୩ ଲକ୍ଷ ଟଙ୍କାରେ ଭଡା କରି ଆଣିଥିଲେ : ଅଧାବାଟରେ ୫୦ ପ୍ରବାସୀଙ୍କୁ ଛାଡି ଚାଲିଗଲା ବସ୍‌

ବାଲିଗୁଡା/କୋଟଗଡ,୧୬ା୫(ଡି.ଏନ୍‌.ଏ.)- ପୁଣି ସାମ୍ନାକୁ ଆସିଲା ପ୍ରବାସୀ ଓଡ଼ିଆଙ୍କ ଦୁଃଖ। ତାମିଲନାଡୁରୁ ବସ୍‌ ଭଡା କରି ୫୧ଜଣ ପ୍ରବାସୀ ଓଡ଼ିଆ କଳାହାଣ୍ଡି ଜିଲା ଏମ୍‌.ରାମପୁର ଫେରୁଥିବାବେଳେ ଶନିବାର କୋଟଗଡରେ ଓହ୍ଲାଇ ପଳାଇଛି ବସ୍‌। କୋଟଗଡ ବିଡିଓ ଓ ପୋଲିସ ପ୍ରବାସୀମାନଙ୍କ ଖାଇବା ବ୍ୟବସ୍ଥା କରିବା ସହ ବସ୍‌ରେ ଘର ଅଭିମୁଖେ ପଠାଇଛନ୍ତି।
ଲକ୍‌ଡାଉନ୍‌ ପରେ ତାମିଲନାଡୁରେ ଫସି ରହିଥିବା କଳାହାଣ୍ଡି ଜିଲା ଏମ୍‌.ରାମପୁରର ୫୧ ଜଣ ପ୍ରବାସୀ ଓଡ଼ିଆ ଏକ ବସ୍‌ ଭଡାକରି ଘର ଅଭିମୁଖେ ବାହାରିଥିଲେ। ଏନେଇ ୩ଲକ୍ଷ ୫୦ ହଜାର ଟଙ୍କା ସମ୍ପୃକ୍ତ ବସ୍‌ ମାଲିକଙ୍କୁ ଦେଇଥିଲେ। ଶନିବାର କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କୋଟଗଡ଼ ଥାନା ବଣ୍ଡାପିପିଲି ନିକଟରେ ଚାଳକ ବସ୍‌ରୁ ଓହ୍ଲାଇ ଦେଇଥିଲା। ସେମାନେ ଯେତିକି କିଲୋମିଟର କହିଥିଲେ ତାହା ହୋଇଯାଇଥିବାରୁ ଚାଳକ ଆଉ ଆଗକୁ ନେବାକୁ ମନା କରିଥିଲେ। ଉପାୟ ନପାଇ ସମସ୍ତ ପ୍ରବାସୀ ଚାଲିଚାଲି ଗଁା ଅଭିମୁଖେ ବାହାରିଥିଲେ। ଖବରପାଇ କୋଟଗଡ଼ ବିଡିଓ କୈଳାସ ଚନ୍ଦ୍ର ର୍ମୁର୍ମୁ ଓ ଥାନା ଅଧିକାରୀ ହରମୋହନ ନାୟକ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସମସ୍ତ ପ୍ରବାସୀଙ୍କୁ ନିକଟସ୍ଥ ଲାସେରୀ ସ୍କୁଲରେ ରଖିବାସହ ଶୁଖିଲା ଖାଦ୍ୟ ଓ ପାଣି ଦେଇଥିଲେ। ପରେ ଏକ ବସ୍‌ କରି ସମସ୍ତ ପ୍ରବାସୀଙ୍କୁ ଘର ଅଭିମୁଖେ ପଠାଇଥିଲେ।


All Right Reserved By Dharitri.Com

ମତ୍ସ୍ୟଜୀବୀଙ୍କ ପାଇଁ ୫ ବର୍ଷୀୟା ଯୋଜନା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଭାରତରେ ପାରମ୍ପରିକ କୃଷିକୁ ଛାଡ଼ି ଦେଲେ ଅନେକ ଲୋକ ମତ୍ସ୍ୟଜୀବୀ ଭାବେ ଜୀବିକା ନିର୍ବାହ କରିଥାନ୍ତି। କୃଷି ଭଳି ମତ୍ସ୍ୟଜୀବୀଙ୍କୁ ଅଧିକ ସଶକ୍ତୀକରଣ ସହ...

