ଭାରତ-କାନାଡା ନିବେଶ ସୁଯୋଗ ନେଇ ଆଲୋଚନା

ନୂଆଦିଲ୍ଲୀ,୧୭।୫ – କୋଭିଡ୍‌-୧୯ ବର୍ତ୍ତମାନ ସାରା ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ ଭାରତ ଏବଂ କାନାଡା ମଧ୍ୟରେ ନିବେଶ ସୁଯୋଗ ନେଇ ଏକ ଓ୍ବେବିନାର ଅନୁଷ୍ଠିତ ହୋଇଯାଇଛି। ଇଣ୍ଡୋ-କାନାଡିଆନ ବିଜ୍‌ନେସ ଚାମ୍ବର ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଭିଡ୍‌ ପରେ କାନାଡା ଅର୍ଥ ବ୍ୟବସ୍ଥାରେ ସୁଯୋଗ ଉପରେ ଆଲୋଚନା ହୋଇଛି। କାନାଡାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିଶାରିଆ ଏହି ଅବସରରେ କମ୍ପ୍ରିହେନ୍‌ସିଭ ଇକୋନୋମିକ ପାର୍ଟନରଶିପ ଏଗ୍ରିମେଣ୍ଟ( ସିଇପିଏ) ଉପରେ ଗୁରୁତ୍ୱାରୋପ କରିଥିଲେ। ବନ୍ଦେ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ଭାରତୀୟଙ୍କୁ ଫେରାଇ ଆଣିବା ଉପରେ ମଧ୍ୟ ଏଠାରେ ଆଲୋଚନା କରାଯାଇଛି।


All Right Reserved By Dharitri.Com

ଏସ୍‌ୟୁଭି କାର୍‌ ଦେବ କରୋନା ସଂକ୍ରମଣରୁ ସୁରକ୍ଷା !

ଓ୍ବାଶିଂଟନ,୫।୩: କାର୍‌ କରୋନା ସଂକ୍ରମଣରୁ ସୁରକ୍ଷା ଦେବ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଭଲ୍‌ଭୋ ଏବଂ ଲୋଟସ୍‌ ବ୍ରାଣ୍ଡ୍‌ର କାର୍‌ ତିଆରି କରୁଥିବା...

ଅଟୋ ସେକ୍ଟରରେ ମାନ୍ଦାବସ୍ଥା ପ୍ରଭାବ ଗମ୍ଭୀର: ଅଗଷ୍ଟରେ ମାରୁତି ବିକ୍ରି ୩୩% ହ୍ରାସ

ନୂଆଦିଲ୍ଲୀ,୨-୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାର କରି ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ଘୋଷଣା ହୋଇଥିଲେ ମଧ୍ୟ ଏହାର ପ୍ରଭାବ ସେଭଳି ଅନୁଭୁତ...

ଷ୍ଟକ୍‌ ମାର୍କେଟକୁ ଆସିବ ଏଲ୍‌ଆଇସି

ନୂଆଦିଲ୍ଲୀ,୩୦-୭: ମୋଦି ସରକାର ଦେଶର ସର୍ବବୃହତ ଜୀବନ ବୀମା କମ୍ପାନୀ(ଏଲ୍‌ଆଇସି)କୁ ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ କରିବାକୁ ଯୋଜନା କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜିପ୍ରତ୍ୟାହାରରୁ ଅଧିକ...

୧୭ ଦିନ ଗାଡ଼ି ଉତ୍ପାଦନ ବନ୍ଦ ରଖିବ ମହିନ୍ଦ୍ରା

ନୂଆଦିଲ୍ଲୀ,୧୪-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ପ୍ରଭାବ ଅଧିକ ଗୁରୁତର ହୋଇଛି। ଏହି କାରଣରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ବର୍ତ୍ତମାନ ତ୍ରୈମାସରେ ନିଜର କାରଖାନାରେ ଗାଡ଼ି...

ମାସକୁ ୧୦ ହଜାର ଭେଣ୍ଟିଲେଟର ବନାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ,୩୧। ୩ : ମାରୁତି ସୁଜୁକି କରୋନା ବିରୋଧୀ ଲଢ଼େଇକୁ ଜୋର୍‌ଦାର କରିବା ସହ ଭେଣ୍ଟିଲେଟର ଉତ୍ପାଦନ କରିବା ନେଇ ସ୍ପଷ୍ଟ କରିଛି। ମାରୁତି ସୁଜୁକି...

୭ମାସ ପୂର୍ବରୁ ଲକ୍ଷ୍ୟ ହାସଲ;ମୋଦି ପ୍ରଦାନ କଲେ ୮ କୋଟି ତମ ସିଲିଣ୍ଡର ସଂଯୋଗ

ନୂଆଦିଲ୍ଲୀ,୮-୯: ମୋଦି ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ଧାର୍ଯ୍ୟ ସମୟ ପୂର୍ବରୁ ୮ କୋଟି ଏଲ୍‌ପିଜି ସଂଯୋଗ ଲକ୍ଷ୍ୟ ପୂରଣ କରିଛି। ଶନିବାର ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ...

ନୂଆ ହୋଣ୍ଡା ଆମେଜ୍‌ ବିକ୍ରି ୧ ଲକ୍ଷ ୟୁନିଟ ଟପିଲା

ଭୁବନେଶ୍ୱର,୧୯-୬ – ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ପ୍ରମୁଖ ଲୋକପ୍ରିୟ ମଡେଲ ଦ୍ୱିତୀୟ ପିଢିର ନୂଆ ଆମେଜ ବିକ୍ରି ୧ ଲକ୍ଷ ୟୁନିଟ ଟପିଛି।...

୨୫% ଦରମା କାଟିବ ଇଣ୍ଡିଗୋ

ନୂଆଦିଲ୍ଲୀ,୧୧।୫- ଦେଶର ସର୍ବବୃହତ୍‌ ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଏୟାର ଲାଇନ୍ସ ଆର୍ଥିକ ବର୍ଷ ୨୦୨୦-୨୧ପାଇଁ ଏହାର କର୍ମଚାରୀଙ୍କ ବେତନରୁ ୫% ରୁ...

Leave a comment

Your email address will not be published. Required fields are marked *