କମର୍ସିଆଲ କୋଲ୍‌ ମାଇନିଂକୁ ଅନୁମତି

ନୂଆଦିଲ୍ଲୀ,୧୭।୫: ବର୍ତ୍ତମାନ ପର୍ଯ୍ୟନ୍ତ କୋଇଲା ଖଣି ଖନନ କ୍ଷେତ୍ରରେ ସରକାରଙ୍କ ଆଧିପତ୍ୟ ରହି ଆସିଥିଲା। ଘରୋଇ କ୍ଷେତ୍ରକୁ ଏହି ବର୍ଗରେ କାମ କରିବା ଲାଗି ଅନୁମତି ମିଳି ନ ଥିଲା। କମର୍ସିଆଲ କୋଲ୍‌ ମାଇନିଂ ସମ୍ପର୍କରେ ସରକାର ଶନିବାର ଘୋଷଣା କରିଛନ୍ତି। ଏହାଦ୍ୱାରା ଘରୋଇ କ୍ଷେତ୍ର ଅଂଶୀଦାରମାନେ କୋଇଲା ଖଣି କ୍ଷେତ୍ରରେ ପ୍ରବେଶ କରିପାରିବେ। ଏହି କ୍ଷେତ୍ରରେ ପ୍ରବେଶ ନିୟମକୁ ସରଳୀକରଣ କରାଯିବ। ଫଳରେ ଏ କ୍ଷେତ୍ରରେ ସରକାରଙ୍କ ଆଧିପତ୍ୟ କମିଥିବା ଜଣାପଡିଛି। ବର୍ତ୍ତମାନ ଏହି କ୍ଷେତ୍ରରେ ଫିକ୍ସଡ ରୁପି, ଟନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ମାତ୍ର କମର୍ସିଆଲ୍‌ ମାଇନିଂ କାର୍ଯ୍ୟକାରୀ ହେଲେ ଏହା ରାଜସ୍ବ ଶେୟାରିଂ ନିୟମ ଭିତ୍ତିରେ ଚାଲିବ। ଆଗାମୀ ଦିନରେ ୫୦ କୋଇଲା ବ୍ଲକ ନିଲାମ ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କୋଇଲା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହେବା ଏବଂ ଆମଦାନୀ କମାଇବା ଉପରେ ସରକାର ଫୋକସ ରଖିଛନ୍ତି।
କୋଇଲା ଉତ୍ତୋଳନ ଭିତ୍ତିଭୂମିକୁ ଉନ୍ନତୀକରଣ ଲାଗି ସରକାର ୫୦ ହଜାର କୋଟି ଟଙ୍କା ନିବେଶ କରିବେ ବୋଲି ଜଣାପଡିଛି। ଏହାବାଦ କୋଇଲା ଗ୍ୟାସିଫିକେଶନ ଏବଂ ଲିକ୍ୟୁଫିକେଶନକୁ ସରକାର ପ୍ରୋତ୍ସାହିତ କରିବେ। ରାଜସ୍ବ ଶେୟାରିଂରେ ରିହାତି ଏବଂ ଛାଡ ସୁବିଧା ମଧ୍ୟ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଦେଶ ମଧ୍ୟରେ କୋଲ ବେଡ୍‌ ମିଥେନ (ସିବିଏମ୍‌) ଉତ୍ପାଦନକୁ ଉତ୍ସାହିତ କରାଯିବ ବୋଲି ଜଣାପଡିଛି। ଏଭଳି ବିଭିନ୍ନ ପଦକ୍ଷେପ ଦ୍ୱାରା ପରିବେଶ ଉପରେ ପଡୁଥିବା ବିଭିନ୍ନ ଖରାପ ପ୍ରଭାବକୁ କମ୍‌ କରିବା ଉପରେ ସରକାର ଯୋଜନା କରୁଛନ୍ତି। ଯୋଜନାଗୁଡିକ କାର୍ଯ୍ୟକାରୀ ହେଲେ ଦେଶକୁ ଗ୍ୟାସ୍‌ଭିତ୍ତିକ ଅର୍ଥନୀତି ଆଡକୁ ଆଗେଇବା ଦିଗରେ ସହାୟକ ହେବ। ୨୦୨୩-୨୪ ସୁଦ୍ଧା ରାଷ୍ଟ୍ରାୟତ୍ତ କୋଲ ଇଣ୍ଡିଆ ଲିମିଟେଡ୍‌(ସିଆଇଏଲ୍‌) ୧ ବିଲିୟନ ଟନ୍‌ କୋଇଲା ଉତ୍ପାଦନ ନେଇ ଯୋଜନା ରଖିଛି। ଏହାବାଦ ଘରୋଇ କ୍ଷେତ୍ର ଖଣି ଗୁଡିକ ମଧ୍ୟ ଉତ୍ପାଦନକୁ ବଢାଇବେ ବୋଲି ଜଣାପଡିଛି।
କୋଇଲା ଖଣିଗୁଡିକରୁ ରେଳ ସାଇଡିଂକୁ କନ୍‌ଭେୟର ବେଲ୍‌ଟ ଯୋଗେ କୋଇଲା ଆଣିବା ଲାଗି ୧୮,୦୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ୱାରା ପରିବେଶ ଉପରେ ପ୍ରଭାବ କମିବ। ଖଣି ଯୋଜନାକୁ ସରଳୀକରଣ କରାଯିବା ଦ୍ୱାରା ଇଜ ଅଫ୍‌ ଡୁଇଁ ବିଜ୍‌ନେସକୁ ପ୍ରୋତ୍ସାହିତ କରାଯିବ।


