ବାତ୍ୟା ଆଶଙ୍କା, ସଚେତନ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୧୭।୫(ଡି.ଏନ.ଏ)- ବାତ୍ୟା ଅମ୍ଫନ୍‌କୁ ନେଇ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଛି। ବହୁ ଲୋକ ଦୁର୍ଗମ ଗ୍ରାମରେ ରହୁଥିବାବେଳେ ଚାରିଆଡ଼େ ପାହାଡ଼,ଜଙ୍ଗଲ ଏବଂ ନଦୀନାଳ ପ୍ରବାହିତ ହେଉଛି। ଯଦି ବାତ୍ୟା ହୁଏ କିଭଳି ସୁରକ୍ଷିତ ରହିବା ସହ ଜରୁରୀ ପରିସ୍ଥିତିରେ ଅଞ୍ଚଳରେ କରାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ଯିବେ ସେନେଇ ସତର୍କ କରାଯାଇଥିଲା। ବିନା କାରଣରେ ଘରୁ ପଦାକୁ ନବାହାରିବାକୁ କୁହାଯାଇଥିଲା। ରବିବାର ଠାରୁ ଆସନ୍ତା ବୁଧବାର ପର୍ଯ୍ୟନ୍ତ ସତର୍କ ସୂଚନା ଦିଆଯାଇଛି। ଦାରିଙ୍ଗବାଡ଼ି ତହସିଲଦାର ନୀତିଶ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ରାଜସ୍ବ ନିରୀକ୍ଷକ କେଦାରଚନ୍ଦ୍ର ସାହୁଙ୍କ ସମେତ ସୁମନ୍ତ କୁମାର ଜାନୀ, ମୃତ୍ୟୁଞ୍ଜୟ ଦିଗାଳ, ଦେବାଶିଷ ନାୟକ, ଜିତେନ୍ଦ୍ର କୁମାର ସାହୁ, ବିଜୟ କୁମାର ବେହେରା, ଉମାଶଙ୍କର ଖଣ୍ଡଗିରି, ବିଚିତ୍ର ମଲ୍ଲିକ, ପ୍ରମୁଖ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଘର ଘର ବୁଲି ସଚେତନ କରୁଛନ୍ତି। ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା ତହସିଲଦାର ତ୍ରିପାଠୀ କହିଛନ୍ତି।


All Right Reserved By Dharitri.Com

ବିନା ମାସ୍କରେ ଘରୁ ବାହାରିଲେ ଜରିମାନା

ଖୋର୍ଦ୍ଧା ଅଫିସ,୯ା୪: ଅତି ଜରୁରୀ ନ ଥିଲେ ଘରୁ ବାହରକୁ ବାହରନ୍ତୁ ନାହିଁ। ଔଷଧ କିଣିବା, ଚିକିତ୍ସାଳୟ ବାହାନାରେ ଏଣିକି ବାଇକ ଧରି ବୁଲିଲେ, କଠୋର...

କାର୍ଡ଼ ଥାଇବି ନିର୍ମାଣ ଶ୍ରମିକଙ୍କୁ ମିଳିପାରୁୁନି ସହାୟତା

ରାଇସୁଆଁ, ୨୮।୪(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଆଗୁଆ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ କରି ସରକାର ଲୋକଙ୍କୁ ବିଭିନ୍ନ ପ୍ରକାରର ସହାୟତ଼ା ପ୍ରଦାନ କରୁଛନ୍ତି। ହେଲେ...

ରାଜାଘର ସୁନାମାଳ କହି ୪ ଲକ୍ଷ ଠକେଇ

ଅନୁଗୋଳ ଅଫିସ୍‌, ୪।୩- ରାଜାଘର ସୁନାମାଳ କହି ଏକ ପିତଳ ହାରକୁ ୪ ଲକ୍ଷ ଟଙ୍କାରେ ବିକ୍ରି କରିବା ପରେ ଖସି ପଳାଉଥିବା ନାଗପୁର ଶୀତଲୱାଡ଼ା...

ଶୌଚାଳୟ ଯାଇଥିବା ବେଳେ ତାଲା ପକାଇ କର୍ତ୍ତୃପକ୍ଷ ଛୁ’, ଘଣ୍ଟାଏ ପରେ ଛାତ୍ର ଉଦ୍ଧାର

ବାଲେଶ୍ୱର ଅଫିସ,୧୨।୯: ବାଲେଶ୍ୱର ସହରର ମଠସାହି ମହାବୀର ନୋଡାଲ ସ୍କୁଲରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଶୌଚାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର...

‘ସମ୍ବିଧାନର ମୌଳିକ ନୀତିର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ବଦ୍ଧପରିକର ହୁଅନ୍ତୁ’

ବ୍ରହ୍ମପୁର ଅଫିସ,୨୬।୧: ଗଞ୍ଜାମ ଜିଲା ଖଲିକୋଟ କଲେଜ ଖେଳ ପଡ଼ିଆ ପରିସରରେ ଉପଖଣ୍ଡସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ଏଥିରେ ଦକ୍ଷିଣାଞ୍ଚଳ ଆରଡିସି...

ମଉଲିକ୍‌ ସୁବିଧାରୁ ବଁଚିତ୍‌ ୨୨ ଆଦିବାସୀ ପରିବାର: ଜିଲାପାଳକୁଁ ଫେରାଦ ହେଲେ ଗାଁବାସୀ

ତଳଗାଁ, ୧।୧୧(ଡି.ଏନ୍‌.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡ଼େଣୀଗଡ଼ ପଁଚେତ୍‌ ଗୋଛାବାରି ନୂଅଁ।ଗଁ।ରେ ୨୨ ଆଦିବାସୀ ମଲ୍ଲାର କୋହ୍ଳ ପରିବାର ବାସ କରୁଛନ୍‌। ହେଲେ ଇ ପରିବାରମାନେ...

ସିରିଜାପାଲିରେ ବୁଧବାର ସମିତି ସଭ୍ୟ ନିର୍ବାଚନକୁ ନେଇ ପ୍ରଶାସନ ପ୍ରସ୍ତୁତ

କେସିଙ୍ଗା, ୨୬।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରିଜାପାଲି ପଞ୍ଚାୟତରେ ବୁଧବାର ସମିତି ସଭ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମଙ୍ଗଳବାର କର୍ମଚାରୀମାନେ ଆବଶ୍ୟକୀୟ...

କାର୍‌ରୁ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ

ଜୟପୁର,୯।୧(ନି.ପ୍ର.): କୋରାପୁଟ ଜିଲା କୋଟପାଡ଼ ପୋଲିସ ସୁର୍ଲି ଗ୍ରାମ ନିକଟରେ ଏକ କାର୍‌ରୁ ୧ କୁଇଣ୍ଟାଲ ୬୯ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ପୋଲିସ...

Leave a comment

Your email address will not be published. Required fields are marked *