ପରିବାର ଲୋକେ ଘରେ ପୂରାଇଲେନି

ସମ୍ବଲପୁର,୧୬।୫ (ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସରକାର ଯେତେ ସଚେତନ ଓ ସୁବିଧା କଲେ ମଧ୍ୟ ସୁଫଳ ମିଳିପାରୁନାହିଁ। ସଚେତନତା ଅଭାବ ଯୋଗୁ ଭୟରେ ପରିବାର ନିଜ ଲୋକଙ୍କୁ ପର କରିଦେଉଛନ୍ତି। ସ୍ଥାନୀୟ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ମଧ୍ୟ ସ୍ଥାନ ଦିଆଯାଉନାହିଁ। ଫଳରେ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଘେନୁପାଲି ଓ ବଡସାହିର ଗ୍ରାମର ଦୁଇ ଜଣ ଯୁବକ ଗଛ ତଳେ ୩ ଦିନ ହେଲା ଆଶ୍ରୟ ନେଇଥିଲେ। ଶେଷରେ ପ୍ରଶାସନ ସେମାନଙ୍କ ରହିବାକୁ ବାଧ୍ୟ ହୋଇ ବ୍ୟବସ୍ଥା କରିଛି। ବାଲେଶ୍ୱର ଜିଲା ଜଳେଶ୍ୱରରୁ ଫେରିଥିବା ଏହି ଯୁବକ ଦ୍ୱୟ କିନ୍ତୁ ହଟହଟା ହୋଇଛନ୍ତି।
ଏହି ଯୁବକ ଦ୍ୱୟ ହାର୍ଭେଷ୍ଟରରେ ଧାନକଟା କାମ କରିବା ପାଇଁ ଗତ ଏପ୍ରିଲ ୨୩ ତାରିଖରୁ ଜଳେଶ୍ୱର ଯାଇଥିଲେ। କିଛି ଦିନ କାମ କରିବା ପରେ ଗତ ୧୩ ତାରିଖରେ ଏମାନେ ଗାଁମକୁ ଫେରିଥିଲେ। ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସିଥିବାରୁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପରିବାର ବର୍ଗ ମଧ୍ୟ ଭୟଭୀତ ହୋଇପଡିଥିଲେ। ସେମାନଙ୍କୁ ଖାଇବାକୁ ଯୋଗାଇ ଦେଲେ । ଗରିବ ପରିବାର ହୋଇଥିବାରୁ ହୋମ୍‌ କ୍ୱାରାଣ୍ଟାଇନ ପାଇଁ ଘରେ ସୁବିଧା ନାହିଁ। ତେଣୁ ଘରେ ପ୍ରତ୍ୟେକ ଦିନ ଖାଇବାକୁ ଦିଆଯିବ। ତୁମେ ବାହାରେ ରୁହ ବୋଲି ପରିବାର ଲୋକେ କହିଥିଲେ। ଗ୍ରାମବାସୀ ମଧ୍ୟ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ। କୌଣସି ଉପାୟ ନ ପାଇ ଯୁବକ ଦ୍ୱୟ ଘେନୁପାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଏକ ଗଛମୂଳରେ ରହୁଛନ୍ତି। ତେବେ ଯଦିଓ ରାଜ୍ୟ ଭିତରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ନିୟମ ନାହିଁ ତଥାପି ସେମାନଙ୍କ ରହିବାକୁ ଗାଁ ସ୍କୁଲରେ ବିକଳ୍ପ ବ୍ୟବସ୍ଥା କରାଯାଇଛି। ସେଠାରେ ସେମାନଙ୍କ ଲାଗି ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଯୁଯୁମୁରା ବିଡିଓ ସରୋଜ ବିଶ୍ୱାଳ କହିଛନ୍ତି।


All Right Reserved By Dharitri.Com

ଏସ୍‌ପି ଅଫିସ ସମ୍ମୁଖରେ ଉତ୍ତେଜନାପୂର୍ଣ୍ଣ ଜାତିଆଣ ଓ ଅଶ୍ଳୀଳ ଭାଷଣ ମାମଲା: ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ରାଜ୍ୟ ସଭାପତି ଗିରଫ

ଜଗତ୍‌ସିଂହପୁର ଅଫିସ,୧୫ା୩: ତିର୍ତ୍ତୋଲ ଥାନା ଅଧୀନ ରେପୁରପାଟଣା ଗ୍ରାମରେ ଦଳିତ ଓ ସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ବିବାଦର ସମାଧାନ ପାଇଁ ଶାନ୍ତି କମିଟି...

