କୁର୍ନୁଲରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଫେରିଲେ ୬୭୬ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୭ା୫- ଆନ୍ଧ୍ରପ୍ରଦେଶର କୁର୍ନୁଲଠାରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଶନିବାର ରାତି ପ୍ରାୟ ୧୨ଟାରେ ବଲାଙ୍ଗୀର ରେଳଷ୍ଟେଶନ୍‌ରେ ପହଞ୍ଚତ୍ଥିଲା। ଏହି ଟ୍ରେନ୍‌ରୁ ୬୭୬ ଜଣ ପ୍ରବାସୀ ଓହ୍ଳାଇଥିଲେ। ଏଥିରେ ବଲାଙ୍ଗୀର ଜିଲାର ୩୩୭, ବରଗଡର ୨୬, ବୌଦ୍ଧ, ଦେବଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାର ଜଣେ ଲେଖାଏ, କଳାହାଣ୍ଡି ଜିଲାର ୮୭, ନୟାଗଡର ୫, ନୂଆପଡାର ୧୩୫, ସମ୍ବଲପୁର ଜିଲାର ୧୫, ସୁବର୍ଣ୍ଣପୁର ଜିଲାର ୬୪, ଅନୁଗୋଳର ୩ ଜଣେ ସମୁଦାୟ ୬୭୬ ଜଣ ପ୍ରବାସୀ ଶ୍ରମିକ ବଲାଙ୍ଗୀର ରେଳଷ୍ଟେଶନ୍‌ରେ ଓହ୍ଳାଇଥିଲେ। ସମସ୍ତ ପ୍ରବାସୀଙ୍କୁ ରେଳଷ୍ଟେଶନ ବାହାରେ ଥିବା କାଉଣ୍ଟରରେ ରେଜିଷ୍ଟ୍ରେଶନ୍‌ କରାଯାଇଥିଲା। ସମସ୍ତ ପ୍ରବାସୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପରେ ସମସ୍ତଙ୍କୁ ଷ୍ଟାମ୍ପ ଲଗାଯାଇଥିଲା ା ପ୍ରବାସୀମାନଙ୍କ ପାଇଁ ସେଠାରେ ଖାଦ୍ୟ, ପାନୀୟ ବ୍ୟବସ୍ଥା କରାଯାଇଥିଲା। ସେଠାରୁ ବିଭିନ୍ନ ବସ୍‌ ଓ ଯାନବାହନରେ ପ୍ରବାସୀମାନଙ୍କ ବିଭିନ୍ନ ଜିଲାର କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଜିଲାପାଳ ଅରିନ୍ଦମ ଡାକୁଆ, ଏସପି ସନ୍ଦୀପ ମାଡକର, ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ।


All Right Reserved By Dharitri.Com

ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସରପଞ୍ଚ

ଲାଠୋର, ୨୨।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅଧୀନ ଜଲପାଙ୍କେଲ ଗ୍ରାମର ସ୍ବର୍ଗତ ଦୁର୍ଯ୍ୟୋଧନ ମେହେରଙ୍କ ପରିବାରକୁ ସ୍ଥାନୀୟ ସରପଞ୍ଚ ପ୍ରବୀଣ...

ଦରଖଁଡ଼ିଆ ହେଇ ପଡ଼ିଛେ ଡାଇନିଂ ହଲ୍‌: ତଲେ ବସି ଖାଉଛନ୍‌ ଛାତ୍ରୀଛାତ୍ର

ଲାଠୋର, ୨୩।୧ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ମାଲପଡ଼ା ପଁଚେତ୍‌ ସଦରରେ ରହିଛେ ଅନୁସୂଚୀତ ଜାତି ଜନଜାତି ଉନ୍ନୟନ ବିଭାଗ ଦୁଆରା ପରିଚାଲିତ...

କେନ୍ଦୁ ଖାଇବାକୁ ଯାଇ ଗଛରୁ ପଡ଼ି ନାବାଳକଙ୍କ ଜୀବନ ଗଲା: ସରକାରୀ ସହାୟତା ଦାବି

ଲୋଇସିଂହା, ୩।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝରଣୀପାଲି ଗ୍ରାମର ଜନୈକ ନାବାଳକ କେନ୍ଦୁ ଖାଇବାକୁ ଯାଇ ଗଛରୁ ପଡ଼ି ଗୁରୁବାର ମୃତ୍ୟୁ ଘଟିଛି।...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଜୁ ଯୁବ ବାହିନୀର ସହାୟତା

ଦେଓଗାଁ, ୧୭ା୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ବିଜୁ ଯୁବ ବାହିନୀ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ା...

ଜିଲାପାଳ, ଏସ୍‌ପିଙ୍କୁ ଫେରାଦ ବ୍ଲାଷ୍ଟିଂରେ ମୃତକଙ୍କ ପରିବାର

ବଲାଙ୍ଗୀର ଅଫିସ,୧୪ା୨- ପଥର ବ୍ଳାଷ୍ଟିଂ ବେଳେ ଯୁବକଙ୍କ ମୃତ୍ୟୁ ଘଟଣାର ଉଚିତ୍‌ ତଦନ୍ତ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବଲାଙ୍ଗୀର ଜିଲା ସିନ୍ଧେକେଲା...

ଆଧୁନିକୀକରଣ ପରେ ଡାକବିଭାଗର ଗୁରୁତ୍ୱ ବଢ଼ିଛି

ବଲାଙ୍ଗୀର ଅଫିସ, ୩ା୧ – ବଲାଙ୍ଗୀର ଟାଉନ୍‌ ହଲଠାରେ ଗୁରୁବାର ବଲାଙ୍ଗୀର ଡାକ ମଣ୍ଡଳର ୬୧ତମ ପ୍ରତିଷ୍ଠା ଉତ୍ସବ ଏବଂ ମହା ଡାକମେଳା ଅନୁଷ୍ଠିତ ହୋଇଛି...

ସ୍ବାର୍ଥ ପାଇଁ ଗାନ୍ଧିଜୀଙ୍କୁ ବ୍ୟବହାର କରନାହିଁ

ବଲାଙ୍ଗୀର ଅଫିସ, ୨୨ା୧ – ସର୍ବଭାରତୀୟ ବହୁଭାଷୀ ମଞ୍ଚ ନାଟକ ସମାରୋହ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଛତିଶଗଡ ପ୍ରଦେଶ ରାୟଗଡର ଇଣ୍ଡିଆନ୍‌ ପିପୁଲ ଥିଏଟର...

ଲୋଇସିଂହା ଛକରେ ଓହ୍ଲାଇ ଗାଇସିଲଟର ୨୧ ପ୍ରବାସୀ ହଟହଟା

ଲୋଇସିଂହା,୧୫।୫(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଛକରେ ବରଗଡ଼ ଜିଲା ଗାଇସିଲଟ ବ୍ଲକର ୨୧ ଜଣ ପ୍ରବାସୀଙ୍କୁ ଗୋଟିଏ ବସ ଶୁକ୍ରବାର ସାରେ ଛାଡ଼ି ବରଗଡ଼...

Leave a comment

Your email address will not be published. Required fields are marked *