ରାୟଗଡ଼ାରେ ପହଞ୍ଚିଲେ ଆଉ ୪୬୧ ଶ୍ରମିକ

ରାୟଗଡ଼ା ଅଫିସ,୧୬ା୫: ଦକ୍ଷିଣ ଭାରତରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ସରକାର ପର୍ଯ୍ୟାୟକ୍ରମେ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଆଣୁଛନ୍ତି। ଗୁରୁବାର ୨ଟି ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ଶ୍ରମିକମାନେ ଓଡ଼ିଶାରେ ପହଞ୍ଚଥିବାବେଳେ ଶନିବାର ଆଉ ୨ ଟ୍ରେନ୍‌ରେ ୪୬୧ ଆସି ପହଞ୍ଚିଛନ୍ତି। କୋଏମ୍ବାଟୁରରୁ ବାଲେଶ୍ୱର ବାହାରିଥିବା ଏକ ଟ୍ରେନ୍‌ ସକାଳ ୭ଟାରେ ରାୟଗଡ଼ାରେ ପହଞ୍ଚିଥିଲା। ଏଥିରୁ ୨୦୯ ଶ୍ରମିକ ରାୟଗଡ଼ା ରେଳ ଷ୍ଟେଶନରେ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ଗଜପତି ଜିଲାର ୮୫, ରାୟଗଡ଼ାର ୭୯, ନବରଙ୍ଗପୁରର ୧୭, କନ୍ଧମାଳର୧୫, କୋରାପୁଟର ୧୨ ଏବଂ ମାଲକାନଗିରିର ଜଣେ ଶ୍ରମିକ ରହିଛନ୍ତି। ଶ୍ରମିକମାନଙ୍କୁ ନେବା ପାଇଁ ଉକ୍ତ ୬ ଜିଲାର ଅଧିକାରୀମାନେ ରାୟଗଡ଼ା ଷ୍ଟେଶନରେ ଉପସ୍ଥିତ ଥିଲେ। ଶ୍ରମିକମାନେ ପହଞ୍ଚିବା ପରେ ଷ୍ଟେଶନ ପରିସରରେ ସାମାଜିକ ଦୂରତା ବଜାୟ ରଖି ସେମାନଙ୍କ ହାତ ଧୋଇବା ବ୍ୟବସ୍ଥା କରାଯାଇଥିଲା। ପରେ ସେମାନଙ୍କ ପଞ୍ଜୀକରଣ ଓ ଥର୍ମାଲ ସ୍କ୍ରିନିଂ କରାଯାଇ ନିଜ ଅଞ୍ଚଳକୁ ନିଆଯାଇଛି। ସେଠାରେ ସେମାନଙ୍କୁ ସଙ୍ଗରୋଧରେ ରଖିବା ବ୍ୟବସ୍ଥା କରାଯାଇଛି। ସେହିପରି ଆନ୍ଧ୍ରପ୍ରଦେଶର କୁର୍ନୁଲରୁ ଅନ୍ୟ ଏକ ଟ୍ରେନ୍‌ ବଲାଙ୍ଗୀର ଅଭିମୁଖେ ବାହାରି ସନ୍ଧ୍ୟା ୬ଟାରେ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଥିଲା। ଏଥିରୁ ୨୫୨ ଶ୍ରମିକ ରାୟଗଡ଼ାରେ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରେ ରାୟଗଡ଼ା ଜିଲାର ୬୧ ଜଣ, ନବରଙ୍ଗପୁରର ୧୧୫, ମାଲକାନଗିରିର ୨୭, ଗଜପତିର ୨୯, କନ୍ଧମାଳର ୯ ଏବଂ କୋରାପୁଟ ଜିଲାର ୧୧ ଶ୍ରମିକ ରହିଥିବା ଜଣାପଡ଼ିଛି। ଏହି ଅବସରରେ ଡିଆର୍‌ଡିଏ ପିଡି ଅମୃତ ଋତୁରାଜ, ଜିଲାପାଳ ପ୍ରମୋଦ କୁମାର ବେହେରା, ଏସ୍‌ପି ଶର୍ବଣା ବିବେକ ଏମ୍‌ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରବାସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଜିଲାରେ ସଂକ୍ରମଣକୁ ଏଡ଼ାଇବା ପାଇଁ ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଗଜପତି ଛକରୁ ସାଇ ଇଣ୍ଟରନ୍ୟାଶନାଲ ଛକ ଏବଂ ରେଳଷ୍ଟେଶନ ଛକରେ ୪ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏକତ୍ରିତ ନ ହେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।


