ବେଆଇନ୍‌ ମାଛମରାକୁ ବିରୋଧ, ଜାଲ ଜବତ କଲେ ମହିଳା

ବଲାଙ୍ଗୀର ଅଫିସ, ୧୭ା୫-ବଲାଙ୍ଗୀର ପୁଇଁତଳା ଥାନା ଅନ୍ତର୍ଗତ ମହୀମୁଣ୍ଡା ଗ୍ରାମର ପୀତାବଲି କଁଟାରେ ବେଆଇନଭାବେ ମାଛ ମାରୁଥିବାବେଳେ ଗ୍ରାମର ମହିଳାମାନେ ରବିବାର ଧୀବରଙ୍କ ଜାଲ ଜବତ କରିଛନ୍ତି। ଖରାଦିନରେ ପାଣି ଅଭାବଜନିତ ସମସ୍ୟାକୁ ଆଖି ଆଗରେ ରଖି ଗ୍ରାମବାସୀ ପୀତାବଲି କଟାରେ ମାଛ ମରାଯିବାକୁ ବନ୍ଦ କରିଛନ୍ତି ା ଗତ ଦୁଇବର୍ଷ ହେଲା ଏହି କଟାକୁ ଗ୍ରାମବାସୀଙ୍କ ସ୍ନାନ ଶୌଚ ପାଇଁ ରଖାଯାଇଛି ା ଖରାଦିନରେ ମାଛ ମାରିଲେ ପାଣି ଦୂଷିତ ହୋଇଯିବ ବୋଲି ଗ୍ରାମବାସୀ ଏଭଳି ନିଷ୍ପତ୍ତି ନେଇଛନ୍ତି ା ଏଣୁ ପଞ୍ଚାୟତ ତରଫରୁ ଏହି କଟାକୁ ନିଲାମ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଛି ବୋଲି ମହିଳାମାନେ କହିଛନ୍ତି। ଏହାସତ୍ତ୍ୱେ କେତେକ ଧୀବର କଟାରେ ବେଆଇନ୍‌ ଭାବେ ମାଛ ମାରୁଛନ୍ତି ା ଫଳରେ କଟାର ପାଣି ଦୂଷିତ ହୋଇଯାଉଛି ା ଲୋକେ ଦୂଷିତ ପାଣି ଗାଧେଇ ପାରୁନାହାନ୍ତି ା ଏନେଇ ପଞ୍ଚାୟତ ପକ୍ଷରୁ କିଛି କରାନଯିବାରୁ ଶେଷରେ ଗଁାର କେତେକ ମହିଳା ରବିବାର କଟାକୁ ଯାଇ ଧୀବରଙ୍କ ଜାଲ ଜବତ କରିଛନ୍ତି ା ଜାଲ ଜବତ କରିବା ବେଳେ ଜଣେ ଧୀବର ଭୂମିସୂତା ଭୋଇ ନାମକ ଜଣେ ମହିଳାଙ୍କୁ ଧକ୍କା ମାରି ଜାଲ ଛଡାଇ ନେଇଥିବା ଅଭିଯୋଗ କରିଛନ୍ତି ା ଏନେଇ ପୁଇଁତଲା ଥାନାକୁ ମଧ୍ୟ ସୂଚନା ଦିଆଯାଇ ଏହି ବେଆଇନ୍‌ ଧୀବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ା


All Right Reserved By Dharitri.Com

ଶ୍ରୀକାନ୍ତ ନନ୍ଦ ହତ୍ୟା ମାମଲାର ପର୍ଦ୍ଦାଫାଶ: ହନୁମାନ ଟଙ୍କା ଲାଗି ହତ୍ୟାକାଣ୍ଡ, ୪ ଅଭିଯୁକ୍ତ ଗିରଫ

ବଲାଙ୍ଗୀର ଅଫିସ,୧୮।୮: ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ବରଗାଁର ଶ୍ରୀକାନ୍ତ ନନ୍ଦ ହତ୍ୟା ଘଟଣାର ପର୍ଦ୍ଧାଫାଶ କରିବାରେ ପୋଲିସ ସଫଳ ହୋଇଛି । ଏହି...

