ଉତ୍ତରାଞ୍ଚଳ ଆର୍‌ଡିସିଙ୍କ ଝାରସୁଗୁଡ଼ା ଗସ୍ତ: କୋଭିଡ୍‌ କେନ୍ଦ୍ର ପରିଦର୍ଶନ

ଲଖନପୁର,୧୬ା୫(ଡି.ଏନ୍‌.ଏ.) : ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏହାର ତଦାରଖ ପାଇଁ ସରକାର କେତେକ ବରିଷ୍ଠ ଆଇଏଏସ୍‌ଙ୍କୁ ନିୟୋଜିତ କରିଛନ୍ତି। ବରିଷ୍ଠ ଆଇଏଏସ୍‌ଙ୍କ ମଧ୍ୟରେ ଉତ୍ତରାଞ୍ଚଳ ଆର୍‌ଡିସି ନିରଞ୍ଜନ ସାହୁ ଝାରସୁଗୁଡା ଦାୟିତ୍ୱରେ ରହିଛନ୍ତି। ଏଥିମଧ୍ୟରେ ଆର୍‌ଡିସି ସାହୁ ଶନିବାର ଝାରସୁଗୁଡା ଜିଲା ଗସ୍ତରେ ଆସି ଓଡ଼ିଶା ଛତିଶଗଡ଼ ସୀମାନ୍ତ କନକତୋରାରେ ପହଞ୍ଚି କରୋନା ସଂକ୍ରମଣ ନିୟନ୍ତ୍ରଣ ଉପରେ ତଦାରଖ କରିଛନ୍ତି। ପ୍ରବାସୀ ଓଡ଼ିଆଙ୍କ ଏହା ପ୍ରବେଶପଥ ହୋଇଥିବାବେଳେ ଏଠାରେ ସ୍ବାସ୍ଥ୍ୟ ବିଭାଗ,ପୋଲିସ୍‌ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ସ୍ବତନ୍ତ୍ର କ୍ୟାମ୍ପ୍‌ କରି ଜଗି ରହିଛନ୍ତି। ଏଠାରେ ପ୍ରବାସୀ ଓଡ଼ିଆଙ୍କ ନାମ ପଞ୍ଜୀକରଣ କରିବା ସହ ହାତରେ ଷ୍ଟାମ୍ପିଂ କରାଯାଉଛି। ଏସବୁ କାର୍ଯ୍ୟ କିଭଳି ଚାଲିଛି ଏ ସମ୍ପର୍କରେ ଆର୍‌ଡିସି ପଚାରି ବୁଝିଥିଲେ। ଏସମ୍ପର୍କରେ ଜିଲାପାଳ ସରୋଜ କୁମାର ସାମଲ,ଏସ୍‌ପି ରାହୁଲ ଆର୍‌ପି, ପିଡିଡିଆର୍‌ଡିଏ ତପିରାମ ମାଝି, ବିଡିଓ ସଞ୍ଜୀବ ପଟେଲ,ଏସ୍‌ଡିପିଓ ଦିଲୀପ ଦାସ ଓ ଆଇଆଇସି ଦାନୀୟଲ କେର୍କେଟା ପ୍ରମୁଖ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଆର୍‌ଡିସି ଲଖନପୁର ବ୍ଲକ୍‌ ୧୯ ଖଣ୍ଡ ମୌଜା ଗସ୍ତକରି ପିଥିଣ୍ଡା ଗ୍ରାମରେ ହୋଇଥିବା ପନିପରିବା ଚାଷ ପରିଦର୍ଶନ କରିଥିଲେ। ଏ ସମ୍ପର୍କରେ କୃଷି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।


All Right Reserved By Dharitri.Com

ତୋଟାବନ୍ଧ ସାହିର ୨୫ ପରିବାରଙ୍କୁ ଥଇଥାନ ଦାବି: ବିଏମ୍‌ସି ଦ୍ୱାରସ୍ଥ ହେଲେ ଉଚ୍ଛେଦ ପରିବାର

ବ୍ରହ୍ମପୁର ଅଫିସ,୨୨ା୧୦-ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାସ୍ତା ପ୍ରଶସ୍ତୀକରଣ ନେଇ ଶନିବାର ଓ ରବିବାର ହୋଇଥିବା ଉଚ୍ଛେଦରେ ଅନେକ ପରିବାର ବାସହରା ହୋଇଛନ୍ତି। ଉଚ୍ଛେଦରେ ବିଏମ୍‌ସିର...

