ଫାଷ୍ଟଟ୍ରାକ୍‌ ନିବେଶ ଲାଗି ଯୋଜନା

ନୂଆଦିଲ୍ଲୀ,୧୭।୫
ନିବେଶକୁ ପ୍ରୋତ୍ସାହନ ତଥା ତ୍ୱରିତ କରିବା ଲାଗି ସରକାର ଯୋଜନା ହାତକୁ ନେଇଛନ୍ତି। ଏହି ଯୋଜନାକୁ ରୂପାୟନ କରିବା ଲାଗି ସରକାର ଏମ୍ପାଓ୍ବାର୍ଡ ଗ୍ରୁପ୍‌ ଅଫ୍‌ ସେକ୍ରେଟାରିଜ ପକ୍ଷରୁ ତ୍ୱରିତ ନିବେଶ ମଞ୍ଜୁରୀ ବ୍ୟବସ୍ଥା କରିଛନ୍ତି। ପ୍ରତି ମନ୍ତ୍ରଣାଳୟ ଅଧୀନରେ ପ୍ରକଳ୍ପ ଉନ୍ନତୀକରଣ ସେଲ୍‌ ସ୍ଥାପନ ହେବ। ନିବେଶ ଯୋଗ୍ୟ ପ୍ରକଳ୍ପକୁ ଆଗକୁ ବଢାଇବା ଲାଗି ଏହି ସେଲ୍‌ ନିବେଶକ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମନ୍ବୟ ରକ୍ଷା କରିବ। ନୂଆ ନିବେଶ ଆକୃଷ୍ଟ କରିବା ନେଇ ରାଜ୍ୟଗୁଡିକର ପରଫରମାନ୍ସକୁ ବିଚାରକରି କେନ୍ଦ୍ର ସରକାର ର଼୍ୟାଙ୍କ ପ୍ରଦାନ ବ୍ୟବସ୍ଥା କରିବେ। ନୂଆ ଚାମ୍ପିୟନ ସେକ୍ଟରଗୁଡିକୁ ଉତ୍ସାହିତ ଲାଗି ପ୍ରୋତ୍ସାହନ ଯୋଜନା ଆସିବ। ଏହା ମଧ୍ୟରେ ସୋଲାର ପିଭି ମାନୁଫାକ୍‌ଚରିଂ, ଆଡଭାନ୍ସ ସେଲ୍‌ ବ୍ୟାଟେରି ଷ୍ଟୋରେଜ ଭଳି କ୍ଷେତ୍ର ସାମିଲ କରାଯାଇଛି। ସାରା ଦେଶରେ ଥିବା ୩୩୭୬ ଶିଳ୍ପ ପାର୍କ, ଇଷ୍ଟେଟ ଏବଂ ଏସ୍‌ଇଜେଡ୍‌ଗୁଡିକର ୫ ଲକ୍ଷ ହେକ୍ଟର ଜମିକୁ ମ୍ୟାପିଂ ଦ୍ୱାରା ଇଣ୍ଡଷ୍ଟ୍ରିଆଲ ଇନ୍‌ଫରମେଶନ ସିଷ୍ଟମ (ଆଇଆଇଏସ୍‌) ଆସିବ ବୋଲି ଜଣାପଡିଛି।


All Right Reserved By Dharitri.Com

ଜିଓରେ ୫୦୦୦ କର୍ମଚାରୀଙ୍କୁ ଛଟେଇ

ମୁମ୍ବାଇ,୩୦-୫: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ବ୍ୟୟଭାର କମାଇ କାର୍ଯ୍ୟକାରୀ ଲାଭକୁ ଅଧିକ କରିବା ଲକ୍ଷ୍ୟରେ କର୍ମଚାରୀ ଛଟେଇ ଉପରେ ଗୁରୁତ୍ୱ ଦେଇଛି। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ କମ୍ପାନୀର...

ଅଟୋ ଶିଳ୍ପରେ ସ୍ଥିତାବସ୍ଥା ଶୀଘ୍ର ଫେରିବ: ମର୍ସିଡିଜ୍‌ ଏମ୍‌ଡି

ଭୁବନେଶ୍ୱର, ୨୭-୮(ବ୍ୟୁରୋ): ଘରୋଇ ବଜାରର ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥାର ଶିକାର ହୋଇଛି। ଲକଜ୍ୟୁରି କାର ନିର୍ମାଣକାରୀ କମ୍ପାନୀ ମର୍ସିଡିଜ ବେଞ୍ଜ ଇଣ୍ଡିଆ ମଧ୍ୟ ଏହା...

ରିଲିଫ ପାଣ୍ଠିକୁ ସିଟିଟିସିର ସହାୟତା

ଭୁବନେଶ୍ୱର,୨୮-୫ : ଭାରତ ସରକାରଙ୍କ ଅଧିନ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର(ସିଟିଟିସି) ଫନୀ ପ୍ରଭାବିତଙ୍କ ସହାୟତା ଲାଗି ଆଗେଇ ଆସିଛି। ଅନୁଷ୍ଠାନର...

ଉପୁଜିପାରେ ମାନ୍ଦାବସ୍ଥା ସ୍ଥିତି

ନୂଆଦିଲ୍ଲୀ,୨୫।୫: କରୋନା ଭୂତାଣୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାର ଗତିକୁ ରୋକି ଦେଇଛି। ଭୂତାଣୁ ନିୟନ୍ତ୍ରଣ କରିବା ଲାଗି ହୋଇଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ...

ଏନ୍‌ଇଏଫ୍‌ଟି ନେଣଦେଣ ଉପରେ ଚାର୍ଜ ଲାଗିବନି

ମୁମ୍ବାଇ,୯-୧୧: ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ନେଣଦେଣରେ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ଗ୍ରାହକଙ୍କୁ କୌଣସି ଚାର୍ଜ ଲାଗିବନି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ଏକ...

ମାଡ଼ି ଆସୁଛି ମହାମାନ୍ଦାବସ୍ଥା

ନୂଆଦିଲ୍ଲୀ,୧୯।୪: କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ବେହାଲ ହୋଇଛି। ବିଶ୍ୱ ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଗତି ଏବେ ଠପ୍‌ ହୋଇଯାଇଛି। କୋଭିଡ୍‌-୧୯ ମହାମାରୀ...

ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଳିବ ୪୦ହଜାର କୋଟି

ନୂଆଦିଲ୍ଲୀ,୫-୬: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୪୦ ହଜାର କୋଟି ଟଙ୍କା ପୁନଃପୁଞ୍ଜିକରଣ ବାବଦରେ ଦେଇପାରେ। ଋଣ ବିତରଣକୁ ଅଧିକ...

ଔଷଧପତ୍ର ଯୋଗାଣ ଲାଗି କାର୍ଗୋ ବିମାନକୁ ଅନୁମତି

ନୂଆଦିଲ୍ଲୀ,୩୧। ୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶର ବିଭିନ୍ନ ଅଞ୍ଚଳକୁ ଔଷଧପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ପହଞ୍ଚାଇବା ଲାଗି କାର୍ଗୋ ବିମାନ...

Leave a comment

Your email address will not be published. Required fields are marked *