All Right Reserved By Dharitri.Com

ସ୍ମାର୍ଟ ମୋବିଲିଟିକୁ ହ୍ୟୁଣ୍ଡାଇର ପ୍ରୋତ୍ସାହନ

ଭୁବନେଶ୍ୱର,୧୫-୫: ହ୍ୟୁଣ୍ଡାଇ ମୋଟର୍ସ ପକ୍ଷରୁ ସ୍ମାର୍ଟମୋବିଲିଟିକୁ ପ୍ରୋତ୍ସାହନ ସ୍ବରୂପ ନୂଆ କର୍ପୋରେଟ କ୍ୟାମ୍ପେନ ଆରମ୍ଭ କରାଯାଇଛି। ଏହା ‘ଓ୍ବାନ୍ସ ଅପନ ଏ ଟାଇମ୍‌ ହ୍ୟୁଣ୍ଡାଇ ଏ...

ଏୟାର ଏସିଆର ଟ୍ରାଭେଲ ଫେୟାର ଆଜିଠାରୁ

ଭୁବନେଶ୍ୱର,୨-୮-ପର୍ଯ୍ୟଟନ ବିକାଶ ଲାଗି ଏୟାର ଏସିଆ ପକ୍ଷରୁ ଏକ ଟ୍ରାଭେଲ ଫେୟାର ଶୁକ୍ରବାରଠାରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି। ଏହା ତିନିଦିନ ବ୍ୟାପି ସ୍ଥାନୀୟ ଏସ୍‌ପ୍ଲାନେଡ ଓ୍ବାନ...

ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କ ଲାଗି ୯୦ ହଜାର କୋଟି

ନୂଆଦିଲ୍ଲୀ,୧୪।୫: ସରକାର କ୍ଷତିରେ ଚାଲୁଥିବା ଦେଶର ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକ ଲାଗି ୯୦ ହଜାର କୋଟି ଟଙ୍କାର ନଗଦ ସହାୟତା ସମ୍ପର୍କରେ ଘୋଷଣା କରିଛନ୍ତି। ସରକାରଙ୍କ...

୧୫ ହଜାର ଶାଖା ଖୋଲିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭-୧: ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରାଥମିକତା ସ୍ବରୂପ ୨୦୨୦-୨୧ ଆର୍ଥତ୍କ ବର୍ଷରେ ସାରା ଦେଶରେ ୧୫ ହଜାର ନୂଆ ଶାଖା ଖୋଲିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ...

ବ୍ୟାଙ୍କ ଜମାର ବୀମା ସୁରକ୍ଷା ବଢିପାରେ

ନୂଆଦିଲ୍ଲୀ,୧୬-୧୧: ବ୍ୟାଙ୍କ ଜମା ଉପରେ ବର୍ତ୍ତମାନ ୧ ଲକ୍ଷ ଟଙ୍କାର ବୀମା ସୁରକ୍ଷା ରହିଥିବା ବେଳେ ଏହାକୁ ବଢାଇବାକୁ ସରକାର ଯୋଜନା କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା...

ଜେ ଆଣ୍ଡ କେ ବ୍ୟାଙ୍କ ସରକାରଙ୍କ ନିୟନ୍ତ୍ରଣକୁ ଆସିବ

ନୂଆଦିଲ୍ଲୀ,୭-୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ଏବେ କେନ୍ଦ୍ର ସରକାର ଜେ ଆଣ୍ଡ କେ ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେବେ। ବର୍ତ୍ତମାନ ଏହି ବ୍ୟାଙ୍କର...

କର୍ପୋରେଟ ଟିକସ ହ୍ରାସ ଐତିହାସିକ: ମୋଦି

ନୂଆଦିଲ୍ଲୀ,୨୧-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କର୍ପୋରେଟ ଟିକସ, ମିନିମମ୍‌ ଅଲ୍ଟରନେଟ ଟିକସ ଓ କ୍ୟାପିଟାଲ ଗେନ୍ସ ଉପରେ ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରିନିଆଯାଇଥିବା ଘୋଷଣା କରିବା...

କୋହଳ ହେଲା କର୍ମଚାରୀଙ୍କ ଉପହାର ଗ୍ରହଣ ନୀତି

ନୂଆଦିଲ୍ଲୀ,୨୩-୧୦: କେନ୍ଦ୍ର କର୍ମଚାରୀଙ୍କ ଲାଗି ରହିଥିବା ଉପହାର ଗ୍ରହଣ ନୀତିକୁ ସରକାର ମଙ୍ଗଳବାର କୋହଳ କରିଥିବା ଜଣାପଡ଼ିଛି। ଏହା ଅନ୍ତର୍ଗତ ଉପହାର କ୍ଷେତ୍ରରେ ଅର୍ଥ ଗ୍ରହଣ...

Leave a comment

Your email address will not be published. Required fields are marked *