କଥାବାର୍ତ୍ତା ବେଳେ ଜଳକଣା ଦ୍ୱାରା ବ୍ୟାପିଥାଏ କରୋନା

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାର ଚିକିତ୍ସା ପାଇଁ ଦିନରାତି ଚାଲିଛି ଗବେଷଣା। ଏପରି କି ଏହାର ସଂକ୍ରମଣକୁ ନେଇ ମଧ୍ୟ ଗବେଷଣା ଚାଲିଛି। ଆଉ ପ୍ରାୟ ପ୍ରତିଦିନ କରୋନା ସମ୍ପର୍କିତ କିଛି ନା କିଛି ନୂଆ କଥା ଜାଣିବାକୁ ମିଳୁଛି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କଥାବାର୍ତ୍ତା ସମୟରେ ନିଃଶ୍ୱାସ ସହ ବାହାରୁଥିବା ଛୋଟ ଛୋଟ ଜଳକଣା (ରେସ୍ପିରେଟୋରି ଡ୍ରପ୍‌ଲେଟ୍ସ) ବାୟୁରେ ୧୪ ମିନିଟ ବା ତଦୂର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ରହିପାରେ। ଏହା ଦ୍ୱାରା ସଂକ୍ରମଣ ଆଶଙ୍କା ଅଧିକ ଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆମେରିକାର ‘ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଡାଇବେଟିଜ୍‌ ଆଣ୍ଡ କିଡ୍‌ନୀ ଡିଜିଜ’ ଓ ପେନସିଲ୍‌ଭାନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମିଶି ଏହି ଅଧ୍ୟୟନ କରିଛନ୍ତି। ଏ ସମ୍ପର୍କରେ ‘ପ୍ରୋସିଡିଙ୍ଗସ୍‌ ଅଫ୍‌ ଦ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍‌ସେସ୍‌’ରେ ପ୍ରକାଶ ପାଇଛି। କାର୍ଯ୍ୟାଳୟ, ହସ୍ପିଟାଲ, ଘର, କ୍ରୁଜ୍‌ ଭଳି କମ୍‌ ବାୟୁ ଚଳାଚଳ ସ୍ଥାନରେ କାହିଁକି କରୋନା ସଂକ୍ରମଣ ଦ୍ରୁତ ଗତିରେ ହେଲା ସେ ସମ୍ପର୍କରେ ଜାଣିବା ଲାଗି ଏହି ଅଧ୍ୟୟନ କରାଯାଇଥିଲା। ତେବେ କଥାବାର୍ତ୍ତା ସମୟରେ ବାହାରୁଥିବା ଜଳକଣା ଉପରେ ଲେଜର ଲାଇଟ ପ୍ରୟୋଗ କରାଯାଇଥିଲା। ଏହା ପରେ ଜଣାପଡ଼ିଥିଲା ଯେ, କଥାବର୍ତ୍ତା ସମୟରେ ହଜାର ହଜାର ଜଳକଣା ପାଟିରୁ ବାହାରି ବାୟୁରେ ମିଶିଥାଏ। ଫଳରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଥାଏ। ଏହା ପୂର୍ବରୁ ଦକ୍ଷିଣ କୋରିଆରେ ଏକ କଲ୍‌ ସେଣ୍ଟରରେ ବହୁ ପରିମାଣରେ କୋଭିଡ୍‌ ସଂକ୍ରମଣ ଦେଖିବାକୁ ମିଳିଥିଲା। ଏହା ମଧ୍ୟ ଜଳକଣା କାରଣରୁ ହୋଇଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚାଇନାର ଜନଗହଳି ସ୍ଥାନ ବା ରେସ୍ତୋରାଁରେ ମଧ୍ୟ କରୋନା ସଂକ୍ରମଣ ପଛର କାରଣ ଏହି ଜଳକଣା ବୋଲି କୁହାଯାଉଛି। କାରଣ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ପାଟିରୁ ବାହାରୁଥିବା ଜଳକଣା ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ। ତେବେ କରୋନା ସଂକ୍ରମଣ ଲାଗି ଏହି ଜଳକଣାକୁ ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ କରାଯାଇ ନ ପାରେ ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି।
ସେମାନେ କହିଛନ୍ତି ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି ସେମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏହାକୁ ନେଇ ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ କହିଛି, ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କଠାରୁ ଅତି କମ୍‌ରେ ୬ ଫୁଟ୍‌ ଦୂରତ୍ୱରେ ରହିଲେ ଏହି ଜଳକଣା ଦ୍ୱାରା ହେଉଥିବା ସଂକ୍ରମଣକୁ ଅନେକାଂଶରେ ଏଡ଼ାଇ ଦିଆଯାଇ ପାରେ। ହେଲେ ଏହାକୁ ନେଇ କେତେଜଣ ବୈଜ୍ଞାନିକ କହିଛନ୍ତି, ରେସ୍ପିରେଟୋରି ଡ୍ରପ୍‌ଲେଟ୍ସ ୬ଫୁଟ୍‌ରୁ ଅଧିକ ଦୂରତା ପର୍ଯ୍ୟନ୍ତ ଗତିକରି ପାରେ। ଫିଜିକାଲ ଡିଷ୍ଟାନି୍ସଂ ବା ଶାରୀରିକ ଦୂରତ୍ୱ ରକ୍ଷାକଲେ ମଧ୍ୟ କରୋନା ସଂକ୍ରମଣର ଆଶଙ୍କାକୁ କମ୍‌ କରାଯାଇ ପାରେ ବୋଲି କହିଛନ୍ତି ଭର୍ଜିନିଆ ଟେକର ସିଭିଲ ଆଣ୍ଡ ଏନଭାଇରନ୍‌ମେଣ୍ଟାଲ ଇଞ୍ଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଲିସନେ ମାର୍‌। ଅବଶ୍ୟ ସେ ଏହି ଅଧ୍ୟୟନରେ ସାମିଲ ନାହାନ୍ତି। କିନ୍ତୁ ସେ ତାଙ୍କର ନିଜସ୍ବ ମତ ପ୍ରଦାନ କରିଛନ୍ତି।


