ସୁପରଭାଇଜରଙ୍କ ମୃତ୍ୟୁକୁ ନେଇ କଣିହାଁ ଏନ୍‌ଟିପିସିରେ ଉତ୍ତେଜନା, ନିଯୁକ୍ତି ସହ କ୍ଷତିପୂରଣ ଦାବି

ତାଳଚେର,୬।୫(ନି.ପ୍ର.): ଅନୁଗୋଳ ଜିଲା କଣିହାଁ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ପାଉଁଶ ପୋଖରୀରେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହର କିଛି ଅଂଶ ସହ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କର ପରିଚୟ ମିଳିଛି। ମୃତକ ହେଲେ କଣିହାଁ ଥାନା କାକୁଡ଼ିଆ ଗ୍ରାମର ରୁଲୁ ସାହୁ(୩୮)। ସେ ଏକ ଠିକା ସଂସ୍ଥାରେ ସୁପରଭାଇଜର ଭାବେ କାମ କରୁଥିଲେ। ତେବେ ପୋଖରୀରେ କାମ ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ଖବର ପାଇ କଣିହାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି ପୋଲିସ କହିଛି। ମୃତକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ସହ କ୍ଷତିପୂରଣ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି। ଖବର ଲେଖାଯିବା ବେଳକୁ ସେଠାରେ ପାଲଲହଡ଼ା ବିଧାୟକ ମୁକେଶ ପାଲ ପହଞ୍ଚଥିବା ସୂଚନା ମିଳିଛି।


All Right Reserved By Dharitri.Com

ପାରିବାରିକ କଳହର କରୁଣ ପରିଣତି: ଭାଉଜଙ୍କୁ ହାଣି ହତ୍ୟାକଲେ ଦିଅର

ଢେଙ୍କାନାଳ ଅଫିସ,୫।୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଖୁଣ୍ଟୁଝରି ଗ୍ରାମରେ। ମଙ୍ଗଳବାର ସକାଳେ ଦିଅରଙ୍କ କାତି...

ପୁଣି ବଢ଼ିଲା ଡ୍ୟାନ୍ସ ବାର୍‌ ଅଡ଼ୁଆ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ଭୁବନେଶ୍ୱରରେ ପୁଣି ଖୋଲିବାକୁ ଆଶା ବାନ୍ଧିଥିବା ଡ୍ୟାନ୍ସ ବାର୍‌ ପାଇଁ ଏକ ବଡ଼ ଝଟକା ଲାଗିଛି। ବାର୍‌ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ନ...

ମାଲକାନଗିରି ସହରରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ: ନ ଫାଟି ଝୁଲିରହିଛି କେଶର

ମାଲକାନଗିରି,୧୩।୯(ଡି.ଏନ୍‌.ଏ): ମାଲକାନଗିରି ଜିଲା ସଦରମହକୁମାରେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଆତଙ୍କ ଦେଖାଦେଇଛି । ହାଇଟେକ୍‌ କଲୋନୀର ଦିଗାମ୍ବର ବେହେରା ଶୁକ୍ରବାର ବଜାରରୁ ଅଣ୍ଡା କିଣିଥିଲେ। ତେବେ...

ମାସ୍କ ନ ପିନ୍ଧିବାରୁ ଜରିମାନା

ଫିରିଙ୍ଗିଆ, ୧୫ା୪- କରୋନା ପ୍ରତିହତ ପାଇଁ ମାକ୍ସ ପିନ୍ଧିବା ଜରୁରୀ ବୋଲି କିଛି ଦିନ ତଳେ ରାଜ୍ୟ ସରକାର ଘୋଷଣା କରିଥିଲେ ା ଏହାର ଖିଲାପ...

୫ ବାତ୍ୟା ନିରୋଧକ ଘର ସିଲ୍‌ କଲା ପ୍ରଶାସନ

ଚିକିଟି,୨୧ା୭(ଡି.ଏନ.ଏ.)-ଚିକିଟି ବ୍ଲକ୍‌ରେ କତୁରୁ ପଞ୍ଚାୟତର ଚନ୍ଦନବାଡ ଓ ସୋରଳ ପଞ୍ଚାୟତର ସୋରଳ ଗଁାରେ ଜିଲା ପ୍ରଶାସନ ଓ ବ୍ଲକ୍‌ ପ୍ରଶାସନ ମିଳିତ ଆନୁକୂଲ୍ୟରେ ଗତ ଗୁରୁବାର...

ସବୁଠି ଧାନର ଅଭାବୀ ବିକ୍ରି: ଏଯାବତ୍‌ ଖୋଲୁ ନାହିଁ ସରକାରୀ ଧାନମଣ୍ଡି

ରୂପ୍‌ସା,୯।୧୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ସଦର ଓ ବସ୍ତା ବ୍ଲକରେ ଧାନର ଅଭାବୀ ବିକ୍ରି ଦେଖାଦେଇଛି। ଏଯାବତ୍‌ ସରକାରୀ ଧାନ ମଣ୍ଡି ଖୋଲି ନ ଥିବାରୁ...

୧୫ ରାଉଣ୍ଡ: ଆଗରେ ଭାଜପା ପ୍ରାର୍ଥୀ

ବାଲେଶ୍ୱର ଅଫିସ, ୨୩ା୫-ବାଲେଶ୍ୱର ଲୋକସଭା ଆସନରେ ୧୫ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ୨ ଲକ୍ଷ ୨ ହଜାର ୬୯୪ ଭୋଟ ପାଇଥିବା ବେଳେ ବିଜେଡି...

ବଲାଙ୍ଗୀର ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍‌, ଓହ୍ଲାଇଲେ ୨୨୫ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୬ା୫- ବଲାଙ୍ଗୀର ରେଳଷ୍ଟେଶନରେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ତାମିଲନାଡୁର କୋଏମ୍ବାଟୁରଠାରୁ ବାଲେଶ୍ୱର ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିଥିଲା। ଏହି ଷ୍ଟେଶନ୍‌ରେ...

Leave a comment

Your email address will not be published. Required fields are marked *