ସରକାର ଶୁଣିଲେନି, ନିଜଖର୍ଚ୍ଚରେ ତାମିଲନାଡୁରୁ ଫେରୁଛନ୍ତି ୪୫ ଶ୍ରମିକ

ସୋନପୁର,୧୭।୫(ନି.ପ୍ର.)-ଲକ୍‌ଡାଉନ୍‌ ଯୋଗୁଁ ତାମିଲନାଡୁର ନାମକୋଲରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୪୫ ଜଣ ଶ୍ରମିକ ଘରକୁ ପେରୁଛନ୍ତି। ଶନିବାର ରାତିରେ ଅନ୍ୟ ଜିଲାର ଓଡିଆ ଶ୍ରମିକଙ୍କ ସହିତ ୩ଟି ବସ୍‌ ଯୋଗେ ନାମକୋଲରୁ ବାହାରିଛନ୍ତି। ଦୀର୍ଘ ୧୮ଶହ କିଲୋମିଟରର ଯାତ୍ରା ପରେ ସୋମବାର ରାତି ୯ଟା ସୁଦ୍ଧା ଶ୍ରମିକମାନେ ସମ୍ବଲପୁରରେ ପହଞ୍ଚତ୍ବେ ବୋଲି ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ମହଦା, ଲିମ୍ବପାଲି ଓ କୋଟସମଲାଇ ଗ୍ରାମର ଏହି ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରେଜିଷ୍ଟ୍ରେଶନ କରିଥିଲେ । ନିଜ ନିର୍ବାଚନମଣ୍ଡଳୀର ବିଧାୟକ ପଦ୍ମନାଭ ବେହେରା ରାଜ୍ୟ ପରିବହନ ମନ୍ତ୍ରୀ ଅଛନ୍ତି। ହେଲେ ନିଜ ଘରକୁ ଫେରିବା ପାଇଁ ସରକାରଙ୍କ ପକ୍ଷରୁ ଶ୍ରମିକମାନଙ୍କୁ କୌଣସି ସହାୟତା ମିଳିଲାନି। କେନ୍ଦ୍ର ସରକାର ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଓ ବସ୍‌ ସେବା ପ୍ରଚଳନ କରିଛନ୍ତି। ରାଜ୍ୟ ସରକାର ଏଥିପାଇଁ ନୋଡାଲ ଅଫିସର ମଧ୍ୟ ନିଯୁକ୍ତ କରିଛନ୍ତ। କିନ୍ତୁ ସବୁ ଠୁ ନିରାଶ ହେଲା ପରେ ସୂତା କାରଖାନାରେ କାମ କରୁଥିବା ଶ୍ରମିକମାନେ ନିଜ ଖର୍ଚ୍ଚରେ ସେମାନଙ୍କ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। କର୍ମସଂସ୍ଥାନ ହରାଇ ଭୋକ ଉପବାସରେ ଥିବା ଶ୍ରମିକମାନେ ନିଜ ସଞ୍ଚତ୍ତ ଅର୍ଥରୁ ୫ହଜାର ୫ଶହ ଟଙ୍କା ଲେଖାଏ ବସ୍‌ ଭଡା ଦେଇ ଘରକୁ ଫେରୁଛନ୍ତି। ସୂତା କାରଖାନାର ମାଲିକ ଶ୍ରମିକମାନଙ୍କୁ ଘରକୁ ଫେରିବା ସମୟରେ ରାତ୍ରୀ ଭୋଜନ ସହିତ ପ୍ରତି ଶ୍ରମିକଙ୍କୁ ୫ଶହ ଟଙ୍କା ଲେଖାଏ ଦେଇଥିବା କୋଟସମଲାଇ ଅଞ୍ଚଳର ପ୍ରବାସୀ ଶ୍ରମିକ ଚିଣ୍ଟୁ ମନ୍ତ୍ରା(୧୮) ଓ ଲକ୍ଷ୍ମୀନ୍ଦ୍ର ବସ୍ତିଆ(୪୫) କହିଛନ୍ତି। ଏହି ଶ୍ରମିକମାନେ ଗତ ୧ ବର୍ଷ ଧରି ସେଠାରେ କାମ କରୁଥିଲେ। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ କାରଖାନା ବନ୍ଦ ରହିଥିଲା। ଶତାଧିକ ଓଡିଆ ଶ୍ରମିକ କରୋନା ସଂକ୍ରମିତ ଅଞ୍ଚଳରୁ କିଭଳି ନିଜ ଭିଟାମାଟିକୁ ଫେରିବେ ମାନସିକ ଚାପରେ ଥିଲେ। କାରଖାନା ମାଲିକଙ୍କ ସହଯୋଗରେ ତାମିଲନାଡୁ ପୋଲିସ ଶ୍ରମିକମାନଙ୍କୁ ସମ୍ବଲପୁର ପର୍ଯ୍ୟନ୍ତ ବସ୍‌ ଯୋଗେ ଆସିବା ପାଇଁ ଅନୁମତି ପ୍ରଦାନ କରିଥିବା ଜଣାପଡିଛି। ଏହି ଶ୍ରମିକଙ୍କୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ସମ୍ବଲପୁରରୁ ଆଣିବାର ବ୍ୟବସ୍ଥା କରିବାକୁ ଶ୍ରମିକମାନେ ଅନୁରୋଧ କରିଛନ୍ତି।