ଗଛରେ ପିଟି ହେଲା ଟ୍ରାକ୍ଟର: ଜଣେ ମୃତ,୨ ଗୁରୁତର

ବାଙ୍ଗିରିପୋଷି,୧୩ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ କୁସୁମବନ୍ଧ ପଞ୍ଚାୟତର ତୁଳସୀବଣୀ ଛକ ନିକଟରେ ଗୁରୁବାର ଏକ ଟ୍ରାକ୍ଟର ଗଛରେ ପିଟି ହେବାରୁ ଜଣଙ୍କ ମୃତ୍ୟୁ...

ଭୀମରାଓପେଟାରେ ଜୁଆଆଡ୍ଡା ଉପରେ ଚଢ଼ାଉ: ୨ପୂର୍ବତନ କର୍ପୋରେଟରଙ୍କ ସମେତ ୧୫ ଗିରଫ, ୭ ଲକ୍ଷ ୬୮ ହଜାର,୧୬ମୋବାଇଲଜବତ

ବ୍ରହ୍ମପୁର ଅଫିସ ,୧୧।୧୦: ଗଞ୍ଜାମ ଜିଲା ଟାଉନ ଥାନା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଭିମାରାଓପେଟାରେ ଏକ ଘର ଭିତରେ ଚାଲିଥିବା ଜୁଆ ଆଡ୍ଡା ଉପରେ...

ହାତୀପଲ ଗାଁମୁହାଁ, ଗ୍ରାମବାସୀ ଭୟଭୀତ

ସଜନାଗଡ଼,୪ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଥିବା କୁଲଡିହା ଅଭୟାରଣ୍ୟର ହାତୀପଲ ଗାଁମୁହାଁ ହୋଇଥିବାବେଳେ ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜିଯାଇଛି। ଅଭୟାରଣ୍ୟ ପାଦଦେଶରେ ଥିବା ତିନିକୋଶିଆ...

ହିନ୍ଦୁ, ମୁସଲମାନଙ୍କ ମିଳନସ୍ଥଳ: ସୟଦ ହାତିମଶାହା ପୀରବାବାଙ୍କ ପୀଠ

ରୂପସା, ୧୩ା୩(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ରାଉତପଡା ପଞ୍ଚାୟତର କାନ୍ଥି ବସ୍ତିରେ ରହିଛି ପ୍ରସିଦ୍ଧ ସୟଦ ହାତିମଶାହା ପୀରବାବାଙ୍କ ପୀଠ। ହିନ୍ଦୁ ଓ ମୁସଲମାନମାନଙ୍କ...

ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ମାଣବସା ଗୁରୁବାର

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ବିଶ୍ୱ ଐତିହ୍ୟ ଦିବସ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଇନଟାଞ୍ଜିବଲ୍‌ କଲଚରାଲ୍‌ ହେରିଟେଜ ତାଲିକା ବା ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକା...

ସର୍ବୋଦୟ ସେବକ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ପରଲୋକ

କଟକ ଅଫିସ,୯।୫: ସର୍ବୋଦୟ ସେବକ ତଥା ଗାନ୍ଧୀବାଦୀ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ଗୁରୁବାର ବିଳମ୍ବିତ ରାତିରେ ଝାଞ୍ଜିରୀମଙ୍ଗଳାସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୭୪ବର୍ଷ ବୟସ...

ପାହାଡ଼ରୁ ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ

ଜୟପୁର,୧୯।୫(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ସହର ଉପକଣ୍ଠ ହାତୀବାରିଗୁଡ଼ା ସଂରକ୍ଷିତ ଜଙ୍ଗଲସ୍ଥିତ ପାହାଡ଼ରୁ ରବିବାର ପୂର୍ବାହ୍ନରେ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି...

Leave a comment

Your email address will not be published. Required fields are marked *