ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲ ଗଲେ ରଘୁମଣି

ଜୁନାଗଡ,୧୭।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲ ତଳପଡାର ରଘୁମଣି ନାଏକ (୪୨)ଙ୍କ ଚିକିତ୍ସା ପାଇଁ ଜୁନାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ହସ୍ତକ୍ଷେପ କରିଛନ୍ତି। ଗତ କିଛି ଦିନ ହେବ ଅନ୍ତଃ ନଳୀରେ ଘା’ ଯୋଗଁ ସେ ଦିନରାତି ବିଛଣାରେ ଶୋଇ ରହିଥିଲେ। ଅସ୍ତ୍ରୋପଚାର କଲେ ସେ ଆରୋଗ୍ୟ ହେବେ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ଅର୍ଥାଭାବରୁ ତାଙ୍କ ଅସ୍ତ୍ରୋପ୍ରଚାର ହୋଇପାରୁ ନ ଥିଲା। ଏହାକୁ ନେଇ ପରିବାର ଲୋକେ ଚିନ୍ତାରେ ରହିଥିଲେ। ଗତ ୧୩ ତାରିଖ ଧରିତ୍ରୀରେ ଏହି ଖବର ପ୍ରକାଶ ପାଇବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଏ ସମ୍ପର୍କରେ ମନ୍ତ୍ରୀ ମିଶ୍ର ଜାଣଲା ପରେ ରଘୁମଣିଙ୍କ ଚିକିତ୍ସା ବ୍ୟବସ୍ଥା କରିବା ଓ ରେଡ୍‌କ୍ରସରୁ ସହାୟତା ଦେବା ପାଇଁ ଜିଲା ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ବିଭାଗକୁ ପତ୍ର ଲେଖିଥିଲେ। ଏହାପରେ ରଘୁମଣିଙ୍କୁ ଚିକିତ୍ସା ପାଇଁ କଟକ ଆଚାର୍ଯ୍ୟ ହରିହର କ୍ୟାନସର ଡାକ୍ତରଖାନା ପଠାଯାଇଛି।


All Right Reserved By Dharitri.Com

ବଡ଼ବିଲରେ ଜାତୀୟ ପତାକା ଉତ୍ତୋଳନ କଲେ ତହସିଲଦାର

ବଡ଼ବିଲ,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଛି। ଜାତୀୟ ଦିବସ ପାଳନ ସମିତି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ...

ମହିଳାଙ୍କ ଆତ୍ମହତ୍ୟା: ସ୍ବାମୀ, ଦିଅର ଅଟକ

ପୁରୁଷୋତ୍ତମପୁର,୧୮।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ କନକାଠାରେ ୮ମାସ ତଳେ ବିବାହ କରିଥିବା ଜଣେ ମହିଳା ବୁଧବାର ଘରେ ଫ୍ୟାନ୍‌ରେ ଶାଢ଼ି ଲଗାଇ ଆତ୍ମହତ୍ୟା...

ରାଜ୍ୟ ବାହାରେ ଫସିଛନ୍ତି ୭ହଜାର ଶ୍ରମିକ: ଫେରାଇ ଆଣିବା ପାଇଁ ଦାବି

ବୌଦ୍ଧ,୧୯ା୫(ସ୍ବ.ପ୍ର.)- ବୌଦ୍ଧ ଜିଲାର ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ମଙ୍ଗଳବାର ଜିଲା ଭାଜପା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ା ଦାବିପତ୍ର...

ମାର୍ଚ୍ଚ ୧ରୁ ମୋଟର ଯାନ ଆଇନ କଡ଼ାକଡ଼ି: ୭୦ ପ୍ରତିଶତ ପୋଲିସ କର୍ମଚାରୀ କରିବେ ଯାଞ୍ଚ

ଭୁବନେଶ୍ୱର ,୨୭।୨(ବ୍ୟୁରୋ): ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ପୂର୍ବରୁ ଦିଆଯାଇଥିବା ୬ ମାସର ସମୟ ପୂରିଯାଇଥିବା ବେଳେ...

ଚକୋଲେଟ୍‌ ପ୍ରଲୋଭନ ଦେଖାଇ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

ସଜନାଗଡ଼, ୩୦।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚକୋଲେଟ୍‌ ପ୍ରଲୋଭନ ଦେଖାଇ ଏକ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଛି।...

ଜିଲା ପ୍ରଶାସନ ପକ୍ଷରୁ ଗାନ୍ଧୀ ଜୟନ୍ତୀ: ସ୍ବାଧୀନତା ସଂଗ୍ରାମୀ ପୁରସ୍କୃତ

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାଧୀନତା ସଂଗ୍ରାମୀଙ୍କୁ...

ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା,୨୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଗାଲଫୁଲା ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ସୋମବାର ତାଙ୍କ ଘରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ରାଧାକାନ୍ତ...

ସାବିତ୍ରୀ ଭୋଗ ଖାଇ ୧୦ ଅସୁସ୍ଥ

ବନ୍ତ,୨୩ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ରାମପୁର ଗ୍ରାମର ୧୦ଜଣ ବ୍ୟକ୍ତି ସାବିତ୍ରୀ ଭୋଗ ଖାଇ ଅସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କୁ ଭଦ୍ରକ ମୁଖ୍ୟ...

Leave a comment

Your email address will not be published. Required fields are marked *