ଜିଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା: ପ୍ରଥମ ଦିନରେ ପଢ଼ିଲେ ୩୦୦୯ ପିଲା

ରାୟଗଡ଼ା ଅଫିସ,୧୬ା୫: ରାୟଗଡ଼ାରେ ଆରମ୍ଭ ହେଲା ଇ-ସୁବିଦ୍ୟା । ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷକ ଗାଁକୁ ଯାଇ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦାରା ପ୍ରସ୍ତୁତ ଏହି ଅଭିଯାନ ମୁତାବକ ଶୁକ୍ରବାର ଜିଲାର ବିଭିନ୍ନ ଗ୍ରାମକୁ ଯାଇ କଲ୍ୟାଣ ବିଭାଗ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ ପ୍ରଦାନପୂର୍ବକ ଅଭିଯାନର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମେ’ ୧୫ରୁ ଜୁନ୍‌ ୧୭ ଯାଏ ଚାଲିବାକୁ ଥିବା ଏଇ କାର୍ଯ୍ୟକ୍ରମରେ ଜିଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ୧୧ଟି ବ୍ଲକରେ ଥିବା ୫୬୦ଟି ହଷ୍ଟେଲର୍‌ ୬୪୦୦୦ ପିଲା ଏଥିରେ ଉପକୃତ ହେବେ। କାର୍ଯ୍ୟକ୍ରମ ମୁତାବକ ପ୍ରତି ଶିକ୍ଷକ ସୋମବାରରୁ ଶୁକ୍ରବାର ୫ଟି ଗାଁକୁ ଯାଇ ଗାଁରେ ଥିବା ପିଲାଙ୍କୁ ୩ ଘଣ୍ଟା ବିଭିନ୍ନ ବିଷୟରେ ଶିକ୍ଷାଦାନ ଦେବେ। ଏଥିରେ ଗାଁରେ ଥିବା ଅନ୍ୟ ବିଭାଗୀୟ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ ଶିକ୍ଷକମାନେ ଶିକ୍ଷାଦାନ ଦେବେ । ଶୁକ୍ରବାର ଜିଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗରେ କର୍ମରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜ ନିଜ ବିଦ୍ୟାଳୟ ଆଖାପାଖରେ ଚିହ୍ନଟ ହୋଇଥିବା ଗାଁକୁ ଯାଇ ପ୍ରଥମେ ପିଲାଙ୍କ ତାଲିକା ପ୍ରସ୍ତୁତ କରିବା ସହ କୋଭିଡ୍‌ ୧୯ର ଭୟାଭୟତା ଓ ତା’ର ପ୍ରତିକାର ସମ୍ପର୍କରେ ଉଭୟ ପିଲା ଓ ଅଭିଭାକମାନଙ୍କୁ ବୁଝାଇ ଥିଲେ। ପରେ ପ୍ରଥମରୁ ପଞ୍ଚମ ଏବଂ ଷଷ୍ଠରୁ ସପ୍ତମ ଶ୍ରେଣୀ ଅନୁଯାୟୀ ପ୍ରସ୍ତୁତ କନିଷ୍ଠ ଓ ବରିଷ୍ଠ ବର୍ଗର ପିଲାଙ୍କୁ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ, ଇଂରାଜୀ ଆଦି ବିଷୟରେ ଶିକ୍ଷାଦନ ସହ ପ୍ରକଳ୍ପ କାର୍ଯ୍ୟ ପ୍ରଦାନ କରିଥିଲେ। ପ୍ରଥମ ଦିନରେ ୨୦୩ ଜଣ ଶିକ୍ଷକ ଜିଲାର ୨୦୩ଟି ଗ୍ରାମକୁ ଯାଇ ୩୦୦୯ ଜଣ ପିଲାଙ୍କୁ ଶିକ୍ଷାଦାନ କରିଛନ୍ତି ।


