କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଅବ୍ୟବସ୍ଥା: ପ୍ରତିବାଦ କଲେ ଅନ୍ତେବାସୀ

କପ୍ତିପଦା,୧୭ା୫(ଡି.ଏନ୍‌.ଏ.)- କରେନାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ବ୍ଲକ୍‌ ଓ ପଞ୍ଚାୟତସ୍ତରରେ କ୍ୱାରାଣ୍ଟାଇନ କେନ୍ଦ୍ର ଖୋଲାଯାଇଛି। ଏଥିପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଏଠାରେ ପ୍ରବାସୀ ଓଡ଼ିଆଙ୍କୁ ସଙ୍ଗରୋଧରେ ରଖାଯିବା ସହ ସେମାନଙ୍କ ଖାଇବା, ପିଇବା, ଆବଶ୍ୟକ ସାମଗ୍ରୀ, ଔଷଧ ଓ ସ୍ବାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ମାତ୍ର ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ କ୍ୱାରାଣ୍ଟାଇନ କେନ୍ଦ୍ରରେ ଅବ୍ୟବସ୍ଥା ପରିଲ୍ଲଖିତ ହେଉଥିବା ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଶନିବାର ସେମାନେ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଗେଟ ସମ୍ମୁଖକୁ ଆସି ହୋହଲ୍ଲା କରିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଅଭିଯୋଗ ଅନୁଯାୟୀ, ଅନ୍ୟ ରାଜ୍ୟରୁ ଆସି ପହଞ୍ଚିବା ପରେ ରେଜିଷ୍ଟ୍ରେସନ ପାଇଁ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ସେମାନଙ୍କୁ ଶଯ୍ୟା, ଆବଶ୍ୟକ ସାମଗ୍ରୀ ଏବଂ ଔଷଧ ଠିକ୍‌ ଭାବେ ଯୋଗାଯାଉ ନାହିଁ। ଯାହାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ ୧୨ ତାରିଖରେ ୪୫ ପ୍ରବାସୀ ଗୁଜରାଟରୁ ଫେରିଥିବା ବେଳେ ସେମାନଙ୍କ ପାଇଁ ମାତ୍ର ୨୧ଟି ଶଯ୍ୟାର ବ୍ୟବସ୍ଥା କରାଯାଇଥିଲା। ଶୁକ୍ରବାର ରାତିରେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଖାଦ୍ୟ ଦିଆଯାଇ ନ ଥିଲା। ରାତି ୨ଟାରେ ଥାନାଧିକାରୀ ସଞ୍ଜୟ କୁମାର ପ୍ରଧାନ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିଥିବା ସେମାନେ କହିଛନ୍ତି।
ଏ ସମ୍ପର୍କରେ ଦାୟିତ୍ୱରେ ନୋଡାଲ୍‌ ଅଫିସର ଗୌରଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ସେ ଅଭିଯୋଗକୁ ସ୍ବୀକାର କରିଛନ୍ତି। ସମସ୍ୟା ରହୁଛି, ତାହାକୁ ସମାଧାନ କରି କାମ କରାଯାଉଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମୟୂରଭଞ୍ଜ ଜିଲାରେ ଚିହ୍ନଟ ହୋଇଥିବା ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ କପ୍ତିପଦା ବ୍ଲକ୍‌ ଅଞ୍ଚଳର। ଏହି ବ୍ଲକକୁ ମୋଟ ୫୫୪୨ଜଣ ପ୍ରବାସୀ ଓଡ଼ିଆ ଫେରିବା ପାଇଁ ପଞ୍ଜୀକରଣ କରିଥିବାବେଳେ ୨୬ଟି ପଞ୍ଚାୟତର ୩୧ଟି ସଙ୍ଗରୋଧ କେନ୍ଦ୍ରରେ ମାତ୍ର ୧୩୫୦ଟି ଏବଂ ବ୍ଲକ୍‌ ସଙ୍ଗରୋଧ କେନ୍ଦ୍ରରେ ଥିବା ୨୦୦ ଶଯ୍ୟାକୁ ମିଶାଇ ମୋଟ ୧୫୫୦ଟି ଶଯ୍ୟା ପ୍ରସ୍ତୁତ ହୋଇଛି।


