ଘରକୁ ଫେରିବା ପାଇଁ ସାଇକେଲ ଚୋରିକଲେ ପ୍ରବାସୀ ଶ୍ରମିକ: ଚିଠି ଲେଖି କ୍ଷମା ବି ମାଗିଲେ

ଲକ୍ଷ୍ନୌ,୧୬।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏହାଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ଘରକୁ ଫେରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିକଟରେ ରାଜସ୍ଥାନରେ ଶ୍ରମିକ ଭାବେ କାମ କରୁଥିବା ଉତ୍ତରପ୍ରଦେଶ ବରେଲୀର ମହମ୍ମଦ ଇକ୍‌ବାଲ ଘରକୁ ଫେରିବା ପାଇଁ ସାଇକେଲ ଚୋରି କରିଛନ୍ତି। ପାଖରେ ଟଙ୍କା ନ ଥିବାରୁ ସେ ଏପରି କରିଛନ୍ତି। ତେବେ ସାଇକେଲ ମାଲିକ ସାହିବ ସିଂଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି କ୍ଷମାପ୍ରାର୍ଥନା ମଧ୍ୟ କରିଛନ୍ତି। ପାଖରେ ଟଙ୍କା ନ ଥିବାରୁ ୨୫୦ କିଲୋମିଟର ଦୂର ଘରକୁ ଆସିବା ଲାଗି ଅନ୍ୟ କୌଣସି ଉପାୟ ନ ପାଇ ସେ ଏଭଳି କରିଥିବା କହିଛନ୍ତି। ଚିଠିରେ ଇକ୍‌ବାଲ ଲେଖିଛନ୍ତି ‘ମେଁ ମଜଦୁର୍‌ ହୁଁ, ଔର ମଜବୁର୍‌ ଭି’। ମୁଁ ଆପଣଙ୍କର ଦୋଷୀ ମଧ୍ୟ। ବାଧ୍ୟ ହୋଇ ଆପଣଙ୍କ ସାଇକେଲ ନେଇଯାଉଛି। ମୋପାଖରେ ଦିବ୍ୟାଙ୍ଗ ଛୋଟ ଛୁଆ ବି ରହିଛି। ତେଣୁ ଘରକୁ ଫେରିବା ପାଇଁ ଏପରି କରିଥିବା ଇକ୍‌ବାଲ ଚିଠିରେ ଲେଖିଛନ୍ତି। ସାହିବ ସିଂ ଏହି ଚିଠିକୁ ଏବେ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଚିଠିକୁ ନେଇ ବହୁ ସୋସିଆଲ୍‌ ମିଡ଼ିଆର ୟୁଜର ପ୍ରବାସୀ ଶ୍ରମିକଙ୍କ ଭୋଗୁ ଥିବା ସମସ୍ୟା ଯୋଗୁ ବେଶ୍‌ ଭାବୁକ ହୋଇପଡ଼ି କମେଣ୍ଟ୍‌ ଦେଇଛନ୍ତି।


All Right Reserved By Dharitri.Com

ଭାରତରେ ୮୦ ପ୍ରତିଶତ କରୋନା ସଂକ୍ରମିତଙ୍କ ସ୍ଥିତି ସାମାନ୍ୟ

ନୂଆଦିଲ୍ଲୀ,୧୨।୪: ଭାରତରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ୮୦ ପ୍ରତିଶତ...

ପଶ୍ଚିମବଙ୍ଗରେ ବାହାରିଲା ଦୁଇମୁଣ୍ଡିଆ ସାପ, ଦେଖିବାକୁ ଲୋକଙ୍କ ଭିଡ

କୋଲକତା,୧୧।୧୨:ପୂର୍ବରୁ ଅନେକଥର ଦୋମୁହାଁ ସାପ କଥା ଶୁଣିଥିବେ କି ଦେଖିଥିବେ। କିନ୍ତୁ ପଶ୍ଚିମବଙ୍ଗରେ ଦୁଇମୁଣ୍ଡିଆ ସାପ ଦେଖିବାକୁ ମିଳିଛି। ଏହି ସାପକୁ ଦେଖିବାକୁ ସେଠାରେ ଭିଡ...