All Right Reserved By Dharitri.Com

କରୋନା ପ୍ରତିରୋଧ ପ୍ରସ୍ତୁତିର ସମୀକ୍ଷା କଲେ ଆରଡିସି

ସୋନପୁର,୨।୫(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଇଛି। ଶନିବାର ସମ୍ବଲପୁର ଆରଡିସି ତଥା କୋଭିଡ-୧୯...

ଚମ୍ପୁଆରେ ଫସିଥିବା ସୁବର୍ଣ୍ଣପୁରର ୨୫ ଘରକୁ ଫେରିଲେ

ସୋନପୁର,୨୭।୩(ନି.ପ୍ର.):ମ୍ୟାଜିକ୍‌ ପ୍ରଦର୍ଶନ କରିବାକୁ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରୀବାଞ୍ଜିର ୮ଟି ପରିବାର କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳକୁ ଯାଇ ସେଠାରେ ଫସି ରହିଥିଲେ। ପ୍ରଶାସନର...

ପ୍ରଥମେ କଡ଼ାକଡ଼ି, ଘଡ଼ିସନ୍ଧି ବେଳେ କୋହଳ

ସୋନପୁର,୧୩ା୫(ନି.ପ୍ର.) – ପ୍ରଥମେ କଡ଼ାକଡ଼ି, ଏବେ ଘଡ଼ିସନ୍ଧି ମୁହୂର୍ତ୍ତରେ ସବୁ କୋହଳ। ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ପରେ ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ତୃତୀୟ ପର୍ଯ୍ୟାୟ...

କମୁଛି ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟା

ବିନିକା,୨୬ା୨(ଡି.ଏନ୍‌.ଏ.) – ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଓ ଏନଏସି ଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପ୍ରାଣୀ...

ଅଜନା ରୋଗ୍‌ରେ ପୀଡ଼ିତ ଅଯୋଧ୍ୟା: ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ପରିବାର

  ବିନିକା,୧୧।୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ପଁଚେତ୍‌ ଖଇରମାଲ ଗଁା ଟିକ୍ରାପଡ଼ାର ମାଞ୍ଜୋ ସୁନାକଁର ମାଏକିନା ଅଯୋଧ୍ୟା ସୁନା(୪୮)। ସେ ଅନେକ...

ନିର୍ବାଚନରେ ବ୍ୟବହୃତ ଗାଡି ଭଡା ମିଳିନି: ଭିକ୍ଷାଥାଳ ଧରି ଧାରଣାରେ ବସିଲେ ଗାଡି ମାଲିକ

ସୋନପୁର, ୨।୧୨(ନି.ପ୍ର.): ଗତ ସାଧାରଣ ନିର୍ବାଚନରେ ବ୍ୟବହୃତ ହୋଇଥିବା ବେସରକାରୀ ଗାଡିର ଭଡା ମିଳୁନି। ଗାଡି ମାଲିକ ମାନେ ବାରମ୍ବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ...

ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଅମରପାଲି, ୧୧।୯(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାନସ ଦାସ(୨୮)।...

ମାନସିକତାରେ ପରିବର୍ତ୍ତନ ହେଲେ ଦୁର୍ନୀତି ହଟିବ

ସୋନପୁର,୩୧।୧୦(ନି.ପ୍ର.): ସୁବର୍ଣ୍ଣପୁର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ଆଲୋଚନାଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଡିଆରଡିଏ...

Leave a comment

Your email address will not be published. Required fields are marked *