ଚିହ୍ନଟ ହେଲେ ୪, ଜିଲାରେ ୨୬ କରୋନା ଆକ୍ରାନ୍ତ

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ/ମହାକାଳପଡ଼ା (ଡି.ଏନ.ଏ.), ୧୬ା୫: କେନ୍ଦ୍ରାପଡା ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୧ ତାରିଖ ସୁଦ୍ଧା ୯ ଜଣ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏକକାଳୀନ ୧୩ ଓ ଶନିବାର ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଫଳରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚତ୍ଛି। ଆକ୍ରାନ୍ତମାନେ ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ଦୁଇଟି ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ କଟକ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ା ମାର୍ଶାଘାଇ ବଏଜ ହାଇସ୍କୁଲରୁ ଚିହ୍ନଟ ୩ ଆକ୍ରାନ୍ତ ବ୍ୟକ୍ତି ଗତ ୯ ତାରିଖରେ ଅହମ୍ମଦାବାଦରୁ ବସ୍‌ ଯୋଗେ ଫେରିଥିଲେ। ସେହିପରି ମହାକାଳପଡା ବଡକୂଳ ପଞ୍ଚାୟତ ଆଶ୍ରମ ବାଲିକୁଦା ଉଚ୍ଚ ବିଦ୍ୟାପୀଠରୁ ଚିହ୍ନଟ ବ୍ୟକ୍ତି ସାଇକେଲ ଯୋଗେ ସୁରଟରୁ ଫେରିଥିଲେ। ଏମାନଙ୍କ ସ୍ବାବ୍‌ ଟେଷ୍ଟିଂ ପରେ କରୋନା ପଜିଟିଭ୍‌ ଜଣାପଡିଥିଲା। ଆକ୍ରାନ୍ତଙ୍କ ସହ ରହୁଥିବା ଅବଶିଷ୍ଟ ପ୍ରବାସୀଙ୍କ ସ୍ବାବ୍‌ ଟେଷ୍ଟିଂ ପାଇଁ ପଠାଯାଇଥିବା ଜିଲାପାଳ ବର୍ମା କହିଛନ୍ତି। ସେ କହିଛନ୍ତି, ଆକ୍ରାନ୍ତମାନେ ସୁରଟ ଓ ଅହମ୍ମଦାବାଦରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବାରୁ ଗୋଷ୍ଠୀ ସଂକ୍ରମଣ ଭୟ ନାହିଁ। ଏଥିପାଇଁ କଣ୍ଟେନ୍‌ମେଣ୍ଟ ଜୋନର ଆବଶ୍ୟକତା ନାହିଁ। ଏହି କେନ୍ଦ୍ରକୁ ବିଶୋଧନ କରାଯାଉଛି। ସୂଚନାଯୋଗ୍ୟ, ଆଳି ଓ ରାଜନଗରର ଦୁଇଜଣ ଲେଖାଏ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ବ୍ଲକର ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ୫ ଜଣ, ରାଜକନିକାର ଜଣେ, କେନ୍ଦ୍ରାପଡ଼ାର ୪ ଜଣ ଓ ମହାକାଳପଡ଼ା ବ୍ଲକର ୮ କରୋନା ଆକ୍ରାନ୍ତ ବ୍ୟକ୍ତି ପୂର୍ବରୁ କଟକସ୍ଥିତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ା ଅପରପକ୍ଷରେ ଗତ ୪ ତାରିଖରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଭିନ୍ନ ରାଜ୍ୟରୁ ୭୭୩୬ ଜଣ ପ୍ରବାସୀ ଜିଲାକୁ ଫେରିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


All Right Reserved By Dharitri.Com

ବାଜିନି ପୌର ନିର୍ବାଚନ ବିଗୁଲ, ନେତା ହେଲେଣି ଚଳଚଞ୍ଚଳ

କେନ୍ଦ୍ରାପଡ଼ା ଅଫିସ, ୪-୯- ପୌର ନିର୍ବାଚନ ପାଇଁ କୌଣସି ସୂଚନା ମିଳିନାହିଁ ା ତେବେ କେନ୍ଦ୍ରାପଡା ପୌରାଞ୍ଚଳରେ ଏହାର ପଦଧ୍ୱନି ଦେଖିବାକୁ ମିଳିଲାଣି। ସହରାଞ୍ଚଳରେ ପ୍ରତ୍ୟେକ...

ଗୋବରୀ ଶାଖା ନାଳରୁ ମା’,ଝିଅଙ୍କ ମୃତଦେହ ଉଦ୍ଧାର

ମହାକାଳପଡ଼ା, ୬।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଧୀନ ଗଗୁଆ ଗ୍ରାମ ଜେନା ସାହି ନିକଟ ଗୋବରୀ ଶାଖା ନାଳରୁ ମଙ୍ଗଳବାର ସକାଳେ...

କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ: ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା ଅଫିସ,୧୮।୯: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମଣିକୁଣ୍ଡ ଛକରେ ଘଟିଥିବା ଗୁଳିକାଣ୍ଡରେ ବୁଧବାର ସକାଳେ ଜଣେ ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା, ୧୦ଜଣଙ୍କ ନାମରେ ମାମଲା

ମହାକାଳପଡ଼ା,୧୬।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଳିପାଳ ପଞ୍ଚାୟତ ବାଲିସାହି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଡେରାବିଶ,୧୭।୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଲକ ବସୁପୁର ପଞ୍ଚାୟତ ଜହ୍ନିମୂଳ ଗ୍ରାମରେ ଥିବା ଏକ ଗଛରୁ ଝୁଲୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ...

ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଉଥିବାବେଳେ ଧରାପଡିଲେ ଅଭିଯୁକ୍ତ

ପଟ୍ଟାମୁଣ୍ଡାଇ,୧୫।୧୦(ସ୍ବ.ପ୍ର.): ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଉଥିବାବେଳେ ଧରାପଡିଛନ୍ତି ଅଭିଯୁକ୍ତ। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ମଙ୍ଗଳବାର ସକାଳ ୯ଟାବେଳେ ସ୍ଥାନୀୟ ଚୂନଢିଅ ପ୍ରକଳ୍ପ ପ୍ରାଥମିକ...

ଆଦର୍ଶ ବିଦ୍ୟାର୍ଥୀ ସମ୍ମାନ: ଓଡ଼ିଶାରୁ ଶୁଭସ୍ମିତା

ରାଜନଗର, ୩୦।୯(ବଡି.ଏନ୍‌.ଏ.): ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ଭାରତରୁ ୧୦ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ କେନ୍ଦ୍ରାପଡ଼ା ଜିଲା ରାଜନଗର...

କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା: ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା, କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ

କେନ୍ଦ୍ରାପଡ଼ା ଅଫିସ,୮ା୫: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଶୁକ୍ରବାର ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏହି ଜିଲାରେ...

Leave a comment

Your email address will not be published. Required fields are marked *