ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଯୁବକ

ତୁମୁଡିବନ୍ଧ,୧୭ା୫(ଡି.ଏନ୍‌.ଏ.)- ଅସରାଏ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ ପାଣି, ଗଁାରୁ ବାହାରି ହୁଏନି। ଏନେଇ ତୁମୁଡିବନ୍ଧ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପଯର୍‌ୟନ୍ତ ଅଭିଯୋଗ କରି ସୁଫଳ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ରାସ୍ତା ମରାମତି କରିଛି ଗ୍ରାମର ଯୁବକସଂଘ। ତୁମୁଡିବନ୍ଧ ବ୍ଲକ ସଦରମହକୁମା ଠାରୁ କୋଟଗଡ ପିଚୁ ରାସ୍ତାରେ ପ୍ରାୟ ୨ କିମି ଯିବାପରେ ସେଠାରୁ କାଲିସାପଦରକୁ ରହିଛି ମାଟି ରାସ୍ତା। ୪ବର୍ଷ ପୂର୍ବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଏହି ମାଟିରାସ୍ତା କାମ ହୋଇଥିଲା। ମାତ୍ର ମୋରମ ବିଛାଯାଇ ନ ଥିଲା। ଚାଉଳ ନଦୀରୁ ବାଲି ବୋଝେଇ ଟ୍ରକ ଉକ୍ତ ରାସ୍ତାରେ ଯାଉଥିବାରୁ ଦିନ କେଇଟାରେ ଅବସ୍ଥା ଶୋଚନୀୟ ହୋଇପଡିଥିଲା। ଫଳରେ କାଲିସାପଦରର ୧୫୦ ପରିବାର ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ। ବର୍ଷାହେଲେ ଗଁାକୁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରେ ନାହିଁ। ରୋଗୀଙ୍କୁ ଖଟିଆରେ ବୋହି ନେବାକୁ ପଡେ। କାଲିସାପଦର ଯୁବକ ସଂଘ ସଦସ୍ୟମାନେ ରବିବାର ସକାଳୁ ରାସ୍ତା ମରାମତି କରିଛନ୍ତି। ଏନେଇ ସଂଘ ସଭାପତି ବିକାଶ ମଲିକ କୁହନ୍ତି, ଲକ୍‌ଡାଉନ ଯୋଗୁ ଆମର ପ୍ରାୟ ୬ଟି ଟ୍ରାକ୍ଟର ଘର ଆଗରେ ରହିଥିଲା। ଗ୍ରାମବାସୀଙ୍କୁ ଅବଗତ କରାଇବା ପରେ ପ୍ରାୟ ୨୦ ଜଣ ଯୁବକ ଏହି ରାସ୍ତା କାର୍ଯ୍ୟ କରିଛୁ। ଏନେଇ ତୁମୁଡିବନ୍ଧ ବିଡିଓ ଅଗସ୍ତି ପ୍ରଧାନଙ୍କୁ ପଚାରିବାରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଉକ୍ତ ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି।


All Right Reserved By Dharitri.Com

ହାଇକୋର୍ଟରେ ମହିମାଙ୍କ ଜାମିନ ସଂକ୍ରାନ୍ତ ତଥ୍ୟ ଦାଖଲ

କଟକ ଅଫିସ, ୨୯।୮: ସିୱେଜ୍‌ ଶିପିଂ ପରିଚାଳକ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଜାମିନ ଆବେଦନ ସମ୍ପର୍କିତ ତଥ୍ୟ ବୁଧବାର ହାଇକୋର୍ଟରେ...

ବିବାହିତ ମହିଳାଙ୍କୁ ଗଣବଳାତ୍କାର: ବ୍ରାହ୍ମଣୀତରଙ୍ଗ ଥାନାରେ ମାମଲା ରୁଜୁ

ବେଦବ୍ୟାସ,୨୬।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ କଲୁଙ୍ଗା ଫାଣ୍ଡି ଅନ୍ତର୍ଗତ ଗୁଟିଦରହ ଏକ କ୍ରସର ପରିସରରେ ଗତ ରବିବାର ରାତିରେ ଜଣେ ବିବାହିତା ମହିଳାଙ୍କୁ...

ମା’ ସମଲେଶ୍ୱରୀ ଫୁଟବଲ ଟୁର୍ନାମେଣ୍ଟ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଟେମରି ବି, ବୁଡାପଡ଼ା ବିଜୟୀ

ବୋଡେନ,୨୫।୯(ଡି.ଏନ.ଏ.)- ନୂଆପଡ଼ା ଜିଲା ବୋଡେନ ବ୍ଲକ ଟେମରୀ (ଦଣ୍ଡେଇବସା) ଛାରିଛକ ଖେଳ ପଡିଆରେ ମଙ୍ଗଳବାର ମା’ ସମଲେଶ୍ୱରୀ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଉଦଘାଟନୀ...

ସୁବିଧାଠାରୁ ବହୁ ଦୂରରେ ଯୋଡ଼ା ବସ୍‌ଷ୍ଟାଣ୍ଡ

0ଯୋଡ଼ା,୨୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହର ବସ୍‌ଷ୍ଟାଣ୍ଡର ସ୍ଥିତି ଦିନକୁ ଦିନ ସଙ୍ଗିନ ହୋଇପଡ଼ୁଥିବା ବେଳେ ଏହି ବସ୍‌ଷ୍ଟାଣ୍ଡ ପ୍ରତି ଯୋଡ଼ା ପୌରପାଳିକା କିମ୍ବା ଜିଲା ପ୍ରଶାସନ...

କରୋନା ଗୁଜବ ପ୍ରଚାର କରି ଶିକ୍ଷକ ଗିରଫ

ରାୟଗଡ଼ା ଅଫିସ,୨୨ା୩: କରୋନାକୁ ନେଇ ଗୁଜବ ପ୍ରଚାର କରିବା ପରେ ଜଣେ ଶିକ୍ଷକ ଗିରଫ ହେବା ଘଟଣା ରାୟଗଡ଼ା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ...

ଘରୁ ବାହାରିଲା ୩୫ ନାଗଛୁଆ

ଧାମନଗର, ୨୭।୬ (ଡି.ଏନ.ଏ.) – ଧାମନଗର ଗୋଖାଦିକି ସାହିର ଲକ୍ଷ୍ମୀଧର ମଳିକଙ୍କ ମାଟିଘରୁ ବୁଧବାର ୩୫ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ଦୁଇ ତିନିଦିନ ଧରି...

ରାମଚଣ୍ଡୀ ନିକଟରେ ଦୁର୍ଘଟଣା, ୬ ଗୁରୁତର

ପୁରୀ ଅଫିସ,୨୧।୧୨: ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ୍‌ ରାମଚଣ୍ଡୀ ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍‌ ଓ ଟାଭେଲ୍ସ କାର୍‌...

ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ: ୭ ବର୍ଷ ପରେ ସମାଧାନ ନିର୍ଦ୍ଦେଶ

ରାଜନଗର, ୧।୧୦ (ଡି.ଏନ୍‌.ଏ.): ତ୍ୱରିତ ନ୍ୟାୟ ପ୍ରଦାନ ଓ ସବୁବର୍ଗର ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଦେବା ପାଇଁ ପ୍ରତି ମାସରେ ସବୁ ବ୍ଲକ ଓ...

Leave a comment

Your email address will not be published. Required fields are marked *