All Right Reserved By Dharitri.Com

ଆନନ୍ଦପୁର ଭିଆଇପି ରୋଡ ଦୁରବସ୍ଥା: ଯେତେ ଲୁଚେଇଲେ ବି ଲୁଚୁନି ଫାଟ

ଆନନ୍ଦପୁର,୨୨। ୫(ସ୍ବ.ପ୍ର.)-ବର୍ଷାକୁ ଡର ଭିଆଇପି ରୋଡ। ସାମାନ୍ୟ ବର୍ଷା ହେଲେ ଫାଟି ଆଁ କରୁଛି। ଥରେ ନୁହେଁ କି ଅଧେ ନୁହେଁ ତିନି ତିନି ଥର...

ସ୍ବତନ୍ତ୍ର କାଉଣ୍ଟରରେ ଆଳୁ, ପିଆଜ ବିକ୍ରି କରିବ ଏସ୍‌ଏଚ୍‌ଜି

ବାଲେଶ୍ୱର ଅଫିସ, ୨୭।୩-କରୋନା କଟକଣା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ...

ମୁସରଙ୍ଗି ଜଙ୍ଗଲରୁ ବାଘ ଉଭାନ : ବନବିଭାଗ ଛାନ୍‌ଭିନ୍‌ ଜାରି

ନୂଆପଡ଼ା ଅଫିସ,୧୦ା୮ ସ୍ଥାନୀୟ ମୁସରଙ୍ଗି ଜଙ୍ଗଲରେ ୨ ଛୁଆ ସମେତ ୪ କଲରାପତରିଆ ବାଘ ଥିବା ଜଣାପଡ଼ିବା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ା...

ତେଲନଦୀରେ ବନ୍ୟାଜଳ: ୮ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

କଣ୍ଟାମାଳ,୧୩।୮(ଡି.ଏନ୍‌.ଏ.): ବୌଦ୍ଧ ଜିଲାର ତେଲନଦୀରେ ବନ୍ୟାଜଳ ଆସିବାରୁ ୮ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଉଦେପୁରଠାରେ କଣ୍ଟାମାଳ-ବାଲିଗୁଡା ରାସ୍ତାରେ ୪ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ...

ନନ୍ଦନକାନନ ପାଇଁ ଅଡ଼ୁଆ ସାଜିଛି ବାଉଁଶ ଗଛ

ବାରଙ୍ଗ,୩୧।୭(ଡି.ଏନ୍‌.ଏ.): ବାତ୍ୟା ପ୍ରକୋପରେ ଅର୍ଦ୍ଧାଧିକ ନଷ୍ଟ ହୋଇଥିବା ନନ୍ଦନକାନନ ଚତୁଃପାର୍ଶ୍ୱକୁ ଧୀରେ ଧୀରେ ସଜଡା ଯାଉଥିବାବେଳେ ଏବେ ଅଡୁଆ ସାଜିଛି ବାଉଁଶ ଗଛ। ଏହି ବାଉଁଶ...

ଗ୍ରାହକ ବେଶରେ ଏସ୍‌ଟିଏଫ୍‌ ଟିମ୍‌ର ଚଢ଼ାଉ: ହାତୀଦାନ୍ତ, କଲରାପତରିଆ ଚମଡ଼ା ଜବତ; ୩ ଗିରଫ

ଭୁବନେଶ୍ୱର,୭।୧୧(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଭବାନୀପାଟଣାରୁ ଗୁରୁବାର ହାତୀଦାନ୍ତ ଓ କଲରାପତରିଆ ଚମଡ଼ା ବେପାରୀ ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଡୋଜି...

ଚୋରାମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଭଦ୍ରକ ଅଫିସ, ୨୦।୫- ଗଁାରେ ବେଆଇନ ଚୋରାମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଖଣ୍ଡିଆବଜାରର ଶତାଧିକ ଆଦିବାସୀ...

ପୁରୀ ହେବ ଐତିହ୍ୟ ସହର: ଐତିହ୍ୟସ୍ଥଳୀରେ ଲାଗିପାରିନି ନାମଫଳକ

ପୁରୀ ଅଫିସ, ୫।୧: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ପର୍ଯ୍ୟଟନ ଭିତ୍ତିଭୂମି ସଜଡ଼ାଯିବ। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ।...

Leave a comment

Your email address will not be published. Required fields are marked *