ମା’ ମାଗିଲେ ଗାଡ଼ି, କାର୍ତ୍ତିକ ଦେଲେ ଦାଢ଼ି: ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍‌ ନାୟକ କାର୍ତ୍ତିକ ଆର୍ଯ୍ୟନଙ୍କ ଦାଢିକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ଚାଲିଛି। ଦେଶରେ ଲକ୍‌ଡାଉନ୍‌ ଚାଲିବା ପରଠାରୁ କାର୍ତ୍ତିକ ତାଙ୍କ ଦାଢ଼ି କାଟି ନ ଥିବା କୁହାଯାଏ। ହେଲେ ତାଙ୍କର ଏହି ଦାଢ଼ି କାର୍ତ୍ତିକଙ୍କ ମା’ଙ୍କୁ ଆଦୌ ପସନ୍ଦ ନୁହେଁ। ଏହାକୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କାର୍ତ୍ତିକଙ୍କ ମା’ ଯାହା ସବୁ ମାଗୁଛନ୍ତି ସେ ଗୋଟିଏ ପରେ ଗୋଟିଏ ଦେଇ ଦେଉଛନ୍ତି। ଯେମିତି ମା’ ମାଗୁଛନ୍ତି ଫୁଲକୁଣ୍ଡ ଦିଅ କାର୍ତ୍ତିକ ଦେଉଛନ୍ତି, ଶାଢି ଦିଅ କାର୍ତ୍ତିକ ଶାଢି ଦେଉଛନ୍ତି। ହେଲେ ମା’ ଯେତେବେଳେ ଗାଡି ମାଗିଛନ୍ତି କାର୍ତ୍ତିକ ତାଙ୍କ ଦାଢ଼ି ଦେଇଦେଇଛନ୍ତି। ଏହାପରେ ସେ ତାଙ୍କର ଭୁଲ୍‌ ବୁଝିପାରିନ୍ତି। ଏମିତି ଏକ ଭିଡିଓକୁ ଦେଖି ତାଙ୍କ ପ୍ରଶଂସକମାନେ କମେଣ୍ଟ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁ ଘରେ ବନ୍ଦ ରହିଥିବା କାର୍ତ୍ତିକ ଖୁବ୍‌ ଆକ୍ଟିଭ ଅଛନ୍ତି। କରୋନା ଭାଇରସକୁ ନେଇ ଏବେ ତାଙ୍କର କିଛି ସଚେତନା ଭିଡିଓ ୟୁଟ୍ୟୁବରେ ମଧ୍ୟ ଦେଖିବାକୁ ମିଳୁଛି।

View this post on Instagram

Mummy Sahi Khel Gayi.. 🚙 🧔🏻

A post shared by KARTIK AARYAN (@kartikaaryan) on

 


All Right Reserved By Dharitri.Com

ଫ୍ରୋଜନ୍‌ ଭଉଣୀଙ୍କ ପାଇଁ କଣ୍ଠଦାନ କରିବେ ପ୍ରିୟଙ୍କା-ପରିଣୀତି

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ପରିଣୀତି ଚୋପ୍ରା ହଲିଉଡ୍‌ ଫିଲ୍ମ ‘ଫ୍ରୋଜନ୍‌-୨’ର ହିନ୍ଦୀ ଭର୍ସନରେ କଣ୍ଠଦାନ କରୁଛନ୍ତି। ଏ ନେଇ ପ୍ରିୟଙ୍କା ନିଜ ଇନ୍‌ଷ୍ଟ୍ରାଗ୍ରାମ୍‌...

କାହାର ଗୀତ ନକଲ କଲେ ମିଳୁଥିବା ସଫଳତା ଅଧିକ ଦିନ ରହି ନ ଥାଏ: ଲତା ମଙ୍ଗେସକର

ମୁମ୍ବାଇ,୪।୯: ରାନୁ ମଣ୍ଡଳଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସେ ଲତା ମଙ୍ଗେସକରଙ୍କ ସୋର୍‌ ଫିଲ୍ମର ଗୀତ ଏକ ପ୍ୟାର କା...

ଗ୍ରାଜିଆ ମାଗାଜିନ ପାଇଁ ଫଟୋ ଶୁଟ୍‌ କଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ବୋଲ୍ଡ ନେସ୍‌ ପାଇଁ। କିଛି ସମୟ...

ବିବାହ ବାର୍ଷିକୀରେ ରୋମାଣ୍ଟିକ୍‌ ହେଲେ ଅନୁଷ୍କା-ବିରାଟ

ବମ୍ବେ: ଦୁଇ ବର୍ଷ ତଳେ ଠିକ୍‌ ଆଜିର ଦିନରେ ହାତକୁ ଦୁଇହାତ ହୋଇଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରେମିକ ତଥା କ୍ରିକେଟର ବିରାଟ କୋହଲିଙ୍କ ହାତ...

ଅଟୋଗ୍ରାଫ-ଏ ସାଇନ୍‌ ଅଫ ଲଭ୍‌

ଜଗା କଲେଜରେ ପଢ଼େ। ନିଜେ ଅସୁବିଧାରେ ପଡିଲେ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ପଛାଏ ନାହିଁ। ହେଲେ କଲେଜରେ ପଢ଼ିବା ସମୟରେ ତାକୁ ନିଜର...

‘ଗୋଲମାଲ’ ଭଳି ଫିଲ୍ମ ପସନ୍ଦ କରନ୍ତି ୟାମି

ମୁମ୍ବାଇ: ବଲିଉଡ୍‌ ନାୟିକା ୟାମି ଗୌତମ ଖୁବ୍‌ଶୀଘ୍ର ବଡ ପରଦାରେ ନଜର ଆସିବେ। ଅପ୍‌କମିଙ୍ଗ ଫିଲ୍ମ ‘ବାଲା’କୁ ନେଇ ସେ ଖୁବ୍‌ ଉତ୍ସାହିତ ଅଛନ୍ତି। ହେଲେ...

ଭୂକମ୍ପରେ ଫଶିଗଲେ ସଲମାନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡର ଭାଇଜାନ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ଲୁଲିଆ ଭନ୍ତୁର ଭୂକମ୍ପରେ ଫଶିଯାଇଛନ୍ତି। ମଙ୍ଗଳବାର ଇଣ୍ଡୋନେସିଆରେ ୫.୭ ତିବ୍ରତାର ଭୂକମ୍ପ ହୋଇଥିଲା। ଏହି ସମୟରେ ଲୁଲିଆ...

ପୁଣି ଜଣେ ନବାଗତାଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଭାଇଜାନ ସଲମାନ ଖାନ ପୁଣି ଜଣେ ନବାଗତାଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ତାଙ୍କ ଆଗାମୀ ଫିଲ୍ମ ଦବଙ୍ଗ ୩ରେ ସେ ମହେଶ ମଞ୍ଜେରକରଙ୍କ...

Leave a comment

Your email address will not be published. Required fields are marked *