ପାଣି ଲାଗି ହଟହଟା ପଡ଼ାବାସୀ

ବିନିକା,୧୬ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତ ଅନ୍ତର୍ଗତ ସାଲମାଟିକ୍ରାର ସମଲେଇ ପଡା। ଏହି ପଡ଼ାବାସୀ ଏବେ ଘୋର ପାନୀୟ ଜଳାଭାବର ସମ୍ମୁଖୀନ ହୋଇଛନ୍ତି। ପଡ଼ାରେ ନାହିଁ ଗୋଟିଏ ବି ନଳକୂପ। ପୂର୍ବରୁ ସେମାନେ ପଡ଼ା ନିକଟ ଦେଇ ଯାଇଥିବା ସର୍ଗୁଣା-ଜାମପାଲି କେନାଲରୁ ପାଣି ସଂଗ୍ରହ କରି ଚଳୁଥିଲେ। କେନାଲ ପାଣି ଶୁଖି ଯିବାରେ ଗତ କିଛିଦିନ ହେଲା ସେମାନେ ପଡ଼ାଠାରୁ ୧କିମି ଦୂର ବିଶାଳପାଲି ବିଦ୍ୟୁତ୍‌ ଗ୍ରୀଡ୍‌ ସବ୍‌ଷ୍ଟେଶନ ନିକଟରେ ଥିବା ବୋରିଂ ପଏଣ୍ଟରୁ ପାଣି ନେଉଥିଲେ। ହେଲେ କରୋନା ମହାମାରୀ ସଂକ୍ରମଣର ଭୟାବହତା ଯୋଗୁ ପଡ଼ାବାସୀଙ୍କୁ ସେଠାରୁ ପାଣି ନେବାକୁ କେତେକ ବାରଣ କଲେ। ଏହି ପରିସ୍ଥିତିରେ ଏକ ନଳକୂପ ଖୋଳି ଜଳାଭାବ ଦୂର କରିବା ଦିଗରେ ପଦକ୍ଷେପ ନେବାକୁ ପଡ଼ାର ସୁବାସିନୀ ସାଲମା, ବିଳାସିନୀ ସାଲମା, ସୁନୀତା ସାଲମା, କୌଶଲ୍ୟା ସାଲମା, ମୁଡୁ ପୋଢ଼, ରୋହିଣୀ ପୋଢ଼ ଓ ସୁରଭି ପୋଢ଼ ପ୍ରମୁଖ ଦାବି କରିଛନ୍ତି।


All Right Reserved By Dharitri.Com

ଗଞ୍ଜାମରେ ସମସ୍ତ ଘରକୁ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିବ ଟିମ୍‌

ଛତ୍ରପୁର, ୮ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ସମସ୍ତ ଘରକୁ ଘର ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ସ୍ବାସ୍ଥାବସ୍ଥା ଏକ ଟିମ୍‌ ପଚାରି ବୁଝିବ। କରୋନା ଜନିତ ଲକ୍ଷଣ...

ମାସ୍କ ପିନ୍ଧିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ଲୋକଙ୍କୁ କରାଯାଉଛି ସଚେତନ

ହିଳିକାଟୁ,୧୦ା୪(ଡି.ଏନ୍‌.ଏ): କରୋନା ସଂକ୍ରମଣରୁ ରକ୍ଷା ପାଇଁ ଲୋକଙ୍କୁ ମୁହଁ ଓ ନାକକୁ ମାସ୍କ କିମ୍ବା କପଡ଼ାରେ ଘୋଡ଼ାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି। ବାହାରେ ମାସ୍କ ନ...

ସାମ୍ବାଦିକତାରେ ବିଚାରଶକ୍ତି ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୬।୨ – ସାମ୍ବାଦିକତା ବୃତ୍ତିରେ ସାଧାରଣ ବିଚାରଶକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଡିଜିଟାଲ ମିଡିଆର ବହୁଳ ପ୍ରଚଳନ ଆହ୍ବାନ ପାଲଟିଛି। ତେଣୁ...

ମହାପ୍ରଭୁଙ୍କ ସେବାରେ ସାନପଦର ବୁଣାକାର: ପହଣ୍ଡି, ଅଣସର ଗାମୁଛା ପ୍ରସ୍ତୁତିରେ ଲାଗିଛନ୍ତି

ଖୋର୍ଦ୍ଧା ଅଫିସ,୨୪ା୫: ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ପରିସରରେ ବିଧି ମୁତାବକ ରଥକାମ ଅନୁକୂଳ ହୋଇଥିଲା। ୧୧ଦିନ ବିଳମ୍ବରେ ହେଲେ ମଧ୍ୟ ରଥକାମ ଆଗେଇ ଚାଲିଛି।...

ଏସ୍‌ସିବି ମେଡିକାଲ: ଜଗା-କାଳିଆଙ୍କୁ ଭେଟିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

କଟକ ଅଫିସ, ୧୯।୯: କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଜଗା- କାଳିଆଙ୍କୁ ବୁଧବାର ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଭେଟିଛନ୍ତି।...

ସିଆରପିଏଫ୍‌ ଆଇଜିଙ୍କ ମୁନିଗୁଡ଼ା ଗସ୍ତ: ମାଓବାଦୀ ଅପରେଶନର କଲେ ସମୀକ୍ଷା

ମୁନିଗୁଡ଼ା,୧୨।୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ନିକଟସ୍ଥ ଝିଲିଗୁଡ଼ାଠାରେ ଥିବା ୮ମ ବାଟାଲିୟନ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ପରିଦର୍ଶନରେ ଆସି ମାଓବାଦୀ ଅପରେଶନର ସମୀକ୍ଷା କରିଛନ୍ତି ଆଇଜି ଏସ୍‌...

ଗଛ ପକାଇ ରାସ୍ତା ଅବରୋଧ କଲେ ମାଓବାଦୀ

ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି-କ.ନୂଆଗଁା ସୀମାନ୍ତବର୍ତ୍ତୀ କନ୍ଦିବାନ୍ଦା ନିକଟରେ ମାଓବାଦୀମାନେ ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ...

ହାତୀର ସ୍ବାସ୍ଥ୍ୟବସ୍ଥାରେ ସୁଧାର ନାହିଁ, ଜାରି ରହିଛି ଚିକିତ୍ସା

କେନ୍ଦୁଝର, ୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଉପରସୁମଠ ଗ୍ରାମ ଜଙ୍ଗଲରେ ଗତ ୪ ଦିନ ହେବ ଅସୁସ୍ଥ ହୋଇ...

Leave a comment

Your email address will not be published. Required fields are marked *