Posted inଫୁରସତ

ସର୍କସରୁ ମୁକ୍ତ ହେବାର ପଞ୍ଚମ ବାର୍ଷିକୀ ପାଳନ କଲେ ୪ ହାତୀ

ମଥୁରା,୧୭।୫: ସର୍କସରେ ଖେଳ ଦେଖାଉଥିବା ହାତୀ ସ୍ବାଧୀନତା ଦିବସ ପାଳନ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ମଥୁରାର ହାତୀ ସଂରକ୍ଷଣ କେନ୍ଦ୍ରରେ ଥିବା ୪ ହାତୀ ଏଭଳି କରିଛନ୍ତି। ସଂରକ୍ଷଣ କେନ୍ଦ୍ରରେ ସେମାନେ ୨୦୧୫ଠାରୁ ଗତ ୫ ବର୍ଷ ଧରି ରହିଛନ୍ତି। ହାତୀମାନଙ୍କୁ ବନ୍ୟପ୍ରାଣୀ ସଂଗଠନ ପକ୍ଷରୁ ଉଦ୍ଧାର କରାଯାଇଥିଲା। ସର୍କସରୁ ମୁକ୍ତି ପାଇବାର ପଞ୍ଚମ ବାର୍ଷିକୀରେ ସଂରକ୍ଷଣ କେନ୍ଦ୍ର କର୍ମଚାରୀ ସେମାନଙ୍କ ପାଇଁ ବିଭିନ୍ନ ପନିପରିବା ଏବଂ ଫଳରେ କେକ୍‌ ପ୍ରସ୍ତୁତ କରିଥିଲେ। ଏସବୁ ହାତୀଙ୍କ ନାମ ମେକ୍‌ ଡେମିଆ(ମେକ୍‌), ଓ୍ବାଲନଟ୍‌(ଓ୍ବଲି), କୋକୋନଟ୍‌(କୋକୋ) ଏବଂ ପିନଟ୍‌ ବୋଲି ସଂରକ୍ଷଣ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମେକ୍‌ର ବୟସ ୨୭ ବର୍ଷ ହୋଇଥିବାବେଳେ ଓ୍ବଲିର ବୟସ ୨୩, କୋକୋର ବୟସ ୧୭ ଏବଂ ପିନଟ୍‌ର ବୟସ ୧୧ ବର୍ଷ ବୋଲି ବନ୍ୟପ୍ରାଣୀ ସଂଗଠନର ପ୍ରାଣୀ ଚିକିତ୍ସକ ଡ. ୟଦୁରାଜ ଖଡ଼ପେକର ସୂଚନା ଦେଇଛନ୍ତି। କୋକୋ ଏବଂ ପିନଟ୍‌ ଅଧିକ ଚଳଚଞ୍ଚଳ ରହୁଥିବାବେଳେ ଅନ୍ୟ ଦୁଇ ହାତୀ ପ୍ରାୟତଃ ସ୍ଥିର ରହୁଥିବା ସେ କହିଛନ୍ତି।


All Right Reserved By Dharitri.Com

କଲେଜ ଛାତ୍ରଙ୍କ କମାଲ:ବାଇକ୍‌ ପରି ଗଡୁଛି ସାଇକେଲ

ଖୋର୍ଦ୍ଧା ଅଫିସ,୧୦।୧୨:ବାଇକ୍‌ ପରି ଗଡୁଛି ସାଇକେଲ। ଷ୍ଟାର୍ଟ ହେଉଛି। ଆକ୍ସିଲେଟର ମୋଡ଼ିଲେ ବେଗ ବଢୁଛି। ହର୍ନ ମଧ୍ୟ ବାଜୁଛି। ପେଟ୍ରୋଲ ପଡ଼ିବା ବଦଳରେ ବ୍ୟାଟେରୀ ସଂଯୋଗ...

