ଉବ୍ଦିଦ ବିଜ୍ଞାନ ସମ୍ମାନରେ ପ୍ରୀତିସୁଧା ଟପ୍ପର

ରୂପ୍‌ସା, ୧୩।୬(ଡି.ଏନ.ଏ.)-ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଉବ୍ଦିଦ ବିଜ୍ଞାନ ସମ୍ମାନରେ ଚଳିତବର୍ଷ ଛାତ୍ରୀ ପ୍ରୀତିସୁଧା ମହାପାତ୍ର ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ା ବାଲେଶ୍ୱର ଜିଲା ରୂପ୍‌ସା ଥାନା ରାଉତପଡା ପଞ୍ଚାୟତ ଅନ୍ତର୍ଗତ ବାରହାପାଳ ଗ୍ରାମର ବାପା ଯୋଗେଶ୍ୱର ମହାପାତ୍ର ଓ ମା’ ବୃନ୍ଦାବତୀ ମହାପାତ୍ରଙ୍କ କନ୍ୟା ପ୍ରୀତିସୁଧା। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଭୂପାଳ ଚନ୍ଦ୍ର ମହାପାତ୍ରଙ୍କର ସେ ନାତୁଣୀ। ପରୀକ୍ଷାରେ କୃତୀତ୍ୱ ଅର୍ଜନ ପାଇଁ ସେ ଦିନକୁ ୫ରୁ ୬ଘଣ୍ଟା ପରିଶ୍ରମ କରୁଥିଲେ ା ସେ ଏହି ସଫଳତା ପାଇଁ ଅଧ୍ୟାପିକା, ଅଧ୍ୟାପକ ଓ ମା’ ବାପାଙ୍କୁ ଶ୍ରେୟ ଦେଇଛନ୍ତି ା ଭବିଷ୍ୟତରେ ପ୍ରୀତିସୁଧା ଜଣେ ଆଇଏଏସ୍‌ ଅଫିସର ହୋଇ ଜନସାଧାରଣଙ୍କର ସେବା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ବାପା ଯୋଗେଶ୍ୱର ଜଣେ ବ୍ୟାଙ୍କ ଅଫିସର ଓ ମା’ ବୃନ୍ଦାବତୀ ଜଣେ ଗୃହିଣୀ। ମା’ବାପା ଓ ଜେଜେବାପାଙ୍କ ଆଦର୍ଶ ଓ ପ୍ରେରଣା ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ସହାୟକ ହେବ ବୋଲି ପ୍ରୀତିସୁଧା ଆଶ ରଖିଛନ୍ତି ା


All Right Reserved By Dharitri.Com

ବିଜ୍ଞାନ ସମ୍ବନ୍ଧୀୟ ଚଳଚ୍ଚିତ୍ର ଦେଖିଲେ ଛାତ୍ରୀଛାତ୍ର

ଭୁବନେଶ୍ୱର,୬।୧୧(ବ୍ୟୁରୋ):ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ବିଜ୍ଞାନ ଚଳଚ୍ଚିତ୍ର ଉତ୍ସବ। ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ମଧ୍ୟରେ ବିଜ୍ଞାନ ସମ୍ବନ୍ଧୀୟ ଦୁଇଟି...

ଗୋଟିଏ ନୃତ୍ୟରେ ଦୁଇଟି ରାଜ୍ୟର ସଂସ୍କୃତି

କଟକ ଅଫିସ,୧୬।୧୧: ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶ୍ରୀଜନ ଛାନ୍ଦ ଡ୍ୟାନ୍ସ ଗ୍ରୁପର ଗୋଟିଏ ନୃତ୍ୟରେ ଦୁଇଟି ରାଜ୍ୟର ସଂସ୍କୃତି ଓ...

୭ଥର ଜେରା ହୋଇଥିଲେ ଆଶୀର୍ବାଦ

ଭୁବନେଶ୍ୱର, ୨୦-୯ (ବ୍ୟୁରୋ):ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ସଂସ୍ଥା (ଏଟି ଗ୍ରୁପ୍‌) ମହାଠକେଇ ମାମଲାରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗୁରୁବାର ଗିରଫ...

ତନିଷ୍କର ରଥଯାତ୍ରା ଅଫର

ଭୁବନେଶ୍ୱର,୬ା୭: ଗ୍ରାହକଙ୍କ ରଥଯାତ୍ରା ଶପିଂକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଦେଶର ଭରସାଯୋଗ୍ୟ ଗହଣା ବ୍ରାଣ୍ଡ ତନିଷ୍କ ପକ୍ଷରୁ ରଥଯାତ୍ରା ଅଫର ଆରମ୍ଭ ହୋଇଛି। ଏହି...

କୋହଳ ହେବନାହିଁ ଟ୍ରାଫିକ୍‌ ଜରିମାନା: ମନ୍ତ୍ରୀ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ଆଉ କୋହଳ ହେବନାହିଁ ଟ୍ରାଫିକ୍‌ ଜରିମାନା। ଏବେ ଲୋକମାନେ ସଚେତନ ହେବା ଆରମ୍ଭ କଲେଣି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ତେବେ...

ଆପ୍ରେଣ୍ଟିସ୍‌ଶିପ୍‌ ପ୍ରଶିକ୍ଷଣ ନେବେ ୭ହଜାର ଯୁବତୀଯୁବକ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ରାଜ୍ୟ ସରକାର ଚଳିତବର୍ଷ ୭ହଜାର ଆପ୍ରେଣ୍ଟିସ୍‌ଶିପ୍‌ ବା ଶିକ୍ଷାନବିସ୍‌୍‌ ପ୍ରଶିକ୍ଷଣ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨,୮୩୫ ଆପ୍ରେଣ୍ଟିସ୍‌ଶିପ୍‌ ସଂସ୍ଥା ପଞ୍ଜୀକୃତ...

ଗାୟକ ହେବେ ତାରା: ‘ଛି ଛି’ ଗୀତରେ ସରକାରଙ୍କୁ କରିବେ ଟାର୍ଗେଟ

ଜୟପୁର,୨୯।୧୨(ଡି.ଏନ୍‌.ଏ.): ଜୟପୁରରୁ ନେଇ ଭୁବନେଶ୍ୱର, ସବୁଠି ରହିଛି ତାରାପ୍ରସାଦ ବାହିନୀପତିଙ୍କ ଦବ୍‌ଦବା। ପୋଲିସରୁ ନେତା ସାଜିଥିବା ତାରା ନିଜର ଅଜବ ଓ ଖିଆଲି ଅନ୍ଦାଜ ପାଇଁ...

ଛାତ୍ର ସଂସଦ ନିର୍ବାଚନ: ମୁହାଁମୁହିଁ ହେବେ ଏବିଭିପି-ଛାତ୍ର ବିଜେଡି

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ସେପ୍ଟେମ୍ବର ଶେଷ ସପ୍ତାହରେ ରାଜ୍ୟରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ। ଯୁକ୍ତ ୩ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ସେପ୍ଟେମ୍ବର ତୃତୀୟ ସପ୍ତାହରୁ...

Leave a comment

Your email address will not be published. Required fields are marked *