All Right Reserved By Dharitri.Com

ଗ୍ରାମ ଶ୍ମଶାନରେ ଜଳିଲା ୩ ଶ୍ରମିକଙ୍କ ଜୁଇ

ରସୁଲପୁର,୨୬।୨(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ଗ୍ରାମ ମଙ୍ଗଳବାର ଲୋକାରଣ୍ୟ ହୋଇଉଠିଥିଲା। ଗତ ଶନିବାର ଗୁଜରାଟ ଅହମ୍ମଦାବାଦସ୍ଥିତ ଓଧାବ୍‌ ଜିଆଇଡିସି ଅଞ୍ଚଳର ଏକ କପଡ଼ା...

ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ

ବନ୍ତ, ୧୧।୧ (ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକର ୧୪ଟି ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।...

ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବଦଳୁନି ସୂଚନାବୋର୍ଡ

ଝୁମ୍ପୁରା, ୨୪।୬(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନାର ଅଧିକାର ଅଧିନିୟମ-୨୦୦୫ର ଲେଖାଥିବା ସୂଚନା ବୋର୍ଡରେ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନାମ ଲେଖା ନ ଥିବାବେଳେ, ଜନ...

ମା’ର ମୃତଦେହକୁ କାନ୍ଧଦେଲେନି ପୁଅ: ପୋଲିସ ଉପସ୍ଥିତିରେ ଅନ୍ତିମ ସଂସ୍କାର କଲେ ଗ୍ରାମବାସୀ

ଛେଣ୍ଡିପଦା,୧।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ମାଛକୁଟା ପଞ୍ଚାୟତରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ମା’ର ଅନ୍ତିମ ସଂସ୍କାର ପାଇଁ ନିଜ ପୁଅ...

ଚିତି ସାପ କାମୁଡ଼ାରେ ମହିଳା ମୃତ

କେନ୍ଦୁଝର, ୨୫ା୬ (ସ୍ବ.ପ୍ର.)-ବିଷାକ୍ତ ସାପ କାମୁଡ଼ାରେ ଆଉ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ନିରାଶ ମୁଣ୍ଡା (୩୦)। ଘର ବାଉଁଶୂଳୀ ଗ୍ରାମରେ ବୋଲି...

କେସିଙ୍ଗାରେ ୭୧ ତମ ସାଧାରଣତନ୍ତ୍ର ଦିବସ

କେସିଙ୍ଗା,୨୬।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବିଦ୍ୟାପୀଠ ଖେଳପଡ଼ିଆ ପରିସରରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି...

ନିଜାମୁଦ୍ଦିନ ଫେରନ୍ତାଙ୍କ ଉପରେ ନଜର

ବାରିପଦା ଅଫିସ,୪।୪: ନିଜାମୁଦ୍ଦିନରୁ ଫେରିଥିବା ମୟୂରଭଞ୍ଜ ଜିଲା ବାରିପଦା ଅଞ୍ଚଳର ୫ ପରିବାରର ରକ୍ତ ନମୂନା ପରୀକ୍ଷା ପାଇଁ ପଠା ଯାଇଛି। ଜିଲା ପ୍ରଶାସନ ପକ୍ଷରୁ...

ଗଞ୍ଜାମରେ ବଢ଼ି ଚାଲିଛି ସାଇବର ଠକେଇ: ଛାତ୍ରଙ୍କ ଆକାଉଣ୍ଟରୁ ଲକ୍ଷେ ଗାଏବ

ବ୍ରହ୍ମପୁର ଅଫିସ ,୯।୧୧ – ଗ୍ରାହକଙ୍କ ପାଖରେ ଅଛି ଏଟିଏମ କାର୍ଡ। କାର୍ଡ ନମ୍ବର କାହାରିକୁ ଦିଆଯାଇନାହିଁ କି ପିନ୍‌ ନମ୍ବର ମଧ୍ୟ କେହି ଜାଣି...

Leave a comment

Your email address will not be published. Required fields are marked *