ଏଠି ସମସ୍ତଙ୍କର ଗୋଟିଏ କିଡ୍‌ନୀ

ଗୋଟିଏ କିଡ୍‌ନୀରେ ଗାଁର ସବୁ ଲୋକ ବଞ୍ଚୁଛନ୍ତି। ଏହି ଗାଁଟି ପଡୋଶୀ ଦେଶ ନେପାଳରେ ରହିଛି। ଗାଁର ନାଁ ହୋକ୍‌ସେ। ଏଠି ଅଧିକାଂଶ ଲୋକେ ଗୋଟିଏ...

ଏମିତି ମାସ୍କ, ଯାହା ମୁହଁରୁ ନ ଖୋଲି ଖାଇପାରିବେ ଖାଦ୍ୟ

ସାରା ବିଶ୍ୱରେ କରୋନା ଭାଇରସ୍‌ ତା’ର କାୟା ବିସ୍ତାର କରିସାରିଛି। ଏହି ଭାଇରସ୍‌ ଯୋଗୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା...

ଏହି ମନ୍ଦିରରେ ଗୋଟିଏ ଲେମ୍ବୁର ଦାମ ହଜାର ହଜାର ଟଙ୍କା….

ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ତାମିଲନାଡୁ ଭିଲ୍ଲୁପୁରମ୍‌ ଜିଲାରେ ରହିଛି ଏକ ମନ୍ଦିର। ଏଠାରେ ଗୋଟିଏ ଲେମ୍ବୁ ହଜାର ହଜାର ଟଙ୍କାରେ...

କାଜୁ ବିକ୍ରି କରି ଘର ଚଳାଉଥିବା ଏହି ଝିଅ ଏବେ ଯିବେ ନାସା

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଏବଂ କଠିନ ପରିଶ୍ରମ ଦ୍ୱାରା ସାରା ଜଗତକୁ ମଧ୍ୟ ଜିଣିହୁଏ। ଏହି ଉକ୍ତିଟିର ସଫଳ...

ନିମିଷକେ ଭୁଶୁଡ଼ିଲା ପାଣିଟାଙ୍କି: ଭିଡ଼ିଓ ଭାଇରାଲ

କୋଲକତା,୨୩।୧: ସୋସିଆଲ୍‌ ମିଡ଼ିଆରେ ଗୁରୁବାର ଏକ ପାଣିଟାଙ୍କି ଭୁଶୁଡ଼ିବାର ଭିଡ଼ିଓ ଶେୟାର କରାଯାଇଛି। ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ପଶ୍ଚିମବଙ୍ଗ ବାଙ୍କୁରା...

ଟିସୁ ପେପରରେ ବାହାଘର ପୋଷାକ ତିଆରି କରି ରେକର୍ଡ କଲେ ମହିଳା

କାରି କରଲୋଟୋ ନାମକ ନ୍ୟୁୟର୍କର ଜଣେ ମହିଳା ଟଏଲେଟରେ ବ୍ୟବହାର କରାଯାଉଥିବା ଟିସୁ ପେପର ବ୍ୟବହାର କରି ଏକ ବିବାହ ପୋଷାକ ତିଆରି କରି ଆସିଛନ୍ତି...

ରୁଷୀୟ ଭକ୍ତଙ୍କ ଭକ୍ତିର ନିଦର୍ଶନ: ବରଫରେ ତିଆରି କରିଛନ୍ତି ମହାପ୍ରଭୁ

ଜଗତର ନାଥ ହେଉଛନ୍ତି ଜଗନ୍ନାଥ। ସେ ସର୍ବପୂଜ୍ୟ। ସର୍ବମାନ୍ୟ। ସାରା ପୃଥିବୀରେ ତାଙ୍କର ଅସଂଖ୍ୟ ଭକ୍ତ। ନିକଟରେ ରୁଷୀୟାର କିଛି ଭକ୍ତ ତାଙ୍କ ଭକ୍ତିର ନିଦର୍ଶନ...

Leave a comment

Your email address will not be published. Required fields are marked *