‘ଅମ୍ଫନ’ ପାଇଁ ଜଳଭଣ୍ଡାରରୁ ପାଣି ଛଡାଗଲା

ଭଞ୍ଜନଗର,୧୭।୫(ଡି.ଏନ୍‌.ଏ.)- ସାମୁଦ୍ରିକ ଝଡ଼ ଅମ୍ଫନ୍‌ ପ୍ରଭାବ ଓଡ଼ିଶାର କେତେକ ଜିଲାରେ ପଡିବାକୁ ଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାରେ ଥିବା ଜଳଭଣ୍ଡାରର ଜଳସ୍ତର କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର, ସୋରଡ଼ା, ଡ଼ହ, ବାଘୁଆ, ଧନେଇ, ଘୋଡ଼ାହାଡ଼, ବାଘଲଟି ଜଳଭଣ୍ଡାରର ଜଳସ୍ତର କମାଯାଉଛି। ଜଳଭଣ୍ଡାର ଗୁଡ଼ିକରେ ମାତ୍ର ୬୦ ପ୍ରତିଶତ ପାଣି ରଖି ବଳକା ନଦୀ ଓ କେନାଲ ଦେଇ ଶୁକ୍ରବାର ଠାରୁ ଛାଡ଼ି ଦିଆଯାଉଛି। ଅମ୍ପନ ପ୍ରଭାବରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବାଲିବସ୍ତା ମହଜୁଦ୍‌ ରଖାଯିବା ସହ କର୍ମଚାରୀଙ୍କୁ ମଧ୍ୟ ସତର୍କ କରି ଦିଆଯାଇଛି। ରାଜସ୍ବ, ପଞ୍ଚାୟତିରାଜ ବିଭାଗ ମଧ୍ୟ ସାମ୍ଭାବ୍ୟ ଅମ୍ପନର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଇଛି।


All Right Reserved By Dharitri.Com

ଅନିଶ୍ଚିତତାରେ ଚିଟ୍‌ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ଭାଗ୍ୟ

କଟକ ଅଫିସ୍‌,୧୨ା୩: ଓଡ଼ିଶାରେ ଚିଟ୍‌ଫଣ୍ଡ ଏକ ରାଜନୈତିକ ପ୍ରସଙ୍ଗ ହୋଇଆସିଛି। ସରକାରଙ୍କୁ ଘେରିବା ପାଇଁ ବିରୋଧୀମାନେ ଚିଟ୍‌ଫଣ୍ଡ ଅସ୍ତ୍ରକୁ ପୂର୍ବରୁ ବ୍ୟବହାର କରିଛନ୍ତି। ଏହାକୁ ଦୃଷ୍ଟିରେ...

ସ୍ୟାଟ ଉଚ୍ଛେଦକୁ ଗଞ୍ଜାମ ଓକିଲ ସଂଘର ବିରୋଧ: କାର୍ଯ୍ୟରୁ ନିବୃତ୍ତ ରହିଲେ ଆଇନଜୀବୀ

ବ୍ରହ୍ମପୁର ଅଫିସ,୯।୮: ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ) ଉଚ୍ଛେଦ ପ୍ରତିବାଦରେ ଶୁକ୍ରବାର ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ୍ତ ରହିଛନ୍ତି। ଏ ନେଇ...

ଏନ୍‌ଏସି କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ: ପୋଲିସ ପ୍ରତିଶ୍ରୁତି ପରେ ସ୍ଥଗିତ

ଧାମନଗର,୨୪।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ଏନ୍‌ଏସି କାର୍ଯ୍ୟାଳୟରେ ପଶି ଜଣେ ଅସାମାଜିକ ଯୁବକଙ୍କ ଉନ୍ମତ୍ତ କାଣ୍ଡ ବିରୋଧରେ ଧାମନଗର ଥାନାରେ ଅଭିଯୋଗ ହୋଇଥିଲା। ୩ ଦିନ ପରେ...

ନିଖୋଜ ବିମାନରେ ଥିଲେ ଓଡ଼ିଆ ପାଇଲଟ୍‌ ସୁନୀତ

ବ୍ରହ୍ମପୁର ଅଫିସ୍‌, ୮ା୬: ଭାରତୀୟ ବାୟୁସେନା (ଆଇଏଏଫ୍‌) ବିମାନ ନିଖୋଜ ହେବାର ୫ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର ପତ୍ତା ମିଳିନାହିଁ। ଉକ୍ତ ବିମାନରେ...

ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ

ଭୋଗରାଇ, ୩୦।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୃଷ୍ଣପୁର ଗ୍ରାମର ବିଶ୍ୱଜିତ୍‌ ପାଳ (୪୫) ନାମକ ମତ୍ସ୍ୟଜୀବୀଙ୍କ ସମୁଦ୍ରରେ ଅସ୍ବାଭାବକ ମୃତ୍ୟୁ ଘଟିଛି। ଏନେଇ...

ବରିଷ୍ଠ ସାମ୍ବାଦିକଙ୍କ ପତ୍ନୀ ବିୟୋଗ

ଭୁବନେଶ୍ୱର,୭।୨(ବ୍ୟୁରୋ): ଧରିତ୍ରୀର ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ୱର ସଂସ୍କରଣ ମୁଖ୍ୟ ଉପେନ୍ଦ୍ର ପ୍ରସାଦ ମହାଲାଙ୍କ ଧର୍ମପତ୍ନୀ ପ୍ରଭାତୀ ମହାଲା(୫୧)ଙ୍କ ଗୁରୁବାର ରାତି ସାଢ଼େ ୧୦ଟାରେ ଭୁବନେଶ୍ୱରର...

ତହସିଲ ଅଫିସ ଆଗରେ ୧୯ ବାସନ୍ଦ ପରିବାରଙ୍କ ଧାରଣା

କୃଷ୍ଣପ୍ରସାଦ,୮ା୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁରୁପାଳ ଗାଁରେ ନିର୍ବାଚନକୁ ନେଇ ବିବାଦ ଲାଗିରହିଛି। ଏଥିଯୋଗୁ ୧୦ ମାସ ଧରି ଗ୍ରାମର ୧୯ ପରିବାରକୁ ବାସନ୍ଦ...

କୋଲ୍‌ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶକୁ ଟ୍ରେଡ୍‌ ୟୁନିୟନ୍‌ର ବିରୋଧ: କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ କୋଇଲା ପରିବହନ ବାଧାପ୍ରାପ୍ତ

ଲଖନପୁର, ୨୪।୯(ଡି.ଏନ.ଏ.)- କେନ୍ଦ୍ର ସରକାର କୋଲ୍‌ ଇଣ୍ଡିଆରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିବାପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଏଆଇଟିୟୁସି, ଆଇଏନ୍‌ଟିୟୁସି, ସିଆଇଟିୟୁ, ଏଚ୍‌ଏମ୍‌ଏସ୍‌...

Leave a comment

Your email address will not be published. Required fields are marked *