କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଉଥିଲେ; ଦୁର୍ଘଟଣାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ମାଲକାନଗିରି୧୭ା୫(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନାର କାର୍ଯ୍ୟରତ ଗୃହରକ୍ଷୀ ଲଚ୍ଛମନ ନାୟକ(୩୮) କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ରବିବାର ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଗୋବିନ୍ଦପାଲି ମହାବିଦ୍ୟାଳୟସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ନିୟୋଜିତ କରାଯାଇଥିଲା। ଏପ୍ରିଲ ୨୫ ସକାଳେ ଲଚ୍ଛମନ ତାଙ୍କ ବାଇକ ଯୋଗେ ସମ୍ପୃକ୍ତ କେନ୍ଦ୍ରକୁ କାର୍ଯ୍ୟ କରିବାକୁ ଯାଉଥିଲେ। ଗୋବିନ୍ଦପାଲି ନିକଟ ଧୁଙ୍ଗିଆପୁଟ ପୋଲ ନିକଟରେ ଭାରସାମ୍ୟ ହରାଇ ମୋଟରସାଇକେଲ ସହ ସେ ପୋଲ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ ପଠାଯାଇଥିଲା। ବିଭାଗ ପକ୍ଷରୁ ଲଚ୍ଛମନଙ୍କୁ ଚିକିତ୍ସା ପାଇଁ ଆର୍ଥତ୍କ ସହାୟତା କରାଯାଇଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଉଥିବା ସମୟରେ ଲଚ୍ଛମନଙ୍କ ମୃତ୍ୟୁ ହୋଇଥିବାରୁ ଏନେଇ ରହିଥିବା ସମସ୍ତ ସରକାରୀ ସହାୟତା ତାଙ୍କ ପରିବାରକୁ ପ୍ରଦାନ କରିବା ଲାଗି ସାଧାରଣରେ ଦାବି ହେଉଛି।


All Right Reserved By Dharitri.Com

୨୪ ଘଣ୍ଟା ପରେ ଧରାପଡ଼ିଲେ ଜେଲରୁ ଚମ୍ପଟ ବଳାତ୍କାର ଅଭିଯୁକ୍ତ, କର୍ତ୍ତବ୍ୟରେ ଅବହେଳା ମୁଖ୍ୟ ଜେଲ ଓ୍ବାଡର ନିଲମ୍ବିତ

ଛତ୍ରପୁର,୭।୧(ଡି.ଏନ.ଏ)-ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଜେଲ ପାଚେରି ଡେଇଁ ସୋମବାର ସନ୍ଧ୍ୟାରେ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତ ୨୪ ଘଣ୍ଟା ପରେ ମଙ୍ଗଳବାର ସନ୍ଧ୍ୟାରେ ଧରାପଡ଼ିଛନ୍ତି। ସେ...

ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ

ଖଇରା,୧୧।୧୧(ଡି.ଏନ.ଏ.)- ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଖଇରା ବ୍ଲକର ୮୦ଭାଗ ଧାନ ପାଣିରେ ବୁଡିରହିଛି ା ପାଚିଲା ଧାନରେ ବର୍ଷା ମାଡ଼ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି।...

ଯୁବକଙ୍କୁ ଛୁରାମାଡ଼ ଘଟଣା : ମାରଣାସ୍ତ୍ର ଜବତ, ୨ ଅଭିଯୁକ୍ତ ଗିରଫ

ଯୋଡ଼ା,୪।୯(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ୪ନଂ. ଓ୍ବାର୍ଡ ମିଶ୍ରଗଳିଠାରେ ଥିବା ଏକ ହୋଟେଲ ନିକଟରେ ବାଂଶପାଣିର ବିକ୍ରାନ୍ତ ନାୟକଙ୍କୁ ହୋଇଥିବା ଛୁରାମାଡ଼ ଘଟଣାରେ...

ଆଗୁଆ ନୂଆଁଖାଇ ପର୍ବ ପାଳନ: ଜୋରରେ ଚାଲିିଛି ପ୍ରସ୍ତୁତି ପର୍ବ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଅଧୀନ କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ପଥର୍ଲା ଗାଁରେ ଆଗୁଆ ନୂଆଁଖାଇ ପର୍ବ ପାଳନ କରାଯାଇଥାଏ। ଏଣୁ ପଥର୍ଲା ନୂଅଁାଖାଇକୁ ଆଉ...

ପାଟଣାର ପୂର୍ବତନ ବିଧାୟକ ରାମରାୟ ଗୁରୁତର

ପାଟଣା,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା ବାର୍ଦ୍ଧକ୍ୟ ଜନିତ ରୋଗର ଶିକାର ହୋଇ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ...

୨ ଲକ୍ଷ ୮୭ ହଜାର ଲୁଟିନେଲେ ଦୁର୍ବୃତ୍ତ: ଲୁଟେରାଙ୍କ ସୁରାକ ପାଉନି ପୋଲିସ

ପଟ୍ଟାମୁଣ୍ଡାଇ,୨୫।୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ବ୍ରାହ୍ମଣୀ ବନ୍ୟା ସୁରକ୍ଷା ବନ୍ଧର ବକ୍ତାରପୁର କେନାଲ ପୋଲ ନିକଟରୁ ରବିବାର ଅପରାହ୍ନ ୧ଟା ବେଳେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ...

ବାଲେଶ୍ୱର ଲକ୍‌ଡାଉନ୍‌: ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଯାତାୟାତ କରିବାକୁ ଲୋକଙ୍କୁ ଅନୁମତି

ବାଲେଶ୍ୱର ଅଫିସ,୨୪।୩: କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ ନେଇ ସୋମବାର ୯ଟି ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା।...

ଶିକ୍ଷାନୁଷ୍ଠାନ ଶିକ୍ଷାର୍ଥୀଙ୍କ ସାଧନାର ତପୋବନ: ରାଜ୍ୟପାଳ

ନିରାକାରପୁର,୧୫ା୧(ଡି.ଏନ୍‌.ଏ.): ନିଜ ଦୀପ୍ତି ଓ ପ୍ରତିଭାକୁ ଚିହ୍ନିବାର ଅବକାଶ ଦେଇଥାଏ ଶିକ୍ଷାନୁଷ୍ଠାନ ଏବଂ ଏହି ଶିକ୍ଷାନୁଷ୍ଠାନ ହିଁ ଶିକ୍ଷାର୍ଥୀଙ୍କ ସାଧନାର ତପୋବନ। ଖୋର୍ଦ୍ଧା ଜିଲା ନିରାକାରପୁରସ୍ଥିତ...

Leave a comment

Your email address will not be published. Required fields are marked *