ବାତ୍ୟା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍‌

ବାରିପଦା ଅଫିସ,୧୮ା୫: ସମ୍ଭାବ୍ୟ ବାତ୍ୟା ଅମ୍ଫନ ପାଇଁ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରବିବାର ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାର ସମସ୍ତ ବ୍ଲକର ବିଡ଼ିଓମାନେ ସଜାଗ ରହିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ସେହିଭଳି ସମସ୍ତ ଲାଇନ୍‌ ବିଭାଗ ସଜାଗ ରହିବା ପାଇଁ ମଧ୍ୟ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୪ଟି ଓଡ୍ରାଫ୍‌ ଓ ଗୋଟିଏ ଏନ୍‌ଡ଼ିଆରଏଫ୍‌ ଟିମ୍‌ ସଜାଗ ରହିଛନ୍ତି। ସେହିଭଳି ବିଡିଓମାନଙ୍କୁ ବିଦ୍ୟାଳୟ ଓ କଲେଜ ଗୃହରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାକାର ସ୍ଥିତି ପରଖିବା ପାଇଁ ଜିଲାପାଳ କହିଛନ୍ତି।


All Right Reserved By Dharitri.Com

ପିଆଇସିଟିରେ ଚାକିରି ଦେବା ନାଁରେ ଠକେଇ: ୪୬ ଜଣଙ୍କୁ ଭୁଆଁ ବୁଲାଇଲେ ଯୁବକ

ପାରାଦୀପ,୧୩।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ବର୍ଥ ନେଇଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) କମ୍ପାନୀରେ ଚାକିରି କରାଇଦେବା ନଁାରେ ଜଣେ ଯୁବକ ୪୬...

ଆଜି କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳା

ଫୁଲବାଣୀ ଅଫିସ୍‌,୨ା୨-କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୦ ରବିବାର ଉଦ୍‌ଘାଟନ ହେବ। କୋରନେଶନ ପଡିଆଠାରେ ଏହା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରସ୍ତୁତି...

ବିଲୁପ୍ତି ପଥେ ବୈତରଣୀ

କେନ୍ଦୁଝର, ୯ା୯(ସ୍ବ.ପ୍ର.)- ‘ବୁଢା ହେଲୁ, କିନ୍ତୁ କିଛି ବର୍ଷ ହେଲା ବୈତରଣୀ ନଦୀ ଏଭଳି ଅବସ୍ଥା ଦେଖି ନ ଥିଲୁ। ଖରା ଦିନରେ ଶୁଖିଲା ପଡୁଥିବା...

ଖେଳପଡ଼ିଆ ପାଇଁ ଅଣ୍ଟା ଭିଡ଼ିଲା ପରିଚାଳନା କମିଟି:ଜବରଦଖଲ ଉଚ୍ଛେଦ ଦାବି

ଭୁବନ ୧୭।୯(ଡି.ଏନ.ଏ.) ଭୁବନ ଏନ୍‌ଏସି ଅଧୀନ ୩ନଂ. ଓ୍ବାର୍ଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଖପାଖ ଅଞ୍ଚଳକୁ ଜବରଦଖଲ ମୁକ୍ତ କରିବାକୁ ଦାବି କରିଛି ପରିଚାଳନା...

ପୁରୀ ନାବାଳିକା ଗଣବଳାତ୍କାର ମାମଲା: କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ

ପୁରୀ ଅଫିସ, ୪ା୧୨: ପୋଲିସ କ୍ୱାର୍ଟର୍ସରରେ ଗଣବଳତ୍କାରର ଶିକାର ହୋଇଥିବା ନାବାଳିକାଙ୍କର ବୁଧବାର ସିଆରପିସି ଧାରା ୧୬୧ ଓ ୧୬୪ରେ ପୁରୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବୟାନ...

ବଜ୍ରପାତରେ ମହିଳା ମୃତ

ଆନନ୍ଦପୁର,୩। ୬(ସ୍ବ.ପ୍ର.)- ଘସିପୁରା ଥାନା ଧକୋଠା ନାହାଗୁଣା ଗ୍ରାମରେ ବଜ୍ରପାତ ଘଟି ସରସ୍ବତୀ ପାତ୍ର ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମହିଳା ଜଣଙ୍କ ନିଜ...

ବାବନପୁରରେ ଗୋଷ୍ଠୀସଂଘର୍ଷ, ୧୦ରୁ ଊର୍ଦ୍ଧ୍ୱ ଆହତ

ପାତ୍ରପୁର,୧୬ା୯(ଡି.ଏନ୍‌.ଏ.)- ଜରଡ଼ା ଥାନା ଖମ୍ବାରୀଗଁା ପଞ୍ଚାୟତ ବାବନପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।...

ନୀଳଗିରି ମହାବିଦ୍ୟାଳୟ ପରିସରରେ ମାଓବାଦୀ ପୋଷ୍ଟର

ନୀଳଗିରି,୧୩।୮(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ନୀଳଗିରି ମହାବିଦ୍ୟାଳୟ ପରିସରରେ ମାଓବାଦୀ ପୋଷ୍ଟର ଲାଗିଥିବା ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ଛାତ୍ର ସଙ୍ଗଠନ ନାମରେ ଏହି...

Leave a comment

Your email address will not be published. Required fields are marked *