All Right Reserved By Dharitri.Com

ନିଜକୁ ସୀମାନ୍ତର ଜାଗ୍ରତ ପ୍ରହରୀ ଭାବେ ଦେଖିବାକୁ ପ୍ରସ୍ତୁତ ରୁହନ୍ତୁ

ଭୁବନେଶ୍ବର, ୪।୪(ବ୍ୟୁରୋ) : ଆଜିର ସମୟ ସମ୍ବେଦନଶୀଳ ସମୟ l ପ୍ରତିଟି ଜନସାଧାରଣ ସରକାର, ପ୍ରଶାସନ, ପୁଲିସ କୁ ସେମାନଙ୍କର କାମ କରିବାକୁ ଦିଅନ୍ତୁ l...

କପି ରୋକିବାକୁ ବିହାରରେ ଜୋତା, ମୋଜା ଉପରେ ଲାଗିଲା କଟକଣା

ପାଟନା,୩।୨: ରାଜ୍ୟରେ ଫେବୃୟାରୀ ୩ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ସୋମବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଚଳିତ ଥର ୧୨.୦୫ଲକ୍ଷ ଛାତ୍ରୀଛାତ୍ର...

ସଙ୍ଗୀତ ମାଧ୍ୟମରେ କରୋନା ସଚେତନ କଲେ ଶିକ୍ଷକ

ଦାରିଙ୍ଗବାଡ଼ି,୨୨।୫(ଡି.ଏନ.ଏ)-କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହି ସମୟରେ କନ୍ଧମାଳ ଜିଲା ଚକାପାଦ ବ୍ଲକ ଲାଇନପଡ଼ା ସରକାରୀ...

ଟ୍ରେଣ୍ଡରେ ‘ଟି ଲେଙ୍ଗ୍‌ଥ ଡ୍ରେସ୍‌’

ଯେଉଁ ଡ୍ରେସ୍‌ର ଲମ୍ବା ଆଣ୍ଠୁ ତଳକୁ, ହେଲେ ଗୋଇଠି ଉପରକୁ ରହିଥାଏ, ତାକୁ ଟି ଲେଙ୍ଗ୍‌ଥ ଡ୍ରେସ୍‌ କୁହାଯାଏ। ଏହି ଡ୍ରେସ୍‌କୁ ପିନ୍ଧିଲେ କମ୍ଫଟେବଲ ଲାଗିବା...

ଲକ୍‌ଡାଉନ ୩.୦: ଖୁବ୍‌ଶୀଘ୍ର ଆରମ୍ଭ ହେବ ସର୍ବସାଧାରଣ ପରିବହନ; ନୀତୀନ

ନୂଆଦିଲ୍ଲୀ,୬।୫: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ ୩.୦ ଜାରି ରହିଛି। ମାର୍ଚ୍ଚ ୧୭ଯାଏଁ ଏହି ଲକ୍‌ଡାଉନର ଅବଧିକୁ ବୃଦ୍ଧି କରାଯାଇଛି। ତୃତୀୟ ପର୍ଯ୍ୟାୟ...

ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ

ନୂଆଦିଲ୍ଲୀ,୨୫ା୧: ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରିବା ଆଳରେ ବିକ୍ଷୋଭ ସହ ହିଂସାକାଣ୍ଡ ଭିଆଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ୧୫୪...

ବିନୟଙ୍କ ଆବେଦନ ଖାରଜ ପରେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲେ ଅକ୍ଷୟ

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ ଠାକୁର ଏବେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଛନ୍ତି। ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ...

ବୁଲା ଜୀବଜନ୍ତୁଙ୍କୁ ମିଳୁନି ଖାଦ୍ୟ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀର ଶିକାର ହୋଇଛି। ଏଭଳିସ୍ଥିତିରେ ସମଗ୍ର ଦେଶ ଏବଂ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ...

Leave a comment

Your email address will not be published. Required fields are marked *