କରୋନା ସମୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳବାସୀ ଆତଙ୍କିତ

ରାଜନଗର,୧୭ା୫(ଡି.ଏନ୍‌.ଏ.) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ଫନ’କୁ ନେଇ କେନ୍ଦ୍ରାପଡ଼ା ଜିଲା ରାଜନଗର ଓ ମହାକାଳପଡ଼ା ବ୍ଲକରେ ସମୁଦ୍ରକୂଳିଆ ୪୯ଟି ଗ୍ରାମର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବିଶେଷକରି ସମୁଦ୍ର ତଟବର୍ତ୍ତୀ ସାତଭାୟା, ପେଣ୍ଠ, ସୁନ୍ଦରୀପାଳ, ପ୍ରହରାଜପୁର, ଗଜରାଜପୁର, ପ୍ରସନ୍ନପୁର, ଏଣ୍ଡୁଳାପୁର ସମେତ ଜମ୍ବୁ, ବତୀଘର, ତନ୍ତିଆପାଳ ଆଦି ୪୯ଟି ଗାଁର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସମୁଦ୍ର କୂଳବର୍ତ୍ତୀ ୪୦ଟି ବାତ୍ୟା ଆଶ୍ରୟସ୍ଥଳୀରେ ଏବେ ମହାମାରୀ କରୋନା ପାଇଁ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ଏପଟେ ଉପକୂଳବର୍ତ୍ତୀ ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା ପାଇଁ ଜିଲାପାଳ ସମର୍ଥ ବର୍ମା ବ୍ଲକ, ତହସିଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ସ୍ଥିତିରେ ଲୋକେ କିପରି ଜୀବନ ବଞ୍ଚାଇବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ରାଜନଗରର ସୁରକ୍ଷାକବଚ କୁହାଯାଉଥିବା ପେଣ୍ଠ ପଥର ବନ୍ଧକୁ ସୁଦୃଢ଼ କରିବା ପାଇଁ ଜଳସମ୍ପଦ ବିଭାଗ ଯନ୍ତ୍ରୀମାନେ ବାଲିବସ୍ତା ପକାଇଛନ୍ତି।


All Right Reserved By Dharitri.Com

କରୋନା ନିୟମ ମାନିବାକୁ ଶପଥ ପାଠ

ରାଇକିଆ୨୬ା୩(ଡି.ଏନ୍‌.ଏ.)- କରୋନା କୁ ନେଇ ସବୁଠି ସଚେତନତାକୁ ପ୍ରାଥମିକତା ଦିଆ ଯାଉଛି। କନ୍ଧମାଳ ଜିଲା ରାଇକିଆ ବ୍ଲକରେ କରୋନା ସମ୍ପର୍କିତ ସଚେତନତାକୁ ବ୍ୟାପକ କରାଯାଇଛି। ଗ୍ରାମାଞ୍ଚଳରେ...

କୁକୁଡ଼ାଖଣ୍ଡିରେ ଝାମି ଯାତ୍ରା ପାଳିତ

କୁକୁଡ଼ାଖଣ୍ଡି,୯ା୩(ଡି.ଏନ୍‌.ଏ.)-କୁକୁଡ଼ାଖଣ୍ଡି ତୁଟାସାହିରେ ଥିବା ଝାମି ଏଲେମା ଠାକୁରାଣୀଙ୍କ ପୂର୍ଣ୍ଣିମା ଯାତ୍ରା ତଥା ଚଳିତ ବର୍ଷର ଶେଷ ଯାତ୍ରା ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ...

ଆନୁଷ୍ଠାନିକ ଅବକ୍ଷୟ ରୋକିବା ଉପରେ ଗୁରୁତ୍ୱ

ବଲାଙ୍ଗୀର ଅଫିସ, ୫ା୮:  ବ୍ୟକ୍ତିର ଉପଲବ୍ଧିକୁ ତାର ସାମାଜିକ ଅବଦାନ ଦୃଷ୍ଟିରୁ ବିଚାର କରାଯିବା ଉଚିତ୍‌। ଏହି ଦୃଷ୍ଟିରୁ ବିଚାର କଲେ ପୂର୍ବତନ ସାଂସଦ ଜନସେବୀ...

ଗୁଣପୁରରେ ପହଞ୍ଚିଲେ ୩୨ କେରଳଫେରନ୍ତା: ୨ ଜଣଙ୍କୁ ଜ୍ୱର

  ଗୁଣପୁର,୩ା୫(ଡି.ଏନ୍‌.ଏ.): କେରଳରୁ ୩୨ ଜଣ ଶ୍ରମିକ ରବିବାର ରାୟଗଡ଼ା ଜିଲାର ଗୁଣପୁର ଅଞ୍ଚଳକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଅଞ୍ଚଳର ୬...

କଣ୍ଡରାପାଟ ପୀଠରେ ଛତରଯାତ୍ରା ବନ୍ଦ

ସମ୍ବଲପୁର,୧୯ା୪(ବ୍ୟୁରୋ)-ସମ୍ବଲପୁର ସହର ଉପକଣ୍ଠ ଝାଙ୍କରପାଲି କଣ୍ଡରାପାଟ ପୀଠରେ ହେବାକୁ ଥିବା ଛତରଯାତ୍ରା ତଥା ଅକ୍ଷୟତୃତୀୟା ପର୍ବ ପାଳନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଫଳରେ...

ସୁନ୍ଦର ହେବ ବ୍ରହ୍ମପୁର: ପୋଷ୍ଟର୍‌ ଚିରା ଅଭିଯାନରେ ସାମିଲ ହୋଇ ଜିଲାପାଳ କହିଲେ ‘ଜନଭାଗିତା ଦ୍ୱାରା ପରିବର୍ତ୍ତନ ସମ୍ଭବ’

ବ୍ରହ୍ମପୁର ଅଫିସ୍‌, ୨୮।୭: ଗଞ୍ଜାମ ଜିଲା ବ୍ରହ୍ମପୁର ସହରକୁ ସୁନ୍ଦର କରିବା ପାଇଁ ସରକାରୀସ୍ତରରେ ପ୍ରୟାସ ଚାଲିଛି । ଏଥିରେ ସହରର ବୁଦ୍ଧିଜୀବୀ ଏବଂ ବିଭିନ୍ନ...

ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରଙ୍କ ଧାରଣା

ଅନୁଗୋଳ ଅଫିସ,୫।୨: ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନେ ବୁଧବାର ମହାବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ପରେ ସେମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଉଦ୍ଦେଶ୍ୟରେ...

ତାମିଲନାଡ଼ୁରେ ଫସିଛନ୍ତି ମାଲକାନଗିରିର ୧୦ ଶ୍ରମିକ

କୋରୁକୋଣ୍ଡା,୨୭ା୩(ଡି.ଏନ୍‌.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ପୁରୁଣା ଚିମଟାପାଲି ଏବଂ ଏମଭି-୫୦ ଗ୍ରାମର ୧୦ ଶ୍ରମିକ ତାମିଲ୍‌ନାଡ଼ୁରେ ଫସିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୩...

Leave a comment

Your email address will not be published. Required fields are marked *