ସୋମବାର ପହଞ୍ଚିବ ୩ ଶ୍ରମିକ ସ୍ପେଶାଲ ଟ୍ରେନ: ଅଧା ଅଞ୍ଚଳରେ ଲାଗୁ ହେବ ୧୮ ଘଣ୍ଟାର କର୍ଫ୍ୟୁ

ବଲାଙ୍ଗୀର ଅଫିସ, ୧୭ା୫- ବଲାଙ୍ଗୀର ରେଲୱେ ଷ୍ଟେଶନକୁ ସୋମବାର ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଆସିବ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ସୋମବାର ଭୋର ୫ଟାରେ ପହଞ୍ଚିବ । ଏହାପରେ ଦିନ ସାଢ଼େ ୧ଟାରେ ଗୁଜରାଟର ରାଜକୋଟରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିବ। ଅପରାହ୍ଣ ୫ଟା ୧୦ରେ ତାମିଲନାଡୁର ଥିରୁଭାଲ୍ଲୁରଠାରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ବଲାଙ୍ଗୀର ପହଞ୍ଚିବ । ଏହି ତିନି ଟ୍ରେନ୍‌ରେ ପ୍ରାୟ ୪ ହଜାର ପ୍ରବାସୀ ବଲାଙ୍ଗୀର ଆସି ପହଞ୍ଚିବେ ବୋଲି ଜଣାପଡିଛି । ସୋମବାର ତିନୋଟି ସ୍ପେଶାଲ ଟ୍ରେନ୍‌ ଆସୁଥିବାରୁ ଏବଂ ୪ ହଜାର ପ୍ରବାସୀ ଆସୁଥିବାରୁ ସମସ୍ତଙ୍କ ଆଗମନ ଓ ପ୍ରତ୍ୟାଗମନକୁ ସୁଗମ କରିବା ପାଇଁ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି । ଏଥି ସକାଶେ ସହରର ବିଭିନ୍ନ ରାସ୍ତା ଓ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୋମବାର ଭୋର ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସମୁଦାୟ ୧୮ ଘଣ୍ଟା କର୍ଫ୍ୟୁ ଘୋଷଣା କରାଯାଇଛି । ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି ।


All Right Reserved By Dharitri.Com

ଅଜନା ରୋଗ୍‌ରେ ଖଟେ ପଡ଼ିଛନ୍‌ ଫୁଲ

ଖପ୍ରାଖୋଲ, ୧୩।୩ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଁଚେତ୍‌ ତୁର୍ଲା ଗଁାର ବୁଡୁ ଛତର(୭୧)କଁର ମାଏକିନା ଫୁଲ ଛତର(୬୦)। ସେ ଅନେକ ଦିନ...

ପୁଅର ସମାଧି ଉପରେ ପୂଜାର୍ଚ୍ଚନା, ଗୁଣିଗାରେଡି ସନ୍ଦେହ କଲେ ବାପା

ପାଟଣାଗଡ଼,୧୩ା୯ (ଡି.ଏନ.ଏ.): ବିଜ୍ଞାନର ଢେର ଅଗ୍ରଗତି ଘଟିଛି। ଅନ୍ଧବିଶ୍ୱାସ, କୁସଂସ୍କାର ଦୂର ହୋଇଛି ବୋଲି ପ୍ରଚାର ଚାଲିଛି । ହେଲେ ଆଜି ବି ଗୁଣିଗାରେଡି ପ୍ରତି...

ଆଧୁନିକୀକରଣ ପରେ ଡାକବିଭାଗର ଗୁରୁତ୍ୱ ବଢ଼ିଛି

ବଲାଙ୍ଗୀର ଅଫିସ, ୩ା୧ – ବଲାଙ୍ଗୀର ଟାଉନ୍‌ ହଲଠାରେ ଗୁରୁବାର ବଲାଙ୍ଗୀର ଡାକ ମଣ୍ଡଳର ୬୧ତମ ପ୍ରତିଷ୍ଠା ଉତ୍ସବ ଏବଂ ମହା ଡାକମେଳା ଅନୁଷ୍ଠିତ ହୋଇଛି...

୪ମାସ ବିତିଲା, ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେଲାନି

ଦେଓଗାଁ, ୨୮ା୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁ ନିକଟ ସୋନଗଡ ନଦୀପଠାରୁ ୧୧ବର୍ଷର ବାଳକ ବାବୁଲାଲ ବଗର୍ତ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହେବା...

ବର୍ଷା ଯୋଗୁ ବଲାଙ୍ଗୀର ଜିଲାର ସମସ୍ତ ସ୍କୁଲ, କଲେଜ ଛୁଟି

ବଲାଙ୍ଗୀର ଅଫିସ, ୧୩।୮: ବଲାଙ୍ଗୀର ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଜିଲାର ସମସ୍ତ...

ଫେବୃୟାରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗୀର ଅଫିସ, ୨୪ା୧: ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଓକିଲ ସଂଘ ପକ୍ଷରୁ ଦୀର୍ଘବର୍ଷ ଧରି ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ଏବେ ଏକ...

ଅବେବସ୍‌ତା ଘେରରେ ଦୁମଦୁମି ସେବାଶ୍ରମ ସ୍କୁଲ: ୧୦ଟା ଶ୍ରେଣୀକେ ୨୬୮ ଛାତ୍ରୀଛାତ୍ର, ୪ ଶିକ୍ଷକ

ଲୋଇସିଂହା, ୯।୧୨(ଡି.ଏନ.ଏ.)-  ଆଦିବାସୀ ଛାତ୍ରୀଛାତ୍ରକଁର ଶିକ୍ଷାର ବିକାଶ ଲାଗି ସରକାର ଖାସ୍‌ ପଦକ୍ଷେପ ନେଉଥିବାର କହୁଛନ୍‌। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଦୁମଦୁମିରେ ଥିବାର...

ବ୍ୟବସ୍ଥା ଉପରୁ ବିଶ୍ୱାସ ତୁଟାଅ ନାହିଁ

ବଲାଙ୍ଗୀର ଅଫିସ, ୧୨ା୨ – ବଲାଙ୍ଗୀର ଜିଲା ଶିକ୍ଷା ଅଧିକାରୀ ଅଫିସ ସମ୍ମିଳନୀ କକ୍ଷରେ ମଙ୍ଗଳବାର ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ା...

Leave a comment

Your email address will not be published. Required fields are marked *