୧୭ ବର୍ଷ ପୂର୍ବେ ଅଲଗା ହୋଇଥିଲେ ୨ ଭଉଣୀ: ସେଲ୍‌ଫି ପାଇଁ ହେଲେ ଏକାଠି

ଆଜିର ଅତ୍ୟାଧୁନିକ ଯୁଗରେ ସେଲ୍‌ଫି କ୍ରେଜ୍‌ ସବୁଆଡ଼େ ଦେଖିବାକୁ ମିଳୁଛି। ସେଲ୍‌ଫି ନେବା ଆଳରେ ଅନେକଙ୍କ ଜୀବନ ଚାଲିଯାଉଥିବା ନଜିର ରହିଛି। ତେଣୁ କେହି କେହି...

ଫେସ୍‌ ଟନେଲ ଜରିଆରେ ଜୋଏଲ ମିଗ୍‌ଲଙ୍କ ଓ୍ବାଲର୍‌ଡ ରେକର୍ଡ: ସୃଷ୍ଟି କରିଛନ୍ତି ଫ୍ୟାଶନ୍‌ର ନୂଆ ଟ୍ରେଣ୍ଡ

ବଡି ମୋଡିଫିକେସନ ଆଜିକାଲି ଏକ ଟ୍ରେଣ୍ଡରେ ପରିଣତ ହୋଇଗଲାଣି। ଟାଟୁ, ପିଅର୍ସିଂ ଆଦି ଯୁବପିଢ଼ିଙ୍କ ଲାଗି ଏକ ସାଧାରଣ କଥା କହିଲେ ଚଳେ। ତେବେ ଜର୍ମାନୀର...

କଲେଜରେ ପିତା ଜୁନିୟର୍‌, ଝିଅ ସିନିୟର୍‌

ସାଧାରଣତଃ ପିଲାମାନଙ୍କୁ କଲେଜରେ ପାଠ ପଢାଇବାର ସ୍ବପ୍ନ ଦେଖିଥାନ୍ତି ପିତା। କିନ୍ତୁ ପିଲାମାନେ ଯଦି ନିଜ ଅଭିଭାବକଙ୍କୁ ପଢିବା ପାଇଁ ପ୍ରେରଣା ଯୋଗାଇଥାନ୍ତି ତେବେ ତାହା...

ନିଜ ଗାତରେ ନିଜେ

ମହିଳା ଜଣକ କାନ୍ଦୁଥିଲେ। ଲୁହ ତାଙ୍କ ବନ୍ଧବାଡ଼ ମାନୁ ନ ଥିଲା। ଆଉ କହୁଥିଲେ ଯେ, ମୋର ଆଉ ବେଶିଦିନ ବଞ୍ଚତ୍ବାର ନାହିଁ। ଈଶ୍ୱର ମୋ...

ଟେବୁଲ୍‌ରେ ବଦଳିଯିବ ସ୍କୁଲ ବ୍ୟାଗ୍‌, ସଠିକ୍‌ ଭାବେ ବସି ପଢ଼ିପାରିବେ ପିଲା

୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ଭାରତରେ ୪ କୋଟି ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ସ୍କୁଲରେ ବେଞ୍ଚ ଡେସ୍କରେ ବସିବା ପାଇଁ ଛାତ୍ରୀଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ...

କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କଲେ ସରକାର

ଭୋପାଳ,୧୯।୪: କରୋନା ଯୁଦ୍ଧରେ ହାରିଗଲେ ଇନ୍ଦୋରର ପୋଲିସ ଇନ୍ସପେକ୍ଟର ଦେବେନ୍ଦ୍ର କୁମାର। ତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୋକ ପ୍ରକାଶ କରିବା...

Leave a comment

Your email address will not be published. Required fields are marked *