୧୦ କିଲୋମିଟର ଚାଲି ଚାଲି ଯାଇ ପେନସନ୍‌ ଟଙ୍କାରୁ ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ କଲେ ୮୦ ବର୍ଷୀୟ ବୃଦ୍ଧା

ରୁଦ୍ରପ୍ରୟାଗ,୧୬।୫: କରୋନା ସଂକ୍ରମଣ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଉତ୍ତରାଖଣ୍ଡ ଅଗସ୍ତମୁନୀର ୮୦ ବର୍ଷୀୟ ବୃଦ୍ଧା ଦର୍ଶନୀ ଦେବୀ। ଡୋଭା-ଡଡୋଲି ଗାଁରେ ରହୁଥିବା ଏହି ବରିଷ୍ଠ ନାଗରିକ ଜଣକ ନିଜର ପେନସନ୍‌ ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ କରିବାକୁ ଦୀର୍ଘ ୧୦ କିଲୋମିଟର ଚାଲି ଚାଲି ଯାଇଛନ୍ତି। ଏହି ବୀରାଙ୍ଗନାଙ୍କ ସ୍ବାମୀ କୁବତର ସିଂ ସୌଥାଣା ୧୯୬୫ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଶହୀଦ ହୋଇଯାଇଥିଲେ। ଅନ୍ୟପଟେ ଦର୍ଶନୀଙ୍କର କୌଣସି ସନ୍ତାନ ସନ୍ତତି ମଧ୍ୟ ନାହାନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଦର୍ଶନୀ ନିଜ ଘରୁ ବାହାରି ପ୍ରାୟ ୧୦ କିଲୋମିଟର ଚାଲି ଚାଲି ଯାଇ ଅଗସ୍ତମୁନିରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ପହଞ୍ଚିଥିଲେ। ଏହାପରେ ସେ ନିଜ ପେନସନ୍‌ ଟଙ୍କାରୁ ୨ ଲକ୍ଷ ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ କରିଥିଲେ। ସେ କହିଛନ୍ତି କରୋନା ମାହାମାରୀ ସହ ଦେଶ ଲଢୁଥିବା ବେଳେ ଅନେକ ଲୋକ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ କିଛି ନା କିଛି ଦାନ କରୁଛନ୍ତି ତେଣୁ ସେ ବି ଏଥିରେ ସାମିଲ ହେବାକୁ ସ୍ଥିର କରିଥିଲେ ଓ ପିଏମ୍‌ କେୟାର୍ସ ଫଣ୍ଡକୁ ୨ ଲକ୍ଷ ଟଙ୍କା ଦାନ କରିଛନ୍ତି ବୋଲି କହିଛନ୍ତି।


All Right Reserved By Dharitri.Com

ମୋଦିଙ୍କ ହାତ ଛାଡିଲେ ହେବ ସତ୍ୟାନାଶ: ଫଡ଼ନବିଶ

ନାଗପୁର,୩।୮: ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଏବେ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଜନାଦେଶ ଯାତ୍ରାରେ ବାହାରିଛନ୍ତି। ଶୁକ୍ରବାର ସେ...

ସୁସ୍ଥ ହେଲେ ଦିଲ୍ଲୀର ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି

ନୂଆଦିଲ୍ଲୀ,୧୫।୩: ରାଜଧାନୀ ଦିଲ୍ଲୀର ମୟୁର ବିହାର ଫେଜ ୨ରେ ରହୁଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତି କୋଭିଡ- ୧୯ରେ ପୀଡ଼ିତ ଥିବା ପ୍ରଥମେ ଚିହ୍ନଟ କରାଯାଇଥିଲା।...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର୍‌: ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ବଳାତ୍କାର ପରେ ୯ ମହିଳାଙ୍କୁ ଜଳାଇ ହତ୍ୟା ଅଭିଯୋଗ; ପୋଲିସ ପକ୍ଷରୁ ସୂଚନା

ହାଇଦ୍ରାବାଦ୍‌,୧୮।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ମାମଲାରେ ସ୍ଥାନୀୟ ପୋଲିସ ପକ୍ଷରୁ ବିସ୍ଫୋରକ ବୟାନ ଦିଆଯାଇଛି। ଏନ୍‌କାଉଣ୍ଟର ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ବଳାତ୍କାର...

ହରିୟାଣା-ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା: ହେବ ପ୍ରଥମ ପ୍ଲାଷ୍ଟିକ୍‌ ମୁକ୍ତ ନିର୍ବାଚନ

ନୂଆଦିଲ୍ଲୀ, ୨୧।୯: ହରିୟାଣା-ମହାରାଷ୍ଟ୍ର ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି। ଶନିବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ଘୋଷଣା ହୋଇଛି। ଦୁଇ ରାଜ୍ୟରେ ଅକ୍ଟୋବର ୨୧ରେ...

ଜାରି ହେଲା ସୂର୍ଯ୍ୟର ସ୍ପଷ୍ଟ ଫଟୋ: ଝଟକୁଛି ଦାନାଦାର ସୁନା କଣିକା

ହଓ୍ବାଇ,୩୦।୧: ସୂର୍ଯ୍ୟର ସ୍ପଷ୍ଟ ଫଟୋକୁ ଆମେରିକା ଜାରି କରିଛି। ଏହାକୁ ହାଓ୍ବାଇର ନ୍ୟାସନାଲ୍‌ ସାଇନ୍ସ୍‌ ଫାଉଣ୍ଡେଶନ ପକ୍ଷରୁ ଡେନିୟଲ କେ ଇନୋୟ ଟେଲିସ୍କୋପ୍‌ ଦ୍ୱାରା ଉତ୍ତୋଳନ...

ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଦାନ କଲେ ୧.୨୫ କୋଟି ଟଙ୍କା

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀକୁ ନେଇ ସାରା ବିଶ୍ୱରେ ସଂଘର୍ଷ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସମସ୍ତେ ଏବେ ସହାୟତାର ହାତ ବଢ଼ାଇଛନ୍ତି।...

୩ଦିନ ପର୍ଯ୍ୟନ୍ତ ସୁଶାସନର ଶିକ୍ଷା ନେବେ ଯୋଗୀଙ୍କ ମନ୍ତ୍ରୀ

ଲକ୍ଷ୍ନୌ,୮।୯: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମାନେ ଲକ୍ଷ୍ନୌର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ(ଆଇଆଇଏମ୍‌)ରେ ରବିବାରଠାରୁ ୩ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।...

ଅବୁଝା ବିଲେଇର ମନ ମାନଚିତ୍ର

ଓଣ୍ଟାରିଓ: ଗୃହପାଳିତ ପ୍ରାଣୀ ବିଲେଇଙ୍କୁ କିଏ ବା ନ ଜାଣେ। କେଉଁ ଆବହମାନ କାଳରୁ ଏହି ପୋଷା ଜୀବ ମଣିଷ ସହିତ ରହିଆସିଛି। ହେଲେ ବିଲେଇର...

Leave a comment

Your email address will not be published. Required fields are marked *