ବେଗୁନିଆରେ ପ୍ରଥମ କରୋନା ପଜିଟିଭ: ଆକ୍ରାନ୍ତ ଯୁବକ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି

ବେଗୁନିଆ,୧୭ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ୍‌ ପଞ୍ଚାୟତରେ ରବିବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଆକ୍ରାନ୍ତ ଯୁବକ ଜଣଙ୍କ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିବା ପରେ ପ୍ରଶାସନର ମୁଣ୍ଡ ବ୍ୟଥା ବଢ଼ିଛି। ଅନ୍ୟପଟେ ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରି ହଜ୍‌ ପଞ୍ଚାୟତ ସରପଞ୍ଚ ପୁଲକ ବଡଜେନା ସ୍ଥାନୀୟ କାଳଚୁଆପାଟଣା, ହଜ୍‌ ଏବଂ ନାରଗୋଦା ଗ୍ରାମକୁ ୭୨ଘଣ୍ଟା ଲାଗି ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଆକ୍ରାନ୍ତ ଯୁବକ ଗତ ମାର୍ଚ୍ଚ ୨୫ ତାରିଖରେ ତାମିଲନାଡୁରୁ ଘରକୁ ଫେରିଥିଲେ। ମାତ୍ର ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ଏହାପରେ ସେ ବୋଲଗଡ଼ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରେ ରହି ଆସୁଥିଲେ। ବିଭିନ୍ନ ସମୟରେ ସେ ନିଜ ଗ୍ରାମକୁ ଆସିବା ସହ ସାଙ୍ଗମାନଙ୍କ ସହ ଖେଳୁଥିଲେ। ଗତ ମେ ୮ତାରିଖ ସେ ଅସୁସ୍ଥ ଅନୁଭବ କରିଥିଲେ। ମେ ୧୦ତାରିଖରେ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ରବିବାର ତାଙ୍କର ପଜିଟିଭ ଟିପୋର୍ଟ ଆସିଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପରେ ବେଗୁନିଆ ବିଡିଓ, ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ ପହଞ୍ଚି ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲକୁ ପଠାଇଥିଲେ। ଅନ୍ୟପଟେ ଆକ୍ରାନ୍ତ ଜଣଙ୍କ ଗତ ଦୁଇ ଦିନ ହେବ ଶଗଡ଼ଭଙ୍ଗା ପଞ୍ଚାୟତର ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ ବୋଲି ପ୍ରଶାସନ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଉକ୍ତ ପଞ୍ଚାୟତ ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରାଯିବ କି ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଥିବା ଜଣାପଡିଛି। ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ଦାସ କୁହନ୍ତି, ଏଯାବତ୍‌ ୩ଟି ଗ୍ରାମକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। ପରିସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ନିଆଯିବି। ରିପୋର୍ଟ ଲେଖା ହେବା ବେଳକୁ ଉକ୍ତ ୩ ଗ୍ରାମରେ ସାନିଟାଇଜ କରାଯାଇ ନ ଥିବା ଜଣାପଡଛି।


All Right Reserved By Dharitri.Com

ବୋହୂଙ୍କୁ ମାଡ଼ମାରି ଶ୍ୱଶୁର ଗିରଫ

ବାଲିଅନ୍ତା,୨୮।୭(ଡି.ଏନ୍‌.ଏ.)- ଘରୋଇ କଳହକୁ ନେଇ ବୋହୂଙ୍କୁ ଗାଳିଗୁଲଜ ସହ ମାଡ଼ମାରିବା ଅଭିଯୋଗରେ ବାଲିଅନ୍ତା ପୋଲିସ ରବିବାର ଜଣେ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ...

ତାମିଲନାଡୁରୁ ଫେରିଲେ ୬୮୧ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୬ା୫: ତାମିଲନାଡୁ କୋଏମ୍ବାଟୁରରୁ ଭଦ୍ରକକୁ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଶୁକ୍ରବାର ମଧ୍ୟାହ୍ନରେ ଖୋର୍ଦ୍ଧାରୋଡ୍‌ ଷ୍ଟେଶନରେ ପହଞ୍ଚିଥିଲା। ୨୦ ଜିଲାର ୬୮୧ ପ୍ରବାସୀ ଏହି...

ଲକ୍‌ଡାଉନ୍‌ କଟକଣାକୁ ଫୁ: ବ୍ୟାଙ୍କ ସମ୍ମୁଖରେ ଗ୍ରାହକଙ୍କ ପ୍ରବଳ ଭିଡ଼

ନିରାକାରପୁର,୮ା୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଫଳରେ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ସହିତ ସତର୍କତା ଅବଲମ୍ବନ କରାଯାଉଛି। ହେଲେ...

ଖୋର୍ଦ୍ଧାରେ ଲକ୍‌ଡାଉନ୍‌ ଉଲ୍ଲଂଘନ: ୭ ଦୋକାନ ସିଲ୍‌ କଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୭ା୪ : କୋଭିଡ୍‌-୧୯ ଭୁତାଣୁ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ...

ସ୍ବପ୍ନେଶ୍ୱର ସାହିରୁ ୧୭.୨ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୧୦।୧: ଖୋର୍ଦ୍ଧା ଆଦର୍ଶ ଥାନା ସାମନ୍ତରାପୁର ସ୍ବପ୍ନେଶ୍ୱର ସାହିରୁ ଶୁକ୍ରବାର ଅପରାହ୍ନରେ ୧୭.୨ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୯...

ମଟନ ପାଇଁ ଆସି ଔଷଧ ନେବା ଆଳ

ଖୋର୍ଦ୍ଧା ଅଫିସ,୧୮ା୪: ଲକଡାଉନ ବେଳେ ମାସ୍କ ନ ପିନ୍ଧିଲେ ଓ ବିନା କାରଣରେ ବାଇକରେ ବୁଲିଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି।...

ଖୋର୍ଦ୍ଧା ଜିଲାରେ ୧୬୪ଜଣଙ୍କ ନମୁନା ନେଗେଟିଭ

ଖୋର୍ଦ୍ଧା ଅଫିସ,୬ା୪: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଚେଷ୍ଟା ଜାରି ରହିଛି। ଶନିବାର ସୁଦ୍ଧା ଖୋର୍ଦ୍ଧା, ଟାଙ୍ଗୀ, ବୋଲଗଡ଼...

ଟ୍ରେନ୍‌ରେ କଟି ମହିଳାଙ୍କ ଜୀବନଗଲା

ଖୋର୍ଦ୍ଧା ଅଫିସ,୨୩।୧: ଖୋର୍ଦ୍ଧା ପୋଲିସ ଜିଲାର ବାଘମାରୀ ଥାନା ବାଘମାରୀ ଓଭର ବ୍ରିଜ୍‌ଠାରେ ଗୁରୁବାର ସକାଳେ ଟ୍ରେନରେ କଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।...

Leave a comment

Your email address will not be published. Required fields are marked *