ହୋଲିରେ ମଦ୍ୟପଙ୍କ ଉପରେ ରହିବ କଡ଼ା ନଜର: ସହରରେ ମୁତୟନ ହେବ ୧୩ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର, ୮।୩(ବ୍ୟୁରୋ): ହୋଲିକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ବ୍ୟାପକ ପ୍ରସ୍ତୁତି ଚଳାଇଛି। ରାଜଧାନୀରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜିବ...

ଗାଁର ନାଁ କାମାରଗୁଡା: ୮କିମି ଗଲେ ଡାକ୍ତରଖାନା, ୧୫ କିମି ଗଲେ ପଞ୍ଚାୟତ କାର୍ଯ୍ୟାଳୟ

ଏମଭି ୭୯,୧୨ା୭: ମାଲକାନଗିରି ଜିଲା କାଲିମେଳା ବ୍ଲକ ପଶୁଗୁ ପଞ୍ଚାୟତର ଜିନେଲଗୁଡାଠାରୁ ୪ କିମି ଦୂରରେ ରହିଛି ଆଦିବାସୀ ଗାଁ କାମାରଗୁଡା। ସ୍ବାଧୀନତାର ଦୀର୍ଘ ବର୍ଷ...

ଐତିହ୍ୟ ସୁରକ୍ଷା ବିପର୍ଯ୍ୟସ୍ତ: ବେଆଇନ ନିର୍ମାଣ ଅଭିଯୋଗ ପରେ ବିଭାଗ ନୀରବ

ପୁରୁଣା ଭୁବନେଶ୍ୱର,୨ା୧୧(ଡି.ଏନ.ଏ.): ଐତିହ୍ୟ ସ୍ଥଳଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣରେ ଯେପରି ବାଧା ନ ଉପୁଜିବ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ପକ୍ଷରୁ ଅନେକ ନିୟମ ଓ...

କୃତୀ ଛାତ୍ରୀଛାତ୍ରଙ୍କୁ ଗଛ ଉପହାର

ସିମୁଳିଆ, ୧୫।୧୨(ଡି.ଏନ.ଏ.)-ସିମୁଳିଆ ବ୍ଲକ ମାର୍କୋଣା ରଘୁନାରାୟଣ ଉଚ୍ଚ ବିଦ୍ୟାଳୟର ୬୪ତମ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ଶନିବାର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ପରିସରରେ ଅନୁଷ୍ଠିତ...

ଏକତରଫା ପ୍ରେମରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମାରଣାସ୍ତ୍ରରେ ବାପା-ଝିଅଙ୍କୁ ଆକ୍ରମଣ

ଭଦ୍ରକ ଅଫିସ,୧।୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବଗଡ଼ିଆ ଛକରେ ଶନିବାର ରାତିରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ...

ସିଇଓଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ:ଯୋଗଦେଲେନି କଂଗ୍ରେସର ପ୍ରତିନିଧି

ଭୁବନେଶ୍ୱର, ୨୫-୯(ବ୍ୟୁରୋ):ବିଜେପୁର ଉପନିର୍ବାଚନ ନିମନ୍ତେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ...

ବାବୁଲିଙ୍କୁ ଗୁଳିମାଡ଼ ଘଟଣା: ୧୭ରେ ଜିଲା ବନ୍ଦ ଡାକରା, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଚିନ୍ତାରେ ପୋଲିସ

କେନ୍ଦ୍ରାପଡା ଅଫିସ, ୧୬ା୭- ଗତ ୧୩ ତାରିଖ ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ ସହରର ଦଣ୍ଡାମୁଣ୍ଡ ଛକଠାରେ ଗୁଳିମାଡ଼ ଘଟଣା ଜିଲା ପୋଲିସ ପାଇଁ ମୁଣ୍ଡବିନ୍ଧାର...

Leave a comment

Your email address will not be published. Required fields are marked *