ଚଢ଼ା ଦରରେ ଲୁଣ ବିକିବାରୁ ୧୨ହଜାର ଟଙ୍କା ଜରିମାନା

ଖପ୍ରାଖୋଲ,୧୬।୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ଅଞ୍ଚଳରେ କିଛିଦିନ ହେବ ଲୁଣ ଅଭାବ ଥିବା ଗୁଜବ ପ୍ରଚାରିତ ହୋଇଥିଲା । ଏହାର ଫାଇଦା ଉଠାଇଛନ୍ତି କେତେଜଣ ବ୍ୟବସାୟୀ। ସେମାନେ ସାଧାରଣ ଗ୍ରାହକଙ୍କୁ ଚଢ଼ା ଦରରେ ଲୁଣ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଖପ୍ରାଖୋଲ ବ୍ଲକ ଓଡିଆପାଲି ସରପଞ୍ଚ ଶାନ୍ତି ଛୁରା ଜିଲାପାଳଙ୍କ କ୍ଷମତା ପ୍ରୟୋଗକରି ଓଡିଆପାଲି ଗାଁର ମନୋଜ ସାହୁ ନାମକ ଜଣେ ବ୍ୟବସାୟୀଙ୍କଠାରୁ ୧୨ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ମନୋଜ ୧୫୦ ଟଙ୍କାର ଲୁଣ ବସ୍ତାକୁ ୫ ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଏ ନେଇ ସରପଞ୍ଚ ଛୁରାଙ୍କୁ ପଚାରିବାରୁ ଲକ୍‌ଡାଉନ୍‌ ସମୟରେ ସମ୍ପୃକ୍ତ ବେପାରୀ ଲୁଣ ଅଧିକ ଦରରେ ବିକୁଥିବା ଅଭିଯୋଗ ହେଲା ପରେ ୧୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇ ପଞ୍ଚାୟତରେ ଜମା କରାଯାଇଥିବା କହିଛନ୍ତି ।


All Right Reserved By Dharitri.Com

ବଢୁଛି ଚୋରା ମଦ କାରବାର

କାମାକ୍ଷାନଗର, ୩୦।୯(ଡି.ଏନ୍‌.ଏ.) ପୋଲିସ ଏବଂ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ କାମାକ୍ଷାନଗର ଉପଖଣ୍ଡରେ ଅବାଧ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ମଦ ଯୋଗୁ ଗଣ୍ଡଗୋଳ, ଅସାମାଜିକ...

ଡିହ ମିଲିଛେ, ଘରଖଁଡ଼େ ଆଶ୍‌ରେ ୧୯ ବଛର

କେସିଙ୍ଗା, ୩୦।୬ (ଡି.ଏନ୍‌.ଏ): ଆମର ବିଧି ବେବସ୍‌ତା ଭାରି ଅଜବ୍‌। ସତେ ଯେନ୍‌ତା ଇଠାନେ ଭୁଲଭଟକାର ଲାଗି କେହି ଦାୟୀ ନୁହଁନ୍‌। କେନ୍‌ଠାନେ ଲୋକ୍‌ ନିଏ...

ପାଟଣା ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ

ପାଟଣା,୨୬।୧(ସ୍ବ.ପ୍ର.): ଜିଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ କେନ୍ଦୁଝର ଜିଲା ମୁଖ୍ୟାଳୟ ଷ୍ଟାଡିୟମରେ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ଥାନାକୁ ଶେଷ୍ଠ...

୨୦ ପ୍ରବାସୀଙ୍କୁ ସ୍ବତନ୍ତ୍ର ଗାଡ଼ିରେ ପଠାଇଲା ପୋଲିସ

କେନ୍ଦୁଝର,୨୨ା୫(ଡି.ଏନ୍‌.ଏ.)-କେନ୍ଦୁଝର ସହର ମଧ୍ୟ ଦେଇ ଚାଲି ଚାଲି ଯାଉଥିବା ୨୦ ପ୍ରବାସୀଙ୍କୁ ପୋଲିସ ସ୍ବତନ୍ତ୍ର ଗାଡ଼ି ଯୋଗେ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିଛି। ମୁମ୍ବାଇରେ...

୨.୫ ଲକ୍ଷ ଟଙ୍କାର କାଠ ଜବତ

ଢେଙ୍କାନାଳ ଅଫିସ, ୧୮ା୧ – ଢେଙ୍କାନାଳ ସଦର ରେଞ୍ଜ୍‌ ତାଳବରକୋଟ ଗ୍ରାମ ନିକଟ ଶାମୁକାତଇଲା ଶାଳ ଜଙ୍ଗଲରେ କାଠମାଫିଆ ସକ୍ରିୟ ହୋଇଉଠିଛନ୍ତି। ବନ ବିଭାଗ ସ୍ଥାଣୁ...

କନ୍ଧମାଳ ଦଙ୍ଗା ମାମଲା :ଜଣେ ଅଭିଯୁକ୍ତଙ୍କୁ ୬ମାସ ଜେଲ

ଫୁଲବାଣୀ ଅଫିସ, ୧ା୧୦- କନ୍ଧମାଳ ଜିଲାରେ ୨୦୦୮ରେ ହୋଇଥିବା ଏକ ଦଙ୍ଗା ମାମଲାର ବିଚାର କରି ବାଲିଗୁଡ଼ା ଅତିରିକ୍ତ ଦୌରାଜଜ ଅରବିନ୍ଦ ପଟ୍ଟନାୟକ ଅଭିଯୁକ୍ତ ପ୍ରକାଶ...

ଗୁଟଖା ଦୋକାନ ଉପରେ ପ୍ରଶାସନର ଚଢାଉ

କେନ୍ଦୁଝର, ୧।୮ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ସହରରେ ବିଭିନ୍ନ ସ୍ଥାନରେ ଥିବା ଗୁଟଖା, ସିଗାରେଟ ଆଦି ନିଶା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ସାମଗ୍ରୀ ଉପରେ କଟକଣା ଲଗାଇବା ପାଇଁ...

ମେସ୍‌ରେ ତାଲା, ପ୍ରଶାସନର ଦ୍ୱାରସ୍ଥ ହେଲେ ଛାତ୍ର

ଅନୁଗୋଳ ଅଫିସ୍‌, ୬।୨ – ବିନା ନୋଟିସରେ ମେସ୍‌ରେ ତାଲା ପକାଇ ହଷ୍ଟେଲ ମ୍ୟାନେଜର କେଉଁଆଡ଼େ ଚାଲିଯାଇଥିବାରୁ ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ୨ ନମ୍ବର...

Leave a comment

Your email address will not be published. Required fields are marked *