିଲ ୨୮ରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଗ୍ରାମ ପରିଦର୍ଶନ କରି ସମସ୍ୟା ଦେଖିଥିଲେ। ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଫେବୃୟାରୀରେ ଅଞ୍ଚଳ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଏ ଯାଏ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଅପରପକ୍ଷେ କରୋନା ଲକ୍‌ଡାଉନ ସମୟରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ପୁଟିପାଳ। ଏପରି ସଙ୍କଟ ସମୟରେ ଅଞ୍ଚଳର ଲୋକେ କ’ଣ ଖାଉଛନ୍ତି, କିପରି ଅଛନ୍ତି, ସେକଥା ଅନୁଧ୍ୟାନ କରିବାକୁ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ରାଜନେତାମାନେ ବାଇକ୍‌ରେ ଗଁାକୁ ସହାୟତା ଧରି ଯାଉଛନ୍ତି। ତେବେ ଏଭଳି ସହାୟତା କେତେଦିନ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ପୁଟିପାଳ, ଏକୁଲ, ସେକୁଲ, କୋଟ ଗ୍ରାମକୁ ରାସ୍ତା ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ। ବିଭାଗ ପକ୍ଷରୁ ଅଞ୍ଚଳର ରାସ୍ତାରେ ପ୍ରବାହିତ ୩ ନାଳରେ ପୋଲ ନିର୍ମାଣ କରାଯିବ। ଏ ନେଇ ଜିଲାପାଳ କୁହନ୍ତି, ଜଙ୍ଗଲ ଆଇନ ଯୋଗୁ ସେଠାରେ ଉନ୍ନୟନ କାର୍ଯ୍ୟ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ବନ ବିଭାଗ ତର୍ଜମା କରି ଜଣାଇଲେ ଯାହାକିଛି ପଦକ୍ଷେପ ନିଆଯିବ।


All Right Reserved By Dharitri.Com

ବାଲସି ଜବାହର ଉଚ୍ଚ ବିଦ୍ୟାପୀଠରେ ବନମହୋତ୍ସବ, ଚାରା ରୋପଣ

କେସିଙ୍ଗା,୨।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ପରିସରରେ ବନମହୋତ୍ସବ ଓ ଚାରା ରୋପଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ...

ପୋଲ ଉପରେ ୩ଫୁଟ ବର୍ଷା ପାଣି: ବିଦ୍ୟାଳୟକୁ ଯିବା ଆସିବା ବାଧାପ୍ରାପ୍ତ; ରଶି ଟାଣି ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରାଗଲା

ତେଲକୋଇ, ୯।୮(ଡି.ଏନ.ଏ.)-ତେଲକୋଇ ବ୍ଲକ ଅଧୀନରେ ଥିବା ଓରିଆ ପଞ୍ଚାୟତ ପିଟାନାଳିରେ ରହିଛି ଆଦର୍ଶ ବିଦ୍ୟାଳୟ। ଲଗାଣ ବର୍ଷା ହେଲେ ଘାଟିରୁ ପାଣି ଯାକ ଏହି ନାଳ...

ରଙ୍ଗ ମିସ୍ତ୍ରୀ କାମ କରି ସୁନାଗହଣା ନେଇ ଚମ୍ପଟ, ଯାଜପୁର ରେଳଷ୍ଟେଶନରୁ ଅଭିଯୁକ୍ତ ଗିରଫ

ଢେଙ୍କିକୋଟ, ୧୮ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ତୋରାଣିପୋଖରୀ ଗ୍ରାମର ପ୍ରଶ୍ନଜିତ୍‌ ମିଶ୍ରଙ୍କ ଘରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ଜଣେ...

ଫାଇନାନ୍ସ କର୍ମଚାରୀଙ୍କୁ ଛୁରା ମାଡ଼ କରି ଲୁଟ୍‌ ଅଭିଯୋଗ

ଘସିପୁରା, ୨୮।୧(ଡି.ଏନ.ଏ.)-ଘସିପୁରା ଥାନା ଅନ୍ତର୍ଗତ ନାହାଗୁଣାରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଛୁରା ମାଡ଼ କରି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି...

ମାରୁତି କଲ୍ୟାଣ ମଣ୍ଡପରେ ନିଅଁ।

ଫୁଲବାଣୀ ଅଫିସ, ୨୮ା୪-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ହାଟପଦାରେ ଥିବା ବେଆଇନଭାବେ  ଗଢି ଉଠିଥିବା ମାରୁତି କଲ୍ୟାଣ ମଣ୍ଡପରେ ଶନିବାର ପୂର୍ବାହ୍ନରେ ନିଅଁ।  ଲାଗିଛି । ...

ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରାୟ

କଟକ ଅଫିସ୍‌,୨।୧୨:ଅଗ୍ନିଶମ ବିଭାଗର ଡିଜି ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ଆପିଏସ୍‌ ସୁନୀଲ ରାୟ। କଟକ ଅଗ୍ନିଶମ ବିଭାଗ ମୁଖ୍ୟାଳୟକୁ ଆସି ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି।...

ବେଆଇନ ଚୋରା ବାଲି ଚାଲାଣ ବେଳେ ୨ ଟ୍ରାକ୍ଟର ଜବତ

ପାଟଣା,୧୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ରାଜନଗର ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ବୈତରଣୀ ନଦୀର ରାଇକଳା ବାଲି ଘାଟରୁ ୨ଟି ଟ୍ରାକ୍ଟର ଜବତ ହୋଇଛି। ବେଆଇନ...

ଲଗାଣ ବର୍ଷା : ଫସଲ ହାନୀ ସମ୍ଭାବନାକୁ ନେଇ ଚିନ୍ତାରେ ଚାଷୀ

ରାଜଗାଙ୍ଗପୁର/କୁତ୍ରା, ୨୪।୧୦ (ଡି.ଏନ.ଏ)-  ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଓ କୁତ୍ରା ବ୍ଲକ ଅଞ୍ଚଳରେ ବୁଧବାର ଅପରାହ୍ନରୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଫସଲହାନୀ ସମ୍ଭାବନାକୁ...

Leave a comment

Your email address will not be published. Required fields are marked *