ଛାତ୍ରୀଙ୍କ ମୃତ୍ୟୁ ନେଇ ଉତ୍ତେଜନା

କପ୍ତିପଦା,୩୦।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧିନସ୍ଥ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତା ଛାତ୍ରୀ ଜଣକ ହେଲେ...

ଭୋଟିଂ ବନ୍ଦ, ରି-ପୋଲିଂ ପାଇଁ ଚିଠି ଲେଖିଲେ ରିଟର୍ଣ୍ଣି ଅଫିସର

ସୁନ୍ଦରଗଡ଼,୧୮।୪: ସୁନ୍ଦରଗଡ଼ରେ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ଆରମ୍ଭ ହୋଇଥିଲା। ହେଲେ ଇଭିଏମ ତୃଟି ପାଇଁ ସକାଳୁ ଭୋଟ ଗ୍ରହଣ...

ଡ୍ରେସ କୋଡ ପରିବର୍ତ୍ତନ ନେଇ ଅସନ୍ତୋଷ : ଜିଲାପାଳଙ୍କୁ ଭେଟିଲେ ଛାତ୍ର ପ୍ରତିନିଧି ଦଳ

ଭବାନୀପାଟଣା,୧୧।୮(ଡି.ଏନ.ଏ.) ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଶନିବାର ଛାତ୍ର ପ୍ରତିନିଧି ଦଳ କଳାହାଣ୍ଡି ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କୁ ସାକ୍ଷାତ...

ବଳାତ୍କାର ମାମଲା: ଅଭିଯୁକ୍ତ ବଳଙ୍ଗା ଥାନା ଏଏସ୍‌ଆଇ ଗିରଫ

ପୁରୀ ଅଫିସ, ୩ା୧: ପୁରୀ ଜିଲା ବଳଙ୍ଗା ଥାନାର ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶଙ୍କ ନାମରେ ଜଣେ ବିବାହିତା ମହିଳା ଗୁରୁବାର ବଳାତ୍କାର ଅଭିଯୋଗ ଆଣିଥିଲେ। ଏ...

ନିରାଶ୍ରୟଙ୍କ ସାହାରା ସାଜିଲେ ଯୁବକ

ମାର୍ଶାଘାଇ, ୨୯।୩ (ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରାଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ କରାଯାଇଛି। ଓଷଧ, ପନିପରିବା, ମାଛ, ମାଂସ ଆଦି...

ମହନୀୟତା ଦେଖାଇଲେ ନଳିନୀ: ଏଟିଏମ୍‌ କାଉଣ୍ଟରରୁ ମିଳିଥିବା ଟଙ୍କା ବ୍ୟାଙ୍କରେ ଫେରାଇଲେ

ଭଦ୍ରକ ଅଫିସ, ୨୬ା୨- ମହନୀୟତା ଦେଖାଇଲେ ନଳିନୀକାନ୍ତ ପଣ୍ଡା। ଯଦିଓ ସେ ଜଣେ ମୋବାଇଲ ଦୋକାନୀ କିନ୍ତୁ ତାଙ୍କ ମାନବିକତାକୁ ନେଇ ଭଦ୍ରକ ସହରରେ ଚର୍ଚ୍ଚା...

ଚିଙ୍ଗୁଡି ଘେରି ଉଚ୍ଛେଦ ମାମଲା: ପକ୍ଷଭୁକ୍ତ ହେଲା ମତ୍ସ୍ୟଜୀବୀ ସମବାୟ ସମିତି

କଟକ ଅଫିସ, ୭ା୧- ଚିଙ୍ଗୁଡ଼ି ଘେରି ଉଚ୍ଛେଦ ମାମଲାରେ ସ୍ଥିତି ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ଜିଲାପାଳମାନଙ୍କୁ ଆଦେଶ ହୋଇଛି। ଆସନ୍ତା ୨୭...

Leave a comment

Your email address will not be published. Required fields are marked *