୧୪ ଶ୍ରମିକଙ୍କୁ ବସ୍‌ରେ କଟକ ପଠାଇଲା ପୋଲିସ

ବାରଙ୍ଗ,୧୬ା୫(ଡି.ଏନ.ଏ): ଝାଡ଼ଖଣ୍ଡ ଯିବା ପାଇଁ ଶୁକ୍ରବାର ରାତିରେ ଚାଲିଚାଲି ଷ୍ଟେଶନ ଯାଉଥିବା ୧୪ଜଣ ପ୍ରବାସୀ ଶ୍ରମିକଙ୍କୁ ବାରଙ୍ଗ ଅଧୀନ ଗୋଡ଼ିସାହି ଫାଣ୍ଡି ପୋଲିସ ଅଟକ ରଖି ଶନିବାର ଏକ ବସ ଯୋଗେ କଟକ ପଠାଇଛି। ଏହି ଶ୍ରମିକମାନେ ଝାଡ଼ଖଣ୍ଡରୁ ଆସି ସ୍ଥାନୀୟ ଶ୍ରୀ ଶ୍ରୀ ୟୁନିଭରସିଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକଡାଉନରେ ସବୁ ବନ୍ଦ ହେବା ପରେ ନିଜ ରାଜ୍ୟକୁ ଯିବାକୁ ମନସ୍ଥ କରି ଶୁକ୍ରବାର ରାତିରେ ଚାଲିଚାଲି ନରାଜ-ମାର୍ଥାପୁର ଷ୍ଟେଶନକୁ ଯାଉଥିଲେ। ଫାଣ୍ଡି ପୋଲିସ ଦେଖି ସେମାନଙ୍କୁ ପଚାରିବାରେ ଝାଡ଼ଖଣ୍ଡ ଯିବା ନିମନ୍ତେ ଷ୍ଟେଶନକୁ ଯାଉଥିବାର କହିଥିଲେ। ଏହାପରେ ପୋଲିସ ସେମାନଙ୍କୁ ଫେରାଇନେଇ ଶ୍ରୀ ଶ୍ରୀ ୟୁନିଭରସିଟିରେ ରଖିବା ସହ ଶନିବାର ସକାଳେ ଏକ ବସ୍‌ ଯୋଗେ କଟକ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଛାଡ଼ିଥିବାର ଗୋଡିସାହି ଫାଣ୍ଡି ଅଧିକାରୀ ସୁବାସ ମଲ୍ଲିକ କହିଛନ୍ତି।


All Right Reserved By Dharitri.Com

ସମସ୍ୟା ଥିଲେ ଜଣାଅ: ଏସ୍‌ପି

ଅନୁଗୋଳ ଅଫିସ, ୨୯।୩ – ଲକ୍‌ଡାଉନ୍‌ ବେଳେ ଅନୁଗୋଳ ଜିଲାବାସୀଙ୍କୁ ସହାୟତା ପାଇଁ ପୋଲିସ ଓ ପ୍ରଶାସନ ସର୍ବଦା ପ୍ରସ୍ତୁତ ରହିଛି। ଯଦି କେହି କୌଣସି...

କେରଳରୁ ଫେରିବାକୁ ଦିନ ଗଣୁଛନ୍ତି ୩୦ ଓଡ଼ିଆ

କେନ୍ଦୁଝର,୩ା୫(ସ୍ବ.ପ୍ର.)-କରୋନା ଲକ୍‌ଡାଉନ ଯୋଗୁ କେରଳରେ ଫସିଥିବା ୩୦ ଓଡ଼ିଆ ଶ୍ରମିକ ଜନ୍ମ ସ୍ଥାନକୁ ଫେରିବା ପାଇଁ ଦିନ ଗଣୁଛନ୍ତି। ଏନେଇ ସେମାନେ କେନ୍ଦ୍ର ଓ ରାଜ୍ୟ...

ଜନପ୍ରତିନିଧିଙ୍କ ଆକ୍ରମଣରେ ଯୁବକ ଆହତ

ନୟାଗଡ଼ ଅଫିସ,୨୨ା୧୦: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗାତେରୀ ପଞ୍ଚାୟତର ଜନପ୍ରତିନିଧିଙ୍କ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ପଞ୍ଚାୟତ ଆଡ଼ିପଡ଼ା...

ବ୍ଳକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଦାରିଙ୍ଗବାଡି,୧୨।୯(ଡ.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ବ୍ଳକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ...

ପୁଓର ସୁଧିକାଯ୍‌ ଲାଗି ବଁଧା ପଡ଼ଲା ରାଶନକାର୍ଡ

ପର୍ଲା, ୨୩।୧ (ଡି.ଏନ୍‌.ଏ.)-  କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାର ସୁବାସ ଦୋରୁଆନ(୫୦) ଅନେକ ଦିନ୍‌ ହେଲା କୁଷ୍ଠ...

ମଉଳି ଗଲା ପିତାମାତାଙ୍କ ସ୍ବପ୍ନ: ପାଠପଢା ବୟସରେ ଦିବ୍ୟାଙ୍ଗ ହୋଇଗଲେ ପୁଅ

ନବରଙ୍ଗପୁର,୨୪।୬(ବି.ପ୍ର.)- ପୁଅ ପାଠ ପଢି ମଣିଷ ହେବ। ବାର୍ଦ୍ଧକ୍ୟ ବୟସରେ ସହାୟକ ହେବ। ଏଭଳି ଆଶା ରଖିଥିଲେ ମାଆ, ବାପା । କିନ୍ତୁ ସବୁ ଆଶା...

୨୪ ଘଣ୍ଟା ଭିତରେ ଧରା ପଡ଼ିଲେ ୫ ଡକାୟତ

ନୂଆପଡା ଅଫିସ,୧୬ା୪- କରୋନା ମୁକାବିଲା କାମରେ ପୋଲିସ ନିଦ ହଜି ଯାଇଛି। ହେଲେ ଅସାମାଜିକ ବ୍ୟକ୍ତି ଏହାର ସୁଯୋଗରେ ଅପରାଧିକ କାର୍ଯ୍ୟକଳାପ ଚଳାଇଛନ୍ତି। ନୂଆପଡ଼ା ଜିଲା...

ଜିଲାରୁ ୧୭୫ ବରିଷ୍ଠ ତୀର୍ଥଯାତ୍ରୀଙ୍କ ଋଷିକେଶ, ହରିଦ୍ୱାର ଯାତ୍ରା

କେନ୍ଦୁଝର,୧୨।୧୨(ସ୍ବ.ପ୍ର.) : ସରକାର ବରିଷ୍ଠ ନାଗରିକଙ୍କ ପାଇଁ କରିଥିବା ତୀର୍ଥକ୍ଷେତ୍ର ପରିଦର୍ଶନ ଯୋଜନାରେ କେନ୍ଦୁଝର ଜିଲାରୁ ୧୭୫ ଜଣ ଯାତ୍ରୀଙ୍କୁ ଚୟନ କରାଯାଇଛି। ଗୁରୁବାର ଏହି...

Leave a comment

Your email address will not be published. Required fields are marked *