୮୦ ବଛ୍‌ରିଆ ଅଜାର ହାତେ ନାତେନ୍‌ର ଭବିଷତ୍‌: ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ମଞ୍ଜୁଲା

କଣ୍ଟାବାଞ୍ଜି, ୬।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଘୁନେଶ ପଁଚେତ୍‌ ଖୁଜେନ ଗଁାର ମଞ୍ଜୁଲା ନାଗ(୧୮)। ଅନେକ ବଛର ହେଲା ମା’ବାପ୍‌ ଆରପାରକେ ଚାଲିଯାଇଛନ୍‌।...

ବଲାଙ୍ଗୀରରେ ପହଞ୍ଚିବେ ପ୍ରବାସୀ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବଲାଙ୍ଗୀର,୧୪ା୫: ବଲାଙ୍ଗୀର ରେଲ୍‌ୱେ ଷ୍ଟେଶନରେ ଗୁରୁବାର ମଧ୍ୟାହ୍ନରେ ତାମିଲନାଡୁର ତିରୁପୁରରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିବ। ଏହି ଟ୍ରେନରେ ଆସୁଥିବା ପ୍ରବାସୀଙ୍କ ସୁବିଧାଜନକ ଆଗମନ...

ଭତାରୁ ବଁଚିତ୍‌ ତୁଳସୀ: ଦାଉ ସାଧୁଛେ କିଡ଼୍‌ନୀ ରୋଗ୍‌

ଲୋଇସିଂହା,୨୪।୧୦ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କର୍ଲିପାଟ ଗାଁର ବିଧବା ତୁଳସୀ ନାଗ(୫୦)। ଆପନେ ଚାଲିଯିବାର ଆଏଜ୍‌କେ ବଛ୍‌ରେ ବିତିଯାଇଥିଲେ ବି ସେ ବିଧବା...

ସହାୟତା ଦାବି କଲା ପଞ୍ଚତାଳ ଦୁଲଦୁଲି ସଂଘ

ଦେଓଗାଁ,୨୮ା୫(ଡି.ଏନ.ଏ)  ବଲାଙ୍ଗୀର ଜିଲା ଦେଓଗାଁ, ଗୁଡଭେଲା ଓ ସଇଁନ୍ତଲା ବ୍ଲକର ସମସ୍ତ ଦୁଲଦୁଲି ଓ ବ୍ୟାଣ୍ଡବାଜା ପାର୍ଟିକୁ ନେଇ ଗଠିତ ପଞ୍ଚତାଳ ଦୁଲଦୁଲି ସଂଘ ବୁଧବାର...

ବିଶାଖାପାଟଣାରୁ ବଲାଙ୍ଗୀରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ, ଓହ୍ଲାଇଲେ ୧୪୧୭ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୮।୫: ବିଶାଖାପାଟଣାରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ସୋମବାର ଭୋରରେ ବଲାଙ୍ଗୀର ରେଲୱେ ଷ୍ଟେଶନରେ ପହଞ୍ଚିଥିଲା। ଏହି ଟ୍ରେନରେ ୧୪୧୭ ପ୍ରବାସୀ ଓହ୍ଲାଇଥିବା...

ମହଙ୍ଗା ପଡିଲା ଲୁଣ କଳାବଜାରି: ଲକ୍ଷେ ଟଙ୍କା ଜରିମାନା

ପାଟଣାଗଡ,୧୮।୫(ଡି.ଏନ.ଏ.)-ଲୁଣ କଳା ବଜାରି କରିବା ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ରାମଜୀ ଛକସ୍ଥିତ ଲକ୍ଷ୍ମୀ ଟ୍ରେଡର୍ସ ଉପରେ ସୋମବାର ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି। ଚଢାଉରେ...

ସିଆରପିଏଫ୍‌ ତରଫରୁ କରୋନା ସଚେତନତା

ଖପ୍ରାଖୋଲ, ୧୪ା୪(ଡି.ଏନ.ଏ.): ସିଆରପିଏଫ୍‌ ତରଫରୁ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକର ବିଭିନ୍ନ ଗାଁରେ କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା...

Leave a comment

Your email address will not be published. Required fields are marked *