All Right Reserved By Dharitri.Com

ଗାଧୋଇବାକୁ ଯାଇ ଫେରିଲେନି ମହିଳା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ

ରଣପୁର,୩୧ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ତାଳକଣି ଗ୍ରାମର ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଗାଁ ପୋଖରୀ ପାହାଚରୁ ବୁଧବାର ଉଦ୍ଧାର...

ବାର୍‌ହା, କୁଟୁରା ଛାଲ ଜବତ: ଅଭିଯୁକ୍ତ ଫେରାର

ବୁଗୁଡ଼ା,୨୦ା୧୧(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଅନ୍ତର୍ଗତ ସଙ୍କୁରୁ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ଏକ୍ସେଲ ଗାଡ଼ିରୁ ବାର୍‌ହା ଓ କୁଟୁରା ଛାଲ ଏବଂ ୨୫୦ ଗ୍ରାମ ମାଂସ...

ପାଣିଓହଳାରେ ନିଆଁ

ଢେଙ୍କାନାଳ ଅଫିସ, ୧୫।୪ – ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତଥା ଢେଙ୍କାନାଳ ସହରର ସୁରକ୍ଷା କବଚ ପାଣିଓହଳା ପାହାଡ଼ରେ ମଙ୍ଗଳବାର ନିଆଁ ଲାଗିଛି। ପାଖାପାଖି ୨...

ଟ୍ରକ୍‌ ପଛରୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର

ବଲାଙ୍ଗୀର ଅଫିସ/ ପୁଇଁତଲା,୯।୨(ଡି.ଏନ୍‌.ଏ.): ବଲାଙ୍ଗୀର-ସୋନପୁର ୫୭ ନଂ. ଜାତୀୟ ରାଜପଥର ବନବାହାଲ ନିକଟରେ ରବିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା...

ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବିରେ ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨୩।୯(ନି.ପ୍ର.) : ଭାରତୀୟ ମଜଦୂର ସଂଘ ପକ୍ଷରୁ କୋଇଲା ଉଦ୍ୟୋଗରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହର ଦାବିରେ ସୋମବାର ଖଣି ବନ୍ଦ ଆନ୍ଦୋଳନ...

ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ, ଚାରାରୋପଣ କଲେ କଂଗ୍ରେସ କର୍ମକର୍ତ୍ତା

ନୂଆପଡା ଅଫିସ,୨୦ା୮: ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ଉତ୍ସବରେ ଜିଲା କଂଗ୍ରେସ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ସ୍ଥାନୀୟ ହରିପୁର ଗାଁରେ ଆୟୋଜିତ...

ସ୍ବାସ୍ଥ୍ୟକେନ୍ଦ୍ରରେ ରହିଲାନି ସାମାଜିକ ଦୂରତ୍ୱ

ରତ୍ନଗିରି,୮।୪(ଡି.ଏନ.ଏ): ସାମାଜିକ ଦୂରତ୍ୱ ରକ୍ଷା କରବା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି। ଏହାକୁ ପାଳନ କରା ନ ଗଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ...

କଳାପଟାରେ ଅଙ୍କ କଷି ନ ପାରିବାରୁ ଛାତ୍ରୀଙ୍କୁ ଦଣ୍ଡ : ଶିକ୍ଷକଙ୍କୁ ନିଲମ୍ବନ କଲେ ବିଇଓ, ଥାନାରେ ମାମଲା

ଔପଦା,୨।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତର ପଣ୍ଡୁଆ ପ୍ରାଥମିକ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ କଳାପଟାରେ ଅଙ୍କ କଷି ନ ପାରିବାରୁ...

Leave a comment

Your email address will not be published. Required fields are marked *