ସ୍ବାମୀଙ୍କୁ ହତ୍ୟା କରି ଜେଲ ଗଲେ ସ୍ତ୍ରୀ

ବ୍ରହ୍ମପୁର ଅଫିସ,୧୭ା୫-ସ୍ବାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଶନିବାର ସ୍ତ୍ରୀ ସୁନୀତା ବେହେରାଙ୍କୁ ଗିରଫ କରିଛି। ଘଟଣା ବେଳେ ବ୍ୟବହୃତ ରକ୍ତଭିଜା ଶିଳପୁଆ ଜବତ କରିଛି। ମାମଲା ନଂ.୯୫/୨୦ରେ ସୁନୀତାଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି।
ପ୍ରକାଶ ଯେ, ଗେଟବଜାର ଜାଗିଲି ସାହିରେ ବନମାଳୀ ବେହେରାଙ୍କ ସ୍ତ୍ରୀ ସୁନୀତା ୫ ପିଲା ଓ ରୋଗଣା ଶାଶୁଙ୍କ ସହ ରହୁଥିଲେ। ଶୁକ୍ରବାର ଅପରାହ୍ନ ପ୍ରାୟ ୫ ଟାରେ ବନମାଳୀ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀଙ୍କ ସହ ଝଗଡ଼ା କରିଥିଲେ। ପରେ ଉତ୍ତ୍ୟକ୍ତ ହୋଇ ବନମାଳୀ ସୁନୀତାଙ୍କୁ ମାଡ଼ ମାରିଥିଲେ। ଏଥିରେ ସୁନୀତା ରାଗିଯାଇ ପାଖରେ ଥିବା ଏକ ଶିଳପୁଆରେ ବନମାଳୀଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ଫଳରେ ସେ ତଳେ ପଡିଯିବା ସହ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ସୁନୀତା ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶନିବାର ବନମାଳୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।


All Right Reserved By Dharitri.Com

ବାତ୍ୟା ଆଶଙ୍କା, ସଚେତନ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୧୭।୫(ଡି.ଏନ.ଏ)- ବାତ୍ୟା ଅମ୍ଫନ୍‌କୁ ନେଇ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଛି। ବହୁ ଲୋକ ଦୁର୍ଗମ ଗ୍ରାମରେ ରହୁଥିବାବେଳେ...

CORONAVIRUS UPDATE: ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ହେଲା ୧୭୭

ଭୁବନେଶ୍ୱର,୬।୫:(ବ୍ୟୁରୋ)-ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି। ତେବେ ଏହି ଆକ୍ରାନ୍ତଜଣକ ଗଂଜାମ ଜିଲାର...

ମଦ କାରବାର ବନ୍ଦ ପ୍ରତିବାଦରେ ବିକ୍ଷୋଭ

ତାଳଚେର, ୧୨ା୬(ନି.ପ୍ର.): ତାଳଚେର ବ୍ଲକ କଣ୍ଡାଳ ପଞ୍ଚାୟତରେ ବେଆଇନ ମଦ କାରବାର ବନ୍ଦ କରାଯିବା ଦାବିରେ ବୁଧବାର ପଞ୍ଚାବାସୀ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ...

ଓଡ଼ିଶା ଦିବସ: ପରଷ୍ପରଠାରୁ ଦୂରରେ ରହି ପଞ୍ଚସଖା ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ସାକ୍ଷୀଗୋପାଳ,୧।୪(ଡି.ଏନ୍‌.ଏ.): କରୋନା(କୋଭିଠ-୧୯) ସଂକ୍ରମଣକୁ ଦୃଷ୍ଟିିରେ ରଖି ଓଡ଼ିଶା ଦିବସ ପାଳନ ପାଇଁ କଟକଣା ଜାରି ହୋଇଛି। ଏଣୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ସତ୍ୟବାଦୀ ପଞ୍ଚସଖା...

କରୋନା ବିଗାଡୁଛି ବେଉସା, ହାତବାନ୍ଧି ବସିଛନ୍ତି କୁମ୍ଭକାର

ନୂଆପଡା ଅଫିସ,୧୨ା୪- ଚାରିଆଡେ କରୋନା ଆତଙ୍କିତ କରି ରଖିଛି। ଏହାକୁ କିପରି ମୁକାବିଲା କରାଯାଇ ପାରିବ ସେଥିପାଇଁ ଉଭୟ ସରକାରୀ ଏବଂ ବେସରକାରୀସ୍ତରରେ ଯୁଦ୍ଧକାଳୀନ ଭିତ୍ତିରେ...

ସୋସୋରେ ମାତିଛି ଦନ୍ତା: ଅଞ୍ଚଳବାସୀ ଭୟଭୀତ

ହାଟଡିହୀ,୨୩ା୪(ଡି.ଏନ୍‌.ଏ.) : କରୋନା ସାଙ୍ଗକୁ ହାତୀ ଭୟ ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଅଞ୍ଚଳରେ ଏକ ଦନ୍ତା ମାତିଥିବାରୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟରେ ଅନିୟମିତତା : ନ୍ୟାୟିକ ତଦନ୍ତ ଦାବି କରି ଭାଜପାର ଗଣଧାରଣା

ଭଣ୍ଡାରିପୋଖରୀ,୨୧।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭଣ୍ଡାରିପୋଖରୀ ଭାଜପା ଶାଖା ପକ୍ଷରୁ ଜିଲା ସଭାପତି ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ସୋମବାର ବିଶାଳ ଗଣଧାରଣା...

ଘରୋଇ କଳି: ମଝିଆ ଭାଇଙ୍କୁ ହତ୍ୟା କଲେ ସାନ

ନାଉଗାଁ,୧୯ା୧(ସ୍ବ.ପ୍ର.): ଘରୋଇ କଳହକୁ ନେଇ ଶନିବାର ଜଗତ୍‌ସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ହରିଶପୁର ଗ୍ରାମରେ ସାନ ଭାଇ ମଝିଆ ଭାଇଙ୍କୁ ଶିଳପୁଆରେ ଛେଚି ହତ୍ୟା...

Leave a comment

Your email address will not be